ETV Bharat / bharat

ରାଜସ୍ଥାନ ରାଜନୀତି: ବିଦ୍ରୋହୀ ବିଧାୟକଙ୍କ ପ୍ରତି ନରମିଲେ ଗେହଲଟ

author img

By

Published : Aug 1, 2020, 4:53 PM IST

ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଥିବା ବ୍ୟକ୍ତିମାନେ ଯଦି ହାଇ କମାଣ୍ଡଙ୍କ ପାଖକୁ ଯାଇ କ୍ଷମା ମାଗନ୍ତି ଏବଂ ହାଇକମାଣ୍ଡ ସେମାନଙ୍କୁ କ୍ଷମା କରନ୍ତି, ତେବେ ମୁଁ ସେମାନଙ୍କୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ଅଛି ବୋଲି ଗେହଲଟ କହିଛନ୍ତି ।

ଗେହଲଟ
ଗେହଲଟ

ଜୟପୁର : ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସର ବିଦ୍ରୋହୀଙ୍କ ପ୍ରତି ନରମ ଭାବ ଆପଣାଉଥିବା ନଜର ଆସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସଚିନ ପାଇଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ବିଦ୍ରୋହୀଙ୍କୁ ସେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗେହଲଟ କହିଛନ୍ତି । ଶନିବାର ଗଣମାଧ୍ୟମକୁ ସମ୍ବୋଧିତ କରି ଗେହଲଟ କହିଛନ୍ତି, ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଥିବା ବ୍ୟକ୍ତିମାନେ ଯଦି ହାଇ କମାଣ୍ଡଙ୍କ ପାଖକୁ ଯାଇ କ୍ଷମା ମାଗନ୍ତି ଏବଂ ହାଇକମାଣ୍ଡ ସେମାନଙ୍କୁ କ୍ଷମା କରନ୍ତି, ତେବେ ମୁଁ ସେମାନଙ୍କୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ଅଛି ।

ଏଥିସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ଥରେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡିଛନ୍ତି। ଗେହଲଟ ଶନିବାର ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ରାଜସ୍ଥାନ ସରକାରକୁ ଗାଦିଚ୍ୟୁତ କରିବାକୁ ଘୋଡା ବେପାରର ଏକ ବଡ଼ ଖେଳ ଖେଳୁଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ । ରାଜ୍ୟରେ ଚାଲିଥିବା ନାଟକକୁ ମୋଦି ବନ୍ଦ କରନ୍ତୁ ବୋଲି ନିବେଦନ କରିଛନ୍ତି ଗେହଲଟ ।

ଦୁର୍ଭାଗ୍ୟବଶତଃ ବିଜେପି ପ୍ରତିନିଧୀଙ୍କ ଘୋଡା ବେପାର ଖେଳ ବହୁତ ବଡ ଅଟେ। କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶଠାରୁ ମଧ୍ୟ ବହୁତ ବଡ । ସମଗ୍ର ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଗେହଲଟ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଇସ୍ତଫା ଦାବି କରିଛନ୍ତି ଗେହଲଟ । ସେ କହିଛନ୍ତି, ସଞ୍ଜୀବନୀ କୋଅପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାରେ ଗଜେନ୍ଦ୍ର ସିଂହ ଶେଖୱାତଙ୍କ ନାମ ଆସିଛି। ଏହି ମାମଲାରେ କୋର୍ଟ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ଗେହଲଟ କହିଛନ୍ତି ।

ଏହା ପୂର୍ବରୁ ଗେହଲଟ ସଚିନ ପାଇଲଟଙ୍କ ବିରୋଧରେ କଟୁ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କୁ ନିକମା ଏବଂ ଅଦରକାରୀ ବୋଲି ସେ କହିଥିଲେ । ତେବେ ସଚିନ ପାଇଲଟ ଏବଂ ଅନ୍ୟ ବିଦ୍ରୋହୀଙ୍କ ପ୍ରତି ଆଜି ତାଙ୍କର ସ୍ବର ବଦଳିଥିବା ଅନେକଙ୍କୁ ଦ୍ବନ୍ଦରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.