ନୂଆଦିଲ୍ଲୀ: CA ଫାଉଣ୍ଡେସନ ଓ ଇଣ୍ଟରମିଡିଏଟ ପରୀକ୍ଷା ଫଳ ଘୋଷଣା କରିଛି ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ ଆକାଉଣ୍ଟ୍ସ ଅଫ ଇଣ୍ଡିଆ( ICAI) । ନଭେମ୍ବର 2020ରେ ସିଏ ଫାଉଣ୍ଡେସନ ପରୀକ୍ଷା ହୋଇଥିଲା । ଯେଉଁ ପରୀକ୍ଷାର୍ଥୀ ସିଏ ଫାଉଣ୍ଡେସନ ନଭେମ୍ବର 2020 ପରୀକ୍ଷା ଦେଇଥିଲେ, ସେମାନେ ନିଜ ପରୀକ୍ଷାଫଳ ଆଇସିଏଆଇର ଅଫିସିଆଲ ୱେବସାଇଟ (icaiexam.icai.org)ରେ ଦେଖିପାରିବେ ।
ଏହି ୱେବସାଇଟରେ ଦେଖନ୍ତୁ ରେଜଲ୍ଟ
icaiexam.icai.org
caresults.icai.org
icai.nic.in
ନଭେମ୍ବର 2020ରେ ଆୟୋଜିତ ସିଏ ପରୀକ୍ଷାରେ ମୋଟ 471619 ପରୀକ୍ଷାର୍ଥୀ ସାମିଲ ହୋଇଥିଲେ । ଏଥିରେ କେବଳ ସିଏ ଫାଉଣ୍ଡେସନ ଓ ଇଣ୍ଟରମିଡିଏଟ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀ ମହାମାରୀ କୋରୋନା କାରଣରୁ ନଭେମ୍ବର ପରୀକ୍ଷାରେ ଉପସ୍ଥିତ ହୋଇପାରିନଥିଲେ, ସେମାନଙ୍କୁ ଜାନୁଆରୀରେ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥିଲା । ସେପଟେ ଆସିଏଆଇ ସିଏର ଫାଇନାଲ ରେଜଲ୍ଟ ପୂର୍ବରୁ ପ୍ରକାଶିତ ହୋଇସାରିଛି ।