ETV Bharat / bharat

ପୁଲୱାମାରେ ଆଉ ଏକ ଆତଙ୍କୀ ଷଡଯନ୍ତ୍ର ବିଫଳ, ଆଇଇଡି ଭର୍ତ୍ତି କାର ଜବତ କଲେ ସୁରକ୍ଷାକର୍ମୀ - IED loaded car seized by security personals

ଜମ୍ମୁ କାଶ୍ମୀରର ପୁଲୱାମାରେ ଆକ୍ରମଣର ଆଉ ଏକ ଷଡଯନ୍ତ୍ର ରଚାଯାଇଛି। ପୁଲୱାମାର ଆୟାନାଗୁଣ୍ଡ ଅଞ୍ଚଳରେ ଥିବା ଏକ ସାଣ୍ଟ୍ରୋ କାରରେ ସେନା ବହୁ ପରିମାଣର ବିସ୍ଫୋରକ ଜବତ କରିଛି।

IED loaded car seized
ପୁଲୱାମାରେ ଆଉ ଏକ ଆତଙ୍କୀ ଷଡଯନ୍ତ୍ର ବିଫଳ
author img

By

Published : May 28, 2020, 11:44 AM IST

Updated : May 28, 2020, 12:07 PM IST

ଜମ୍ମୁ: ଜମ୍ମୁ କାଶ୍ମୀରର ପୁଲୱାମାରେ ଆକ୍ରମଣର ଆଉ ଏକ ଷଡଯନ୍ତ୍ର ରଚାଯାଇଛି। ପୁଲୱାମାର ଆୟାନାଗୁଣ୍ଡ ଅଞ୍ଚଳରେ ଥିବା ଏକ ସାଣ୍ଟ୍ରୋ କାରରେ ସେନା ବହୁ ପରିମାଣର ବିସ୍ଫୋରକ ଜବତ କରିଛି। ଏହି କାରରୁ ଆଇଇଡି ବିସ୍ପୋରଣ ମଧ୍ୟ ଜବତ ହୋଇଛି । ସୁରକ୍ଷା ବାହିନୀ କାରକୁ ସନ୍ଦେହଜନକ ଅବସ୍ଥାରେ ପାଇଥିଲେ ଓ ଏହାର ଅନୁସନ୍ଧାନ କରାଯିବା ପରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା।

ପୁଲୱାମାରେ ଆଉ ଏକ ଆତଙ୍କୀ ଷଡଯନ୍ତ୍ର ବିଫଳ

ସୂଚନାନୁସାରେ, କାରକୁ ସେହି ସ୍ଥାନରୁ ଦୂରେଇ ରଖିବା ସମ୍ଭବ ନୁହେଁ ଓ ସେଥିପାଇଁ ସୁରକ୍ଷା ବାହିନୀ ନିୟନ୍ତ୍ରିତ ବିସ୍ଫୋରଣରେ କାରଟିକୁ ଉଡାଇ ଦେଇଥିଲେ। ଏହି କାରରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀରେ ଭରପୂର ଥିଲା ଯେ ଯେତେବେଳେ ଏହାକୁ ଧ୍ବଂସ କରାଗଲା ସେତେବେଳେ ଏହାର ଚାରିପାଖରେ ଅନେକ ଘର ନଷ୍ଟ ହୋଇଗଲା ଓ ବଡ ଶବ୍ଦ ଶୁଣାଗଲା । ଏହାପୂର୍ବରୁ ଆଖପାଖ ସ୍ଥାନକୁ ଖାଲି କରାଯାଇଥିଲା ।

ବିଶ୍ବାସ କରାଯାଉଛି ଯେ ଏହି କାରଟି ପୁଲୱାମାରେ 2019 ଭଳି ଅନ୍ୟ ଏକ ଆତଙ୍କବାଦୀ ଷଡଯନ୍ତ୍ର କରିବା ପାଇଁ ବ୍ୟବହୃତ ହୋଇଥାନ୍ତା କିନ୍ତୁ ସୁରକ୍ଷା ବାହିନୀର ସଚେତନତା କାରଣରୁ ଏପରି ବଡ ବିପଦକୁ ରୋକାଯାଇ ପାରିଲା ।

Last Updated : May 28, 2020, 12:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.