ନୂଆଦିଲ୍ଲୀ: ଲଦାଖରେ ଚୀନ ସୈନିକଙ୍କ ଅନୁପ୍ରବେଶକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଲଦାଖରେ ଚୀନ ସେନା ଯେଉଁ ଭାରତୀୟ ଅଞ୍ଚଳ ଅଧିଗ୍ରହଣ କରିଛି, ସରକାର ତାକୁ କେବେ ଏବଂ କିପରି ଫେରାଇ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ । କେନ୍ଦ୍ର ସରକାର ଏହାର ଦାୟିତ୍ବରୁ ଦୂରେଇ ଯାଇପାରିବେ ନାହିଁ ବୋଲି ସୋନିଆ କହିଛନ୍ତି ।
-
LIVE: Congress President Smt. Sonia Gandhi shares a message for our armed forces. #SpeakUpForOurJawans https://t.co/RVuKKRZJ7u
— Congress (@INCIndia) June 26, 2020 " class="align-text-top noRightClick twitterSection" data="
">LIVE: Congress President Smt. Sonia Gandhi shares a message for our armed forces. #SpeakUpForOurJawans https://t.co/RVuKKRZJ7u
— Congress (@INCIndia) June 26, 2020LIVE: Congress President Smt. Sonia Gandhi shares a message for our armed forces. #SpeakUpForOurJawans https://t.co/RVuKKRZJ7u
— Congress (@INCIndia) June 26, 2020
ଶୁକ୍ରବାର ଏକ ଭିଡିଓ ସନ୍ଦେଶ ଜାରି କରି ସୋନିଆ ଗାନ୍ଧୀ କହିଛନ୍ତି, 'ଲଦାଖରେ ଚୀନ ସେନା ଭାରତୀୟ ଅଞ୍ଚଳ କବ୍ଜା କରିଛି । ମୋଦି ସରକାର କିପରି ଆମ ଜମି ଫେରାଇ ଆଣିବେ ? ପ୍ରତ୍ୟେକ ଭାରତୀୟ ବର୍ତ୍ତମାନ ସେନା ଏବଂ ସୈନିକଙ୍କୁ ସମର୍ଥନ କରୁଛନ୍ତି । ସରକାର ମଧ୍ୟ ସେନାକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ଉଚିତ । ଏହା ହିଁ ପ୍ରକୃତ ଦେଶପ୍ରେମ । '
ଶହୀଦଙ୍କୁ ସଲାମ୍ ଦିବସ ଉପରେ ଏକ ଭିଡିଓ ବାର୍ତ୍ତା ଦେଇ ସୋନିଆ ଗାନ୍ଧୀ କହିଛନ୍ତି, ଆଜି ଯେତେବେଳେ ଭାରତ-ଚୀନ ସୀମାରେ ସଙ୍କଟ ଦେଖାଦେଇଛି, କେନ୍ଦ୍ର ସରକାର ସେତେବେଳେ ନିଜ ଦାୟିତ୍ବରୁ ଦୂରେଇ ଯାଇପାରିବେ ନାହିଁ । ଭାରତୀୟ ଅଞ୍ଚଳରେ କୌଣସି ଆକ୍ରମଣ ହୋଇନଥିବା ପ୍ରଧାନମନ୍ତ୍ରୀ କହୁଛନ୍ତି । କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଚୀନ ଆକ୍ରମଣ ବିଷୟରେ ବାରମ୍ବାର ଉଲ୍ଲେଖ କରୁଛନ୍ତି । ସରକାର ଏହାର ଜବାବ ଦିଅନ୍ତୁ ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା କହିଛନ୍ତି। ଆମ ସେନାର ଜେନେରାଲ, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ସମ୍ବାଦପତ୍ର ଆମ ଅଞ୍ଚଳରେ ଚୀନ ଆକ୍ରମଣ କରିଥିବା କଥାକୁ ନିଶ୍ଚିତ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ସତ ତାହାଲେ 20 ଜଣ ଭାରତୀୟ ଯବାନ ଶହୀଦ କିପରି ହେଲେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ ।
ଶହୀଦଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ କଂଗ୍ରେସ ଏବଂ ପ୍ରତି ଭାରତୀୟ 'ଶାହୀଦଙ୍କୁ ସଲାମ ଦିବସ' ପାଳନ କରୁଛନ୍ତି । ଲଦାଖର ଗଲୱାନ ଉପତ୍ୟକାରେ ଚୀନ ଆକ୍ରମଣକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଆମର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଦେଶ ସେମାନଙ୍କ ସେବା ପାଇଁ ସର୍ବଦା ଋଣୀ ରହିବ । ଆମେ ଆମ ସେନା ଏବଂ ସୈନିକଙ୍କ ପାଇଁ ଗର୍ବିତ। ଆମ ସେନା ଦେଶକୁ ସୁରକ୍ଷିତ ରଖିଛନ୍ତି ତେଣୁ ଆମେ ସୁରକ୍ଷିତ ଅଛୁ । କିନ୍ତୁ ସେମାନେ ହିଁ ବିପଦରେ ଥିବା ସୋନିଆ ଗାନ୍ଧୀ କହିଛନ୍ତି ।