ETV Bharat / bharat

କୋରୋନା ପାଇଁ ଘୁଞ୍ଚିଲା ICSE ବୋର୍ଡ ପରୀକ୍ଷା

କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଆସ୍ତନ୍ତା 31 ମାର୍ଚ୍ଚ ଯାଏଁ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖିଛି ଆଇସିଏସସି ବୋର୍ଡ । ଅଧିକ ପଢନ୍ତୁ...

author img

By

Published : Mar 19, 2020, 1:38 PM IST

କୋରୋନା ପାଇଁ ଘୁଞ୍ଚିଲା ICSE ବୋର୍ଡ ପରୀକ୍ଷା
କୋରୋନା ପାଇଁ ଘୁଞ୍ଚିଲା ICSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ବିଶ୍ବ ଏବି ଚିନ୍ତିତ ରହିଛି । ଭାରତରେ ବି ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଆଇସିଏସସି ବୋର୍ଡର ସମସ୍ତ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଆସନ୍ତା 31 ମାର୍ଚ୍ଚ ଯାଏଁ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖିଛି ଆଇସିଏସସି ବୋର୍ଡ ।

ଭାରତରେ କୋରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି CISCE ଦଶମ ଓ ଦ୍ବାଦଶ ପରୀକ୍ଷାକୁ ଆସନ୍ତା 31 ମାର୍ଚ୍ଚ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଏହାର ଚିଫ୍‌ ଏକଜିକ୍ୟୁଟିଭ ଗ୍ୟାରି ଆର୍ଥୁନ ସୂଚନା ଦେଇଛନ୍ତି । ପୂର୍ବରୁ CBSE ମଧ୍ୟ ନିଜର ସମସ୍ତ ପରୀକ୍ଷା 31 ମାର୍ଚ୍ଚ ଯାଏଁ ଘୁଞ୍ଚିଥିବା ଘୋଷଣା କରିଥିଲା । ତେବେ ମାର୍ଚ୍ଚ 31 ପରେ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.