ETV Bharat / bharat

ତବଲିଗି ଜମାତରେ ଭାଗ ନେଇଥିବା 300 ସନ୍ଦିଗ୍ଧଙ୍କର କେରଳରେ ଚିହ୍ନଟ - ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତ ମାର୍କାଜ

ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତ ମାର୍କାଜ ପରିଦର୍ଶନ କରିଥିବା 300 ଲୋକଙ୍କୁ କେରଳର ବିଭିନ୍ନ ସ୍ଥାନରୁ ଚିହ୍ନଟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

300 ସନ୍ଦିଗ୍ଧଙ୍କର କେରଳରେ ଚିହ୍ନଟ
300 ସନ୍ଦିଗ୍ଧଙ୍କର କେରଳରେ ଚିହ୍ନଟ
author img

By

Published : Apr 1, 2020, 11:40 PM IST

ଥିରୁବନ୍ତପୁରମ: ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତ ମାର୍କାଜ ପରିଦର୍ଶନ କରିଥିବା ସମସ୍ତ ଲୋକଙ୍କୁ ଅନୁସନ୍ଧାନ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ ରାଜ୍ୟ ପୋଲିସକୁ କହିଛନ୍ତି । ଏଥିରୁ ପ୍ରାୟ 300 ଲୋକଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚିହ୍ନଟ କରାଯାଇଛି । କିନ୍ତୁ ଏହି ମସଜିଦରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 300 ଜଣଙ୍କ ମଧ୍ୟରୁ କେବଳ 80 ଜଣ କେରଳକୁ ଫେରିଥିବା ଜଣାପଡିଛି ।

ପ୍ରଥମ ସପ୍ତାହରେ 200 ରୁ ଅଧିକ ଲୋକ ଏହି ସଭାରେ ଯୋଗ ଦେଇଥିଲେ । ତୃତୀୟ ସପ୍ତାହରେ ଏହି ସଭାରେ 80 ଜଣ ଲୋକ ଯୋଗ ଦେଇଥିଲେ ବୋଲି ଅନୁମାନ କରାଯାଉଛି । ଏହି ଲୋକଙ୍କ ମଧ୍ୟରୁ ଅନେକ ପୋଲିସ ସହ ସହଯୋଗ କରୁନାହାଁନ୍ତି । ଏଭଳି ଲୋକଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରିବାକୁ ପୋଲିସ ଯଥା ସମ୍ଭବ ଚେଷ୍ଟା କରୁଛି ।

ଏହି ସମୟରେ, ଚିହ୍ନଟ ହୋଇଥିବା ଏକ ଡଜନ ଲୋକ ଭଲ ଅଛନ୍ତି । ସେମାନଙ୍କର କରୋନୋ ଭାଇରସର କୌଣସି ଲକ୍ଷଣ ନାହିଁ । ତଥାପି, ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କୌଣସି ସୁଯୋଗ ନେବାକୁ ଚାହାଁନ୍ତି ନାହିଁ, ତେଣୁ ସେମାନଙ୍କୁ ଅଲଗା ରଖାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.