ETV Bharat / bharat

‘ନୀତିଶ ଭୁଲରେ ନିର୍ବାଚନ ଜିତିଲେ ଧ୍ବଂସ ହେବ ବିହାର’ - ଚିରାଗ ପାଶ୍ବୱାନ'

ବିହାର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଇସ୍ତାହାର ପତ୍ର ଜାରି କରିଛି ଲୋକ ଜନଶକ୍ତି ପାର୍ଟି (ଏଲଜେପି) । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଚିରାଗ ପାଶୱାନ । ଅଧିକ ପଢନ୍ତୁ...

ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଚିରାଗ ପାଶ୍ବୱାନ

author img

By

Published : Oct 21, 2020, 4:30 PM IST

ପାଟନା: ଚିରାଗ ପାଶୱାନଙ୍କ ଟାର୍ଗେଟରେ ନୀତିଶ୍ କୁମାର । ବୁଧବାର ଲୋକ ଜନଶକ୍ତି ପାର୍ଟି (ଏଲଜେପି) ମୁଖ୍ୟ ଚିରାଗ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି ସେ ଆଗାମୀ ନିର୍ବାଚନ ​​ଭୁଲରେ ଜିତନ୍ତି ତେବେ ରାଜ୍ୟ ଧ୍ୱଂସ ହେବାକୁ ଯାଉଛି।

ବିହାର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦଳର ଇସ୍ତାହାର ପତ୍ର ଜାରି କରିବା ସମୟରେ ସେ ଏହାକହି ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ଯେ ସେ କିପରି ଜାତିଭେଦକୁ ପ୍ରୋତ୍ସାହିତ କରୁଛନ୍ତି। ଯେଉଁ ନେତା ଜାତିଭେଦକୁ ପ୍ରୋତ୍ସାହିତ କରୁଛି ଏପରି ନେତା ଅଧିନରେ ରାଜ୍ୟର ବିକାଶ ମୁଁ ପରିକଳ୍ପନା କରିପାରୁନାହିଁ ।’

ଦଳର ମନିଫେଷ୍ଟୋ ‘ବିହାର ଫାଷ୍ଟ ବିହାର ଫାଷ୍ଟ’ର ଭିଜନ ଉପରେ ଆଧାରିତ। ଯାହା ଦୀର୍ଘ ସମୟ ଧରି ବିହାରବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବ।

ବିହାରରେ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ମହାମେଣ୍ଟର ଏକ ଅଂଶ ହୋଇଥିବା ଏହି ଦଳ ବିଜେପି ବିରୋଧରେ ନୁହେଁ ବରଂ ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ) ବିରୋଧରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ତେବେ ଜେଡି-ୟୁ ଦେଇଥିବା କିଛି ପ୍ରତିଶ୍ରୁତି ଉପରେ ଚିରାଗ ପାସୱାନ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନିନ୍ଦା କରିଛନ୍ତି।

ପ୍ରକାଶ ଥାଉକି. 243 ସିଟ୍ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28, ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର 3 ଏବଂ ତୃତୀୟ ପର୍ଯ୍ୟୟ ନଭେମ୍ବର 7 ରେ ଅନୁଷ୍ଠିତ ହେବ । ନଭେମ୍ବର 10ରେ ଭୋଟ୍ ଗଣତି ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.