ETV Bharat / bharat

ବିନା କ୍ବାରେଣ୍ଟାଇନରେ ବିଦେଶରୁ ଫେରି ବେଙ୍ଗାଲୁରୁ ଗଲେ ଆଇଏସ ଅଧିକାରୀ - lock down

ବିଦେଶରୁ ଫେରି ବେଙ୍ଗାଲୁରୁ ଗଲେ ଆଇଏସ ଅଧିକାରୀ । 14 ଦିନର କ୍ବାରେଣ୍ଟାଇନରେ ନ ରହି ବେଙ୍ଗାଲୁରୁ ଗସ୍ତରେ ଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବିଦେଶରୁ ଫେରି ବେଙ୍ଗାଲୁରୁ ଗଲେ ଆଇଏସ ଅଧିକାରୀ

author img

By

Published : Mar 27, 2020, 5:07 PM IST

କୋଚି: ଦିନକୁ ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ 14ଦିନ ଯାଏଁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଛି । ହେଲେ ଜଣେ ପ୍ରଶାସନିକ ଅଧିକାରୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ସିଙ୍ଗାପୁରରୁ ଫେରି ଅଧିକାରୀ ଜଣଙ୍କ ବେଙ୍ଗାଲୁରୁ ଯାଇଥିବା ଅଭିଯୋଗ ହୋଇଛି ।

କେରଳର କୋଲାମ ଅଞ୍ଚଳର ଉପ-ଜିଲ୍ଲାପାଳ ଅନୁପମ ମିଶ୍ର ଗତ ମାର୍ଚ୍ଚ 19 ତାରିଖରେ ସିଙ୍ଗାପୁରରୁ ଫେରିଥିଲେ । ବିଦେଶୀ ପ୍ରତ୍ୟାବର୍ତ୍ତନକାରୀଙ୍କ ପ୍ରୋଟୋକଲ ଅନୁଯାୟୀ ଗୃହରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଅଧିକାରୀ ଜଣକ କ୍ବାରେଣ୍ଚାଇନ ନ ରହି ବେଙ୍ଗାଲୁରୁ ଗସ୍ତ କରିଥିଲେ ।

ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁଯାୟୀ, ଅଧିକାରୀ ଜଣକ ଉତ୍ତରପ୍ରଦେଶର ହୋଇଥିବାବେଳେ ବିବାହ ପରେ ମାଲେସିଆ ଓ ସିଙ୍ଗାପୁର ଛୁଟିରେ ଯାଇଥିଲେ । ସେଠାରୁ ଫେରିବା ପରେ ଆଇଏସ ଅଧିକାରୀଙ୍କୁ ସେଲ୍ଫ କ୍ବାରାଣ୍ଚାଇନରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।

ସେପଟେ, ଏନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ମାଗିବା ପରେ ଅଧିକାରୀ କେଉଁଠି ଓ କେତେଦିନ ରହିଥିଲେ ସେନେଇ ସମସ୍ତ ତଥ୍ୟ ଦିଆଯାଇଛି । ଏବେ ତାଙ୍କୁ ଚିକିତ୍ସା କରାଯାଇ ଥିବାବେଳେ କୋରୋନାର କୌଣସି ଲକ୍ଷଣ ବାହାରି ନାହିଁ । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଓ ପରିବାର ବର୍ଗଙ୍କୁ ମଧ୍ୟ ନୀରିକ୍ଷଣରେ ରଖାଯାଇଛି ।

ସୂଚନାଯୋଗ୍ୟ, କେରଳର କୋଲାମ ଏକ ମାତ୍ର ଜିଲ୍ଲା ଯେଉଁଠାରେ ବର୍ତ୍ତମାନ ସୁଦ୍ଧା କୌଣସି କୋରୋନା ସଂକ୍ରମିତଙ୍କ ରିପୋର୍ଟ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.