ETV Bharat / bharat

୨୭ ବର୍ଷରେ ୫୨ ଥର ବଦଳି

ଅଶୋକ ଖେମକା ଏକ ପ୍ରକାର ରେକର୍ଡ କରିବା ଭଳି ସଂଖ୍ୟା ହାସଲ କରିଛନ୍ତି। ନିଜ ଚାକିରି ଜୀବନର 27ବର୍ଷ ମଧ୍ୟରେ ସେ ଚଳିତ ବଦଳିକୁ ମିଶାଇ ମୋଟ 52ଥର ବଦଳି ହୋଇଛନ୍ତି।

author img

By

Published : Mar 4, 2019, 10:27 AM IST

ଡିଜାଇନ ଫଟୋ

ଚଣ୍ଡୀଗଡ: କର୍ମସ୍ଥଳୀ ପରିବର୍ତ୍ତନରେ ହରିୟାଣାରେ ବହୁ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଅଶୋକ ଖେମକା ଏକ ପ୍ରକାର ରେକର୍ଡ କରିବା ଭଳି ସଂଖ୍ୟା ହାସଲ କରିଛନ୍ତି। ନିଜ ଚାକିରି ଜୀବନର 27ବର୍ଷ ମଧ୍ୟରେ ସେ ଚଳିତ ବଦଳିକୁ ମିଶାଇ ମୋଟ 52ଥର ବଦଳି ହୋଇଛନ୍ତି।

କ୍ୟାବିନେଟ ମନ୍ତ୍ରୀ ଅନିଲ ଭିଜଙ୍କ ଖେଳ ଏବଂ ଯୁବ କାର୍ଯ୍ୟକ୍ରମ ବିଭାଗରେ 15ମାସ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଶୋକଙ୍କୁ ନୂଆ ଦାୟିତ୍ବ ମିଳିଛି। ସେ ବର୍ତ୍ତମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ସଚିବ ପଦ ଦାୟିତ୍ବ ଗ୍ରହଣ କରିଛନ୍ତି।

ଅଶୋକ ଜଣେ ସଚ୍ଚୋଟ ତଥା ନିର୍ଭୀକ ପ୍ରଶାସନିକ ଅଧିକାରୀ ଭାବରେ ସମଗ୍ର ରାଜ୍ୟର ଚର୍ଚ୍ଚିତ ଚେହେରା। 1991ବ୍ୟାଚ ଆଇଏଏସ ଅଧିକାରୀ ଅଶୋକ ଖେମକା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚା ପରିସରକୁ ଆସିଥିଲେ ଯେତେବେଳ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ୍‌ ହସ୍ପିଟାଲ ଓ ଡିଏଏଲଏଫର ଜାମିନ ଡିଲ୍‌କୁ ବାତିଲ କରିଥିଲେ। ଏହା ବ୍ୟତୀତ ରାଜ୍ୟରେ ରବିବାର ୯ ଅନ୍ୟ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି।

