ETV Bharat / bharat

ତବଲିଗି ଜମାତଙ୍କୁ ପ୍ରଂଶସା କରି ହରଡଘଣାରେ ଆଇଏଏସ ଅଫିସର - ଆଇଏଏସ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ

ତବଲିଗି ଜମାତଙ୍କୁ ପ୍ରଶଂସା କରିବା ଆଇଏଏସ ଅଫିସରଙ୍କୁ ମହଙ୍ଗା ପଡିଛି । ବରିଷ୍ଠ ଆଇଏଏସ ଅଧିକାରୀ ମହମ୍ମଦ ମୋହସିନଙ୍କୁ କର୍ଣ୍ଣାଟକ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ias officer
ଆଇଏଏସ ଅଫିସର ମହମ୍ମଦ ମୋହସିନ
author img

By

Published : May 2, 2020, 4:33 PM IST

ବେଙ୍ଗାଲୁରୁ: ବରିଷ୍ଠ ଆଇଏଏସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । ତବଲିକ ଜମାତଙ୍କୁ ପ୍ରଶଂସା କରିବା ଆଇଏଏସ ଅଫିସରଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକ ସରକାର ବରିଷ୍ଠ ଆଇଏଏସ ଅଧିକାରୀ ମହମ୍ମଦ ମୋହସିନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ମୋହସିନ ନିକଟରେ କୋରୋନା ମୁକ୍ତ ହୋଇଥିବା ତବଲିଗି ଜମାତର ସଦସ୍ୟଙ୍କ ପକ୍ଷରୁ ଦେଇଥିବ ପ୍ଲାଜମା ଡୋନେଟ କରିବା ଉପରେ ଟିପ୍ପଣି ଦେଇଥିଲେ । ତେବେ ପୂର୍ବରୁ ଏହି ଆଇଏଏସ ଅଧିକାରୀ ଜଣକ ଚର୍ଚ୍ଚାର ପରିଧିକୁ ଆସିସାରିଛନ୍ତି । ସୂଚନା ଥାଉକି ଗତବର୍ଷ(2019) ମଧ୍ୟ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମୋଦିଙ୍କ ହେଲିକପ୍ଟରର ଯାଞ୍ଚ କରିବାକୁ ନେଇ ମୋହସିନ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହାକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

ମୋହସିନ ଗତ 27 ଏପ୍ରିଲରେ ଟ୍ବିଟ କରିଥିଲେ ଯେ, "300 ରୁ ଉର୍ଦ୍ଧ୍ବ ତବଲିଗି ଜମାତର ହିରୋମାନେ ଏକୁଟିଆ ଦିଲ୍ଲୀରେ ନିଜର ପ୍ଲାଜମା ଦେଶ ପାଇଁ ଦାନ କରିଛନ୍ତି । କେଉଁଥିପାଇଁ ? ମାତ୍ର ମୋଦିଜୀଙ୍କ ମିଡିଆ ଏହି ହିରୋ ମାନଙ୍କ ଦ୍ବାରା କରାଯାଉଥିବା ମାନବସେବା ପାଇଁ ଏହି କାର୍ଯ୍ୟକୁ କ୍ୟାମେରାରେ ଦେଖାଇବେ ନାହିଁ । "

1996 ମସିହା ଆଇଏଏସ ବ୍ୟାଚର ଅଧିକାରୀ ମୋହସିନଙ୍କ ଏହି ଟ୍ବିଟ ଉପରେ ବେଶ ବିରୋଧ ହେବା ପରେ ଲୋକଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.