ETV Bharat / bharat

ଚୀନରୁ କିଣାଯାଇଥିବା ରାପିଡ ଟେଷ୍ଟ କିଟ ବ୍ୟବହାର ବନ୍ଦ ପାଇଁ ICMRର ନିର୍ଦ୍ଦେଶ

ଆଇସିଏମ୍ଆର ସୋମବାର ରାପିଡ୍ ଆଣ୍ଟିବଡି ବ୍ଲଡ ଟେଷ୍ଟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପରାମର୍ଶରେ ସଂଶୋଧନ କରିଛି। ଗୁଆଙ୍ଗଜୋ ୱଣ୍ଡଫୋ ବାୟୋଟେକ୍ ଏବଂ ଜୁହାଇ ଲିଭଜନ୍ ଡାଇଗ୍ନୋଷ୍ଟିକ୍ କିଟ୍ ବ୍ୟବହାର ବନ୍ଦ କରିବାକୁ ଆଇସିଏମ୍ଆର ଏକ ଚିଠି ରାଜ୍ୟ ସରକାର ମାନଙ୍କୁ ଲେଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 27, 2020, 6:56 PM IST

Updated : Apr 28, 2020, 12:47 PM IST

ICMR
ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୋମବାର ରାପିଡ୍ ଆଣ୍ଟିବଡି ବ୍ଲଡ ଟେଷ୍ଟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପରାମର୍ଶରେ ସଂଶୋଧନ କରିଛି। ଗୁଆଙ୍ଗଜୋ ୱଣ୍ଡଫୋ ବାୟୋଟେକ୍ ଏବଂ ଜୁହାଇ ଲିଭଜନ୍ ଡାଇଗ୍ନୋଷ୍ଟିକ୍ କିଟ୍ ବ୍ୟବହାର ବନ୍ଦ କରିବାକୁ ଆଇସିଏମ୍ଆର ଏକ ଚିଠି ରାଜ୍ୟ ସରକାର ମାନଙ୍କୁ ଲେଖିଛନ୍ତି ।

ଚୀନକୁ କିଣାଯାଇଥିବା ରାପିଡ ଟେଷ୍ଟ କିଟ ବ୍ୟବହାର ବନ୍ଦ ପାଇଁ ICMRର ନିର୍ଦ୍ଦେଶ

ଉଭୟ ଚାଇନିଜ୍ କମ୍ପାନୀ ୱଣ୍ଡଫୋ ବାୟୋଟେକ୍ ଏବଂ ଲିଭଜନ୍ ଡାଇଗ୍ନୋଷ୍ଟିକ୍ ଠାରୁ କିଟ୍ କ୍ରୟ କରିଥିଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ଅଭିଯୋଗ ପରେ କିଟଗୁଡିକ ପରୀକ୍ଷା କରିବା ପରେ ଆଇସିଏମଆର ସୋମବାର ପରାମର୍ଶ ଜାରି କରିଛି । ଏହି କିଟ ଦ୍ବାରା ଟେଷ୍ଟ ରିପୋର୍ଟରେ ବ୍ୟାପକ ପରିବର୍ତ୍ତନ ଦେଖାଉଛି । ଏହା କମ୍ପାନୀଗୁଡିକ ଦେଇଥିବା ପ୍ରତିବଦ୍ଧତା ଓ ସଠିକତାର ସମ୍ପୂର୍ଣ୍ଣ ଓଲଟ ଫଳ ଦେଉଛି । ତେଣୁ ରାଜ୍ୟମାନଙ୍କୁ ଏହି କିଟ୍ ବ୍ୟବହାର ନକରିବାକୁ କୁହାଯାଇଛି । ଏବେ ଏହି କିଟ ଗୁଡିକୁ ସମ୍ପୃକ୍ତ କମ୍ପାନୀମାନଙ୍କୁ ଫେରସ୍ତ କରାଯିବ ବୋଲି କୁହାଯାଇଛି ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ସମ୍ବୋଧିତ କରିଥିବା ଚିଠିରେ ଆଇସିଏମଆର କହିଛି ଯେ କୋଭିଡ -19 ନିରାକରଣ ପାଇଁ RT- PCR ଥ୍ରୋଟ / ନୋଜାଲ ସ୍ବାବ ଟେଷ୍ଟ ହେଉଛି ହେଉଛି ସର୍ବୋତ୍ତମ ଉପକରଣ । ଏହା ଟେଷ୍ଟର ପ୍ରାରମ୍ଭିକ ଅବସ୍ଥାରେ ଭାଇରସ ଚିହ୍ନଟ କରିଥାଏ।

ଆଇସିଏମଆର କହିଛି ଯେ ଏହା ଗୁଆଙ୍ଗଜୋ ୱଣ୍ଡଫୋ ବାୟୋଟେକ୍ ଏବଂ ଜୁହାଇ ଲିଭଜନ୍ ଡାଇଗ୍ନୋଷ୍ଟିକ୍ସର ପରୀକ୍ଷଣ କିଟ ଗୁଡିକ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଆଶ୍ବସନା ମିଳିଥିଲେ ମଧ୍ୟ କିଟ ଗୁଡିକରେ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି । ଫଳରେ ଏହାକୁ ବ୍ୟବହାର ନକରିବା ପାଇଁ କୁହାଯାଇଛି ।

Last Updated : Apr 28, 2020, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.