ETV Bharat / bharat

ସ୍ବାଇନ୍ ଫ୍ଲୁ ଔଷଧରେ ହୋଇପାରେ କୋରୋନା ଚିକିତ୍ସା - hydroxychloroquine and remdesivir

କୋରୋନା ଚିକିତ୍ସା ପାଇଁ ICMR ଅନ୍ୟ କିଛି ଔଷଧକୁ ମଧ୍ୟ ଅନୁମତି ଦେଇପାରେ । ସ୍ବାଇନ୍ ଫ୍ଲକୁ ଠିକ୍ କରୁଥିବା ପେରାମିଭିରକୁ ମିଳିପାରେ ଅନୁମତି । ଅଧିକ ପଢନ୍ତୁ...

ICMR
ସ୍ବାଇନ୍ ଫ୍ଲୁ ଔଷଧରୁ ହୋଇପାରେ କୋରୋନା ଚିକିତ୍ସା
author img

By

Published : Jun 3, 2020, 4:26 PM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆରୋଗ୍ୟ ସଂଖ୍ୟା ମଧ୍ୟ ବଢୁଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କୋରୋନାର ଆରୋଗ୍ୟ ହାର 48.07 ପ୍ରତିଶତ ରହିଛି । ଏହାର କାରଣ ହେଉଛି ଆମ ଦେଶର ଡାକ୍ତରମାନେ କିଛି ଔଷଧର ମିଶ୍ରଣରେ କୋରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଯେଉଁ କାରଣରୁ ରୋଗୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି । ବର୍ତ୍ତମାନ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଆଉ ଏକ ଔଷଧକୁ ଅନୁମୋଦନ ମିଳିପାରେ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପ୍ରଥମେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପରେ ଇବୋଲାକୁ ଆରୋଗ୍ୟ କରୁଥିବା ରେମଡେସିଭିରକୁ କୋରୋନା ଚିକିତ୍ସା ପାଇଁ ଅନୁମୋଦନ ଦେଇଛି । ବର୍ତ୍ତମାନ ହୁଏତ ICMR ଅନ୍ୟ ଔଷଧକୁ ମଧ୍ୟ ଅନୁମତି ଦେଇପାରେ ।

ଏହି ଔଷଧର ନାମ ହେଉଛି ପେରାମିଭିର । ଏହା ବଜାରରେ ରାପିୱେବ ନାମରେ ମଧ୍ୟ ଜଣାଶୁଣା । ଏହି ଔଷଧ ଆମେରିକୀୟ ଖାଦ୍ୟ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଦ୍ବାରା ମଧ୍ୟ ସ୍ୱୀକୃତିପ୍ରାପ୍ତ । ସ୍ବାଇନ୍ ଫ୍ଲୁ ଓ ଏହାର ସମାନ ରୋଗକୁ ରୋକିବା ପାଇଁ ଏହି ଔଷଧ ବ୍ୟବହୃତ ହୁଏ ।

ଏହି ଆଣ୍ଟିଭାଇରାଲ୍ ଔଷଧ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହୋଇପାରେ ପୁଣି ଡାକ୍ତରଙ୍କ ତତ୍ତ୍ବାବଧାନରେ । ଏହି ଔଷଧ ଆମେରିକୀୟ କମ୍ପାନୀ ବାୟୋକ୍ରିଷ୍ଟ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ । ଏହି ଔଷଧ ଉପରେ 2008 ରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଯାହା ଡିସେମ୍ବର 2014 ରେ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ । ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଆଣ୍ଟିଭାଇରାଲ୍ ଔଷଧ, ଯାହା ପ୍ରାୟତଃ H1N1 ଇନଫ୍ଲୁଏଞ୍ଜା (H1N1) ଅର୍ଥାତ୍ ସ୍ବାଇନ୍ ଫ୍ଲୁକୁ ରୋକିବା ପାଇଁ ବ୍ୟବହୃତ ହେଉଥିଲା । ପେରାମିଭିର ଔଷଧ ଜାପାନ ଓ ଦକ୍ଷିଣ କୋରିଆ ଦ୍ବାରା ସ୍ବୀକୃତିପ୍ରାପ୍ତ । ସେଠାରେ ଏହି ଔଷଧକୁ ପେରାମି ଫ୍ଲୁ କୁହାଯାଏ ।

ଏହି ଔଷଧର ବ୍ୟବହାର କିଛି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରିପାରେ । ଯେପରିକି - ଡାଏରିଆ, ସେରମ୍ ଗ୍ଲୁକୋଜ୍ ବୃଦ୍ଧି, ନିଦ୍ରା, କୋଷ୍ଠକାଠିନ୍ୟ, ଚାପ, ଦାଗ, ଜ୍ବର ଇତ୍ୟାଦି । ତେଣୁ ଏହି ଔଷଧ ସାରା ବିଶ୍ବରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ହିଁ ଦିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.