ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି.କିଷନ ରେଡ୍ଡୀ । ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନାର ଶିକାର ହେଉଥିବା ସଂଖ୍ୟାଲଘୁ ଭାରତ ନଆସି ଇଟାଲୀ ଯିବେ କି ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ସେ ।
2 ଦିନିଆ ବାରଣାସୀ ଗସ୍ତରେ ଥିବା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି.କିଷନ ରେଡ୍ଡୀ ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସିଏଏ ସମସ୍ତ ରାଜ୍ୟରେ ଲାଗୁ କରାଯିବ। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବା ଆମର ନୈତିକ ଦାୟିତ୍ବ । ସେମାନେ ଭାରତ ନଆସି କ'ଣ ଇଟାଲୀ ଯିବେ ? ଇଟାଲୀ ସେମାନଙ୍କୁ କାହିଁକି ଗ୍ରହଣ କରିବ ବୋଲି କିଷନ ରେଡ୍ଡୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋନିଆ ଗାନ୍ଧୀ ମୂଳ ଭାବରେ ବିଦେଶୀ ହୋଇଥିବାରୁ ଏନେଇ ବାରମ୍ବାର ରାହୁଲ ଗାନ୍ଧୀଙ୍କୁ ଇଟାଲୀ ସହ ଯୋଡି ବିଜେପି କଂଗ୍ରେସର ସମାଲୋଚନା କରିଥାଏ ।