ନୂଆଦିଲ୍ଲୀ: ବିରିଷ୍ଠ ଆଇଏଏସ ରାଜୀବ ବଂଶଲଙ୍କୁ ଏୟାର ଇଣ୍ଡିଆର ଚେୟାରମ୍ୟାନ ଓ ପ୍ରବନ୍ଧକ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ରାଜୀବଙ୍କ ନିଯୁକ୍ତି ନେଇ କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି ।
1998 ବ୍ୟାଚର ନାଗାଲାଣ୍ଡ କ୍ୟାଡରର ଆଇଏଏସ ବଂଶଲ ବର୍ତ୍ତମାନ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ଅଛନ୍ତି । ତେବେ ତାଙ୍କର ପଦନ୍ନୋତ୍ତି ଓ ଦରମା ସହ ବଂଶଲଙ୍କୁ ଏୟାର ଇଣ୍ଡିଆରେ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି ।
ପୂର୍ବରୁ ଅଶ୍ବିନୀ ଲୋହାନୀ ଏୟାର ଇଣ୍ଡିଆର ଚେୟାରମ୍ୟାନ ଥିବାବେଳେ ତାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦବୀ ଖାଲି ଥିଲା । ବଜେଟ ଅଧିବେଶନ ସମୟରେ ସରକାରଙ୍କ ଦ୍ବାରା କିଛି ସମ୍ପତ୍ତି ବିକ୍ରି ନେଇ କୁହାଯାଇଥିଲା । ଏଥିରେ ଏୟାର ଇଣ୍ଡିଆ ସାମିଲ ରହିଛି ।