ETV Bharat / bharat

ଚତୁର ଚୀନକୁ ଚେକ୍ ଦେବ ଭାରତ, ଲଦାଖରେ ଆରମ୍ଭ ହେବ ରାଫେଲ୍‌ ମୁତୟନ

ଭାରତ-ଚୀନ୍‌ ସୀମା ବିବାଦ ଭିତରେ ଏବେ ଭାରତ ଏଲ୍‌ଏସି ସୁରକ୍ଷା ନିୟମରେ ବ୍ୟାପକ ପରିବର୍ତ୍ତନ ସହ ବିଭିନ୍ନ ରଣକୌଶଳ ହାତକୁ ନିଆଯାଉଛି। ଆଗାମୀ ଦିନରେ ଚୀନ ସୈନ୍ୟଙ୍କ ଅନୁପ୍ରବେଶ ରୋକିବା ପାଇଁ ଭାରତ ଲଦାଖରେ ରାଫେଲ ମୁତୟନ ଆରମ୍ଭ କରିବ।

ଚତୁର ଚୀନକୁ ଚେକ୍ ଦେବ ଭାରତ, ଲଦାଖରେ ଆରମ୍ଭ ହେବ ରାଫେଲ୍‌ ମୁତୟନ
ଚତୁର ଚୀନକୁ ଚେକ୍ ଦେବ ଭାରତ, ଲଦାଖରେ ଆରମ୍ଭ ହେବ ରାଫେଲ୍‌ ମୁତୟନ
author img

By

Published : Jul 20, 2020, 11:47 AM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଚୀନ ବିବାଦ ପରଠୁ ଏଲଏସିରେ ସତର୍କ ଓ ସଜାଗ ରହିଛି ଭାରତୀୟ ସେନା। ଚୀନ ସେନାଙ୍କୁ ଚିତପଟାଙ୍ଗ କରିବାକୁ ବିଭିନ୍ନ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ରଖିବା ସହ ପ୍ରତିରକ୍ଷା ବଳକୁ ମଜବୁତ୍ କରୁଛି ଭାରତ। ସୂତ୍ରରୁ ପ୍ରକାଶ ଯେ ଏଲଏସିରେରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ନିକଟ ଭବିଷ୍ୟତରେ ଭାରତୀୟ ସେନା ଏକ ପଦକ୍ଷେପ ନେବାକୁ ଯାଉଛି।

ତେବେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ତିନିଦିନିଆ ସମ୍ମିଳନୀରେ ଭାରତୀୟ ବାୟୁସେନାର ବରିଷ୍ଠ କମାଣ୍ଡରମାନେ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିସ୍ତୃତ ସମୀକ୍ଷା କରିବେ। ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆଙ୍କ ନେତୃତ୍ବରେ ଶୀର୍ଷ କମାଣ୍ଡରମାନେ ଆସନ୍ତା ଜୁଲାଇ ୨୨ ତାରିଖରେ ହେବାକୁ ଥିବା ୨ ଦିନିଆ କନଫରେନ୍ସରେ ଯୋଗ ଦେବେ।

ଏଥିରେ ଫ୍ରାନ୍ସଠାରୁ ମିଳିଥିବା ରାଫେଲ୍‌ ଯୁଦ୍ଧ ବିମାନର ଦ୍ରୁତ ମୁତୟନ ପାଇଁ ବାୟୁସେନା ଶୀର୍ଷ ଅଧିକାରୀ ମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ତେବେ ଅଗଷ୍ଟ ଆରମ୍ଭ ସୁଦ୍ଧା ଲଦାଖ ସେକ୍ଟରରେ ପ୍ରାୟ 6ଟି ରାଫେଲ ବିମାନର ପ୍ରଥମ ଜାହାଜ ନିୟୋଜନ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ।

ଆଇଏଏଫ୍ ପୂର୍ବ ଲଦାଖର ପ୍ରମୁଖ ସୀମାନ୍ତ ବେସ୍ ଏବଂ ଏଲଏସିରେ ସୁଖୋଇ 30 , ମିଗ୍ 29, ଜାଗୁଆର, ମିରାଜ୍ 2000 ପରି ଏହାର ସମସ୍ତ ଆଗ ଧାଡି ଯୁଦ୍ଧ ବିମାନ ନିୟୋଜିତ କରିଛି। ବିଭିନ୍ନ ଅଗ୍ରୀମ ସ୍ଥାନକୁ ସୌନ୍ୟ ପରିବହନ ପାଇଁ ଆଇଏଏଫ୍ ଆପାଚେ ଆକ୍ରମଣ ହେଲିକପ୍ଟର ଏବଂ ଚିନୁକ୍ ହେଲିକପ୍ଟର ମଧ୍ୟ ନିୟୋଜିତ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.