ETV Bharat / bharat

ଆଜି ପ୍ରକାଶ ପାଇବ ICSE, ISC ରେଜଲ୍ଟ

କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସ ପକ୍ଷରୁ ଶୁକ୍ରବାର ଆଇସିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ କରିବ । ସଂକ୍ରମଣ ବଢିଥିବା ଦେଖି ଜୁଲାଇରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 10, 2020, 8:57 AM IST

ICSE, ISC ର ଆଜି ବାହାରିବ ରେଜଲ୍ଟ
ICSE, ISC ର ଆଜି ବାହାରିବ ରେଜଲ୍ଟ

ନୂଆଦିଲ୍ଲୀ: ଆଇସିଏସଇ ଓ ଆଇଏସସିଇର ରେଜଲ୍ଟ ଆଜି ପ୍ରକାଶ ପାଇବ । କୋରୋନା ଲକଡାଉନ ପାଇଁ ମାର୍ଚ୍ଚ ଶେଷ ସପ୍ତାହରେ ହେବାକୁ ଥିବା ବିଭିନ୍ନ ବୋର୍ଡର ଦଶମ ଓ ଦ୍ବାଦଶ ପରୀକ୍ଷାକୁ ଜୁଲାଇ ମାସକୁ ଘୁଞ୍ଚିଥିଲା । ପରେ କିନ୍ତୁ ଦେଶରେ ସଂକ୍ରମଣ ମାମଲା ବଢୁଥିବାରୁ ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା ହୋଇପାରିନଥିବା ସମସ୍ତ ବିଷୟର ପରୀକ୍ଷା ବାତିଲ ହେବା ପରେ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିରେଟ ଏକଜାମିନେସନ ପକ୍ଷରୁ ଶୁକ୍ରବାର ଆଇସିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ର ଫଳାଫଳ ପ୍ରକାଶ କରିବ ।

ଶୁକ୍ରବାର ଅପରାହ୍ନ 3ଟା ସମୟରେ ଆଇସିଏସଇ, ଆଇଏସସି ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ cisce.org ୱେବସାଇଟ ଓ ଏସଏମଏସ ଜରିଆରେ ରେଜଲ୍ଟ ଦେଖିପାରିବେ ।ଏଥିପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମେସେଜ ବକ୍ସକୁ ଯାଇ ଆଇସିଏସଇ ପରେ 7 ନମ୍ବର ବିଶିଷ୍ଟ ରୋଲ ନମ୍ବର ଟାଇପ କରି 0924082883ରେ ନମ୍ବରରେ ପଠାଇବାକୁ ପଡିବ । ସେହିପରି ଦ୍ବାଦଶ ଶ୍ରେଣୀର ପିଲାମାନେ ଆଇଏସସି ପରେ 7 ନମ୍ବର ବିଶିଷ୍ଟ ନିଜର ରୋଲ ନଂ ଟାଇପ କରି 0924082883ରେ ରେ ପଠାଇବେ । ଏହା ପରେ ଛାତ୍ରଛାତ୍ରୀଙ୍କୁ ମୋବାଇଲରେ ରେଜଲ୍ଟ ଜାଣିପାରିବେ ।

ସିଆଇଏସଇ ରେଜଲ୍ଟ ପ୍ରକାଶ ନେଇ ଘୋଷଣା ପରେ ସିବିଏସଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମକ ଶିଭା ପରିଷଦ କେବେ ପରୀକ୍ଷା ଫଳ ବାହାର କରିବେ ତାହାକୁ ଏବେ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.