ETV Bharat / bharat

ରାପିଡ ଟେଷ୍ଟିଂ କିଟ୍ସ ପରେ ଆଣ୍ଟି ବଡି ଟେଷ୍ଟରେ କଟକଣା

author img

By

Published : Apr 23, 2020, 12:40 AM IST

କିଛି ରାଜ୍ୟ ରାପିଡ ଆଣ୍ଟି ବଡି ଟେଷ୍ଟ କରିବାରେ ଅସୁବିଧା ସାମନା କରିଥିଲେ । ଏନେଇ ସେମାନେ ପରିଷଦକୁ ଜଣାଇବା ପରେ ଏପରି ନିଷ୍ପତ୍ତି ନେଇଛି ଆଇସିଏମଆର । ଅଧିକ ପଢନ୍ତୁ...

ରାପିଡ ଟେଷ୍ଟିଂ କିଟ୍ସ ପରେ ଆଣ୍ଟି ବଡି ଟେଷ୍ଟରେ କଟକଣା
ରାପିଡ ଟେଷ୍ଟିଂ କିଟ୍ସ ପରେ ଆଣ୍ଟି ବଡି ଟେଷ୍ଟରେ କଟକଣା

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଦେଶର ନମୁନା ପରୀକ୍ଷାକୁ ଝଟକା ଲାଗିଛି । ରାପିଡ ଟେଷ୍ଟିଂ କିଟ୍ସ ପରେ ଏବେ ଆଣ୍ଟି ବଡି ଟେଷ୍ଟିଂରେ ସମସ୍ୟା ଦେଖାଦେଇଛି । ଏହାକୁ ବ୍ୟବହାର କରିବାରେ ଏବେ ଲାଗୁ ହୋଇଛି କଟକଣା ।

ଏନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ଏକ ପ୍ରୋଟୋକଲ ଜାରି କରିଛି । କିଛି ରାଜ୍ୟ ରାପିଡ ଆଣ୍ଟି ବଡି ଟେଷ୍ଟ କରିବାରେ ଅସୁବିଧା ସାମନା କରିଥିଲେ । ଏନେଇ ସେମାନେ ପରିଷଦକୁ ଜଣାଇବା ପରେ ଏପରି ନିଷ୍ପତ୍ତି ନେଇଛି ଆଇସିଏମଆର ।

ବର୍ତ୍ତମାନ ପାଇଁ ଏହି ଟେଷ୍ଟ ନକରିବାକୁ କଟକଣା ଜାରି ହୋଇଛି । ତେବେ ପୂର୍ବରୁ ମଙ୍ଗଳବାର ରାପିଡ ଟେଷ୍ଟିଂ କିଟ୍ସ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲା ଆଇସିଏମଆର । ଦେଖାଯାଇଥିବା କିଛି ସମସ୍ୟା ଯୋଗୁଁ ଏହାକୁ 2ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.