ରାଞ୍ଚି: ଝାଡ଼ଖଣ୍ଡର ମାଓ ପ୍ରଭାବିତ ଅଞ୍ଚଳ ରାଞ୍ଚିର ତମାଡ଼ ଅଞ୍ଚଳରେ ନକ୍ସଲଙ୍କ ବର୍ବର କାଣ୍ଡ । ଏଠାରେ କୁମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ ହୋଇଛି । ଏଥିରେ 2 ଜଣ କୋବ୍ରାର ଯବାନ ଆହତ ହୋଇଛନ୍ତି । ତାଙ୍କୁ ରାଞ୍ଚିସ୍ଥିତ ମେଡିକା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଡିସେମ୍ବର 7 ରେ ହେଉଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆଖପାଖ ଜଙ୍ଗଲରେ ଯବାନମାନେ କୁମିଂ ଅପରେସନ ଚଳାଇଥିଲେ । ଏଥିରେ କୋବ୍ରା ବାଟାଲିୟନ 203ର ଯବାନ ସାମିଲ ଥିଲେ ।ଉଭୟ ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚିସ୍ଥିତ ମେଡିକା ଡାକ୍ତରଖାନାକୁ ନିଆଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।