ETV Bharat / bharat

ଜେଏନୟୁରେ ଭଙ୍ଗାରୁଜା କରିଥିବା ବିଦ୍ୟାର୍ଥୀଙ୍କ ପରିଚୟ ମିଳିଛି: କୁଳପତି - JNU VC

ଜେଏନୟୁ ପରିସରରେ ଭଙ୍ଗାରୁଜା କରିଥିବା ବିଦ୍ୟାର୍ଥୀଙ୍କ ପରିଚୟ ମିଳିଥିବା ନେଇ ବିଶ୍ବବିଦ୍ୟାଳୟର କୁଳପତି ଏମ.ଜଗଦିଶ କୁମାର ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS
author img

By

Published : Nov 15, 2019, 1:19 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) ପରିସରରେ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତ ଛାତ୍ରଙ୍କ ପରିଚୟ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଜେଏନୟୁର କୁଳପତି ଏମ. ଜଗଦିଶ କୁମାର । ସେମାନଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କୁଳପତି କହିଛନ୍ତି ଯେ, ବିଶ୍ବବିଦ୍ୟାଳୟର ପ୍ରଶାସନିକ ବ୍ଲକରେ ଭଙ୍ଗାରୁଜା କରିଥିବା ବିଦ୍ୟାର୍ଥୀଙ୍କ ପରିଚୟ ମିଳିଛି। ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବ। ଏହା ସହିତ ସେମାନଙ୍କ ବିରୋଧରେ ଚିଫ ପ୍ରୋକ୍ଟରଙ୍କ ନେତୃତ୍ବରେ ଏକ ଅନ୍ତରୀଣ କମିଟି ମଧ୍ୟ ଗଠନ କରାଯିବ। ଏହି କମିଟି ଘଟଣାର ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ ।

ସେ ଆହୁରି ମଧ୍ୟ କହିଥିଲେ କି, ଆନ୍ଦୋଳନ ସମୟରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର କିଛି ମହିଳା ସୁରକ୍ଷାକର୍ମୀଙ୍କୁ ମଧ୍ୟ ମାରଧର କରିଥିବା ଅଭିଯୋଗ ହୋଇଛି । ଫଳରେ କମିଟି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମାତ୍ର ନବନିର୍ମିତ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ତଦନ୍ତ କରାଯିବ ନାହିଁ । କାରଣ ମୂର୍ତ୍ତି ଭଙ୍ଗା ଘଟଣାରେ ଅଭିଯୁକ୍ତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ।

ଏହି ମୂର୍ତ୍ତି ଭଙ୍ଗା ଘଟଣାରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେ ନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ । ଏହି ଘଟଣାରେ ଯେ କେବଳ ବିଶ୍ବବିଦ୍ୟାଳୟର ଛାତ୍ର ସାମିଲ ଅଛନ୍ତି ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ଜେେନୟୁ କୁଳପତି କହିଛନ୍ତି। ଏ ଘଟଣାରେ ପ୍ରାଥମିକ ପର୍ଯ୍ୟାୟରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

jnu
ଫଟୋ ସୌଜନ୍ୟ: IANS

ସୂଚନା ଯୋଗ୍ୟ ଆନ୍ଦୋଳନରତ ବିଦ୍ୟାର୍ଥୀ ବିଶ୍ବବିଦ୍ୟାଳୟର ପୁରା ପ୍ରଶାସନ ବ୍ଲକକୁ ଭଙ୍ଗାରୁଜା କରିବା ସହିତ ବୁଧବାର ନବନିର୍ମିତ ବିବେକାନନ୍ଦ ମୂର୍ତ୍ତିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏପରିକି ମୂର୍ତ୍ତି ତଳେ ରଙ୍ଗମାରି ମଧ୍ୟ ନଷ୍ଟ କରି ଦେଇଥିଲେ।

Intro:Body:

National Issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.