ETV Bharat / bharat

ସମସ୍ତ ଅଫିସ କର୍ମଚାରୀଙ୍କ ହେବ ଆଣ୍ଟିଜେନ୍ ଟେଷ୍ଟ

author img

By

Published : Jun 24, 2020, 9:51 PM IST

ଆଇସିଏମ୍ଆର୍ କୋରୋନାଜନିତ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନିତ କରିଛି । ସମସ୍ତ ରାଜ୍ୟକୁ ଆଣ୍ଟିଜେନ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି । ଅଧିକ ପଢନ୍ତୁ.....

ସମସ୍ତ ଅଫିସ କର୍ମଚାରୀଙ୍କର ହେବ ଆଣ୍ଟିଜେନ୍ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) କୋରୋନାଜନିତ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନିତ କରିଛି । ସମସ୍ତ ରାଜ୍ୟକୁ ଆଣ୍ଟିଜେନ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି । ସମସ୍ତ ସରକାରୀ କିମ୍ବା ଘରୋଇ ଡାକ୍ତରଖାନା, ଅଫିସ୍ ଏବଂ ପବ୍ଲିକ ସେକ୍ଟର ୟୁନିଟିମାନଙ୍କୁ ଏହି ଟେଷ୍ଟ କରାଇବା ପାଇଁ କୁହାଯାଇଛି ।

ଆଇସିଏମଆର ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ସମସ୍ତ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନା, କାର୍ଯ୍ୟାଳୟ ଏବଂ ସରକାରୀ କ୍ଷେତ୍ର ୟୁନିଟ୍ ଗୁଡିକୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରୀକ୍ଷା ଏବେ ସ୍ବାସ୍ଥ୍ୟ କର୍ମୀ ଏବଂ ଅଫିସ୍ କର୍ମଚାରୀଙ୍କ ମଧ୍ୟରେ ହେବ ବୋଲି ନିର୍ଦ୍ଦେଶ ରହିଛି । ଫଳରେ ସମସ୍ତ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ କୋରୋନାକୁ ନେଇ ଥିବା ଭୟ ଏବଂ ଚିନ୍ତା ଦୂର ହେବ । ପ୍ରତ୍ୟେକ କଣ୍ଟେନମେଣ୍ଟ ଜୋନରେ ଥିବା ସରକାରୀ-ବେସରକାରୀ ଡାକ୍ତରଖାନା ଏବଂ ଘରୋଇ ଲ୍ୟାବ ଏହି ପରୀକ୍ଷା କରିପାରିବେ । ସବୁ ଅଫିସର କର୍ମଚାରୀଙ୍କୁ ଆଣ୍ଟିଜେନ୍ ଟେଷ୍ଟ କରାଇବାର ବ୍ୟବସ୍ଥା କରିବା ପାଇଁ ଆଇସିଏମଆର ନିର୍ଦ୍ଦେଶ ଦେଇଛି ।

ଆଇସିଏମଆର୍ ରାଜ୍ୟମାନଙ୍କୁ ଷ୍ଟାଣ୍ଡାର୍ଡ ଆଣ୍ଟିଜେନ୍ କିଟ୍ ସହିତ ଏହି ପରୀକ୍ଷା କରିବାକୁ ପରାମର୍ଶ ଦେଇଛି । ସେହିପରି ଏହି ପରୀକ୍ଷା ପାଇଁ କୌଣସି ପ୍ରକାରର ମେସିନର ଆବଶ୍ୟକତା ନାହିଁ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଏହାର ଫଳାଫଳ ବାହାରିଥାଏ । ତେବେ କୋରୋନା ସଂକ୍ରମଣ ଚିହ୍ନଟ କରିବା ପାଇଁ ଏହା ଏକ ଉତ୍ତମ ପଦ୍ଧତି ବୋଲି ଆଇସିଏମଆର୍ କହିଛି ।

450 ଟଙ୍କା, 30 ମିନିଟରେ ଫଳାଫଳ

ଆଇସିଏମଆର ସୂଚନା ଅନୁଯାୟୀ, ଏକ ଆଣ୍ଟିଜେନ୍ ଟେଷ୍ଟ କିଟ୍ ସାହାଯ୍ୟରେ ଅନ ଦ ସ୍ପଟ ପରୀକ୍ଷା ହୋଇପାରିବ । ଆଉ ସବୁଠାରୁ ଭଲ କଥା ହେଉଛି ଏହା ମାତ୍ର 30 ମିନିଟରେ ଫଳାଫଳ ଆକଳନ କରିଥାଏ । ସେହିପରି ଏକ କିଟର ମୂଲ୍ୟ ମାତ୍ର 450 ଟଙ୍କା ରଖାଯାଇଛି । ଯଦି କୋରୋନା ସନ୍ଦିଗ୍ଧଙ୍କ ଆଣ୍ଟିଜେନ୍ ପରୀକ୍ଷା ନେଗିଟିଭ ଆସେ ତେବେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.