ଜୟପୁର: ଭାରତୀୟ ବାୟୁସେନାର ଏକ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ରାଜସ୍ଥାନର ଜାଲୋର ନିକଟ ସରନୌ ଗ୍ରାମରେ ଲ୍ୟାଣ୍ଡିଂ ହୋଇଥିବା ଜଣାପଡିଛି । ପାଇଲଟଙ୍କ କହିବାନୁଯାୟୀ ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା । ତେବେ ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