ସ୍ଲଗ-ଅଲିଭ ରିଡଲେ ଗଣ ଅଣ୍ଡାଦାନ ପୂର୍ବରୁ  ସୁରକ୍ଷାକୁ ଗୁରୁତ୍ବ...
ଫମାର୍ଟ-ପ୍ୟାକେଜ,
ରିପୋର୍ଟର-ସମୀର ଆଚାର୍ଯ୍ୟ,
ସ୍ଥାନ-ବ୍ରହ୍ମପୁର / ତା-୦୨-୦୩-୨୦୧୯(ଭିଜୁଆଲ ଏଫ୍.ଟି.ପି ରେ ଯାଇଛି।)
ଆଙ୍କର-ଆସନ୍ତା କିଛି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ସମୁଦ୍ର ବେଳାଭୂମିରେ ଗଣ ଅଣ୍ଡାଦାନ କରିବେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ  । ଚଳିତବର୍ଷର ଏହି ଅଣ୍ଡାଦାନ ପୂର୍ବରୁ  ଅଲିଭ ରିଡଲେ ସୁରକ୍ଷା କୁ  ଅଧିକ ଗୁରୁତ୍ବ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ  । ଜିଲ୍ଲା ପୋଲିସ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ କିଭଳି ମିଳିତ ଭାବରେ ଏହି କାର୍ଯ୍ୟ କରାଯିବ ତାହାକୁ ନେଇ ପ୍ରସ୍ତୁତ ହୋଇଛି ସମସ୍ତ ବ୍ୟବସ୍ଥା  । ଏହି ସମୟରେ କଇଁଛଙ୍କ ସହିତ ସେଲଫି ଉଠାଇବା କିମ୍ବା ସ୍ପର୍ଶ କରିବା ସଂପୂ୍ର୍ଣ୍ଣ ଭାବରେ ନିଷେଦ୍ଧ କରାଯାଇଛି ।
(ଭି.ଓ-୧)- ବିଶ୍ବର ସାତ ଗୋଟି ସ୍ଥାନରେ ବିରଳ ପ୍ରଜାତିର  ଅଲିଭ ରିଡଲେ କଇଁଛ ମାନେ ଆସି କରିଥାନ୍ତି ଅଣ୍ଡାଦାନ । ସେଥିମଧ୍ୟରୁ ରାଜ୍ୟର ତିନୋଟି ସ୍ଥାନ ଗହୀର ମଥା , ଦେବୀ ନଦୀ ମୁହାଣ ଏବଂ ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣରେ  ପ୍ରତେକବର୍ଷ ଏହି ଅଲିଭ ରିଡଲେ ମାନେ ଆସି ସାମିଲ ହୋଇଥାନ୍ତି ମିଳନ ଠାରୁ ଆରମ୍ଭ କରି ଗଣ ଅଣ୍ଡାଦାନ ପ୍ରକ୍ରିୟାରେ  । ଆସନ୍ତା କିଛି ଦିନ ମଧ୍ୟରେ ଗଞ୍ଜାମର ରଷିକୁଲ୍ୟା ମୁହାଣର ସମୁଦ୍ର ବେଳାଭୂମିରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ  । ଚଳିତବର୍ଷର ଏହି ଅଣ୍ଡାଦାନ ପୂର୍ବରୁ  ଅଲିଭ ରିଡଲେ ସୁରକ୍ଷା କୁ  ଅଧିକ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ  । ଜିଲ୍ଲା ପୋଲିସ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ କିଭଳି ମିଳିତ ଭାବରେ ଏହି କାର୍ଯ୍ୟ କରାଯିବ ତାହାକୁ ନେଇ ପ୍ରସ୍ତୁତ ହୋଇଛି ସମସ୍ତ ବ୍ୟବସ୍ଥା  । ଏହି ଅଣ୍ଡାଦାନ ସମୟରେ କଇଁଛ ଙ୍କ ସହିତ କୌଣସି ସେଲଫି କିମ୍ବା ଫୋଟ ଉଠାଇବା ଠାରୁ ଆରମ୍ଭ କରି କଇଁଛ ଙ୍କୁ ସ୍ପର୍ଶ କରିବା ସଂପୂ୍ର୍ଣ୍ଣ ଭାବରେ ନିଷେଦ୍ଧ କରାଯାଇଛି ।
ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
(ଭି.ଓ-୨)-ଏହି ସମୟରେ ରଷିକୁଲ୍ୟା ମୁହାଣର ୨୦ କିଲୋମିଟର ଦୀର୍ଘ ସମୁଦ୍ର ମଧ୍ୟରେ ମାଛ ମାରିବାକୁ ନିଷେଦ୍ଧ କରାଯାଇଥିବା ବେଳେ ନିକଟରେ ରହିଥିବା   ଗ୍ରାସିମ କମ୍ପାନୀ ଏବଂ ଗୋପାଳପୁର ବନ୍ଦର ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କୁ ସମୁଦ୍ର ମଧ୍ୟକୁ ଉଜ୍ଜଳ ଆଲୋକ ବିଚ୍ଛରଣରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଗଣ ଅଣ୍ଡାଦାନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସ୍ବେଚ୍ଛାସେବୀ ଏବଂ କର୍ମଚାରୀ ମାନଙ୍କର ଏକ ୨୦୦ ଜଣିଆ ଦଳ ଗଠନ କରାଯାଇଥିବା କୁହାଯାଇଛି  । ସେହିପରି ୧୧ ଗୋଟି ସ୍ଥାନରେ ଅଲିଭ ରିଡଲେଙ୍କ ର ଅଣ୍ଡାକୁ ନେଇ ସୁରକ୍ଷିତ ଭାବରେ ରଖିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ   ମାଛ ମାରିବାକୁ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ର ଡଙ୍ଗା ଓ ଜାଲ କୁ ଜବତ କରିବାକୁ କୁହାଯାଇଛି   । ଏଥିପାଇଁ ଚାରିଗୋଟି ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ସହ  ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସଂଯୋଗ କରାଯିବାକୁ ସ୍ଥିର କରାଯାଇଛି  । ବୈଠକରେ  ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଙ୍କ ସମେତ ଜଙ୍ଗଲ ବିଭାଗ ଏବଂ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି  କିଭଳି ଏହାକୁ ଅଧିକ ଗୁରୁତ୍ବ ଦିଆଯିବ ସେ ନେଇ ମତବ୍ୟକ୍ତ କରିଥିଲେ ।
ବାଇଟ୍-ଆଶିଷ କୁମାର ବେହେରା(ଡି.ଏଫ୍.ଓ-ବ୍ରହ୍ମପୁର)
ବାଇଟ୍-ରବିନ୍ଦ୍ର ନାଥ ସାହୁ(ସଂପାଦକ-ରଷିକୁଲ୍ୟା କଇଁଛ ସୁରକ୍ଷା  ସମିତି)                                     
(ଫା.ଭି.ଓ)- ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣରେ ଗତବର୍ଷ ପ୍ରାୟ ପାଞ୍ଚ ଲକ୍ଷ ଅଲିଭ ରିଡଲେ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ବେଳେ ଚଳିତବର୍ଷ ଏହା ବୃଦ୍ଧି ହେବା ଆଶା କରାଯାଉଛି  । ଅନ୍ୟପଟେ ଜିଲ୍ଲାର ୫୨ କିଲୋମିଟର ବେଳାଭୂମି ମଧ୍ୟରୁ ରଷିକୁଲ୍ୟା ମୁହାଣର ପାଞ୍ଚ କିଲୋମିଟର ଅଣ୍ଡାଦେବା ପାଇଁ ଅତ୍ୟନ୍ତ ଅନୁକୂଳ ସ୍ଥାନ ଭାବରେ ଅଲିଭ ରିଡଲେ ମାନେ ବାଛି ନେଇଥିବାରୁ ସମୁଦ୍ର କୂଳକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ସହ ପ୍ରଥମ ଥର ପାଇଁ  ବାହୁଦା ନଦୀ ମୁହାଣରେ କଇଁଛ ଅଣ୍ଡାଦାନକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ  ସ୍ଥିର କରାଯାଇଛି  । 
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ନ୍ୟୁଜ୍ ...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.