ETV Bharat / bharat

କାରଗିଲ ଭଳି ସ୍ଥିତି ଉପୁଜିଲେ ଆମେ ଲଢିବାକୁ ପ୍ରସ୍ତୁତ: ଧନୋଆ

କାରଗିଲ ଭଳି ପରିସ୍ଥିତି ପୁନର୍ବାର ହେଲେ ବାୟୁସେନା ଯୁଦ୍ଧ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ବିଏସ ଧନୋଆ କହିଛନ୍ତି ।

author img

By

Published : Jul 17, 2019, 3:07 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସର 20 ବର୍ଷ ଅବସରରେ ଶତୃଦେଶକୁ କଡା ଚେତାବନୀ ଦେଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ବିଏସ ଧନୋଆ । କାରଗିଲ ଭଳି ପରିସ୍ଥିତି ପୁନର୍ବାର ହେଲେ ବାୟୁସେନା ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ନୂଆଦିଲ୍ଲୀରେ ‘ଅପରେସନ ସଫେଦ ସାଗରର ୨୦ ବର୍ଷ’ ବିଷୟ ଉପରେ ଆୟୋଜିତ ସେମିନାରକୁ ସମ୍ବୋଧିତ କରି ଧନୋଆ କହିଛନ୍ତି, ଭାରତୀୟ ବାୟୁସେନା ଯୁଦ୍ଧର ଯେକୌଣସି ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ସେ ସାଧାରଣ ଯୁଦ୍ଧ ହେଉ ଅବା କାର୍‌ଗିଲ ଭଳି ବଡ ଯୁଦ୍ଧ ଆତଙ୍କବାଦୀ ଆକ୍ରମଣର କଡା ଯବାବ ଦେବାକୁ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଧନୋଆ ସେହି ସମୟର କାର୍ଯ୍ୟାନୁଷ୍ଠାନକୁ ମନେ ପକାଇଛନ୍ତି । ସେ କହିଛନ୍ତି, କାର୍‌ଗିଲ ଯୁଦ୍ଧରେ ପ୍ରଥମ ଥର ପାଇଁ ମିଗ୍-୨୧ ବିମାନ ରାତିରେ ଆକାଶରୁ ପର୍ବତ ଉପରକୁ ବୋମାମାଡ଼ କରିଥିଲା ।

ସୂଚନା ଯୋଗ୍ୟ ଯେ, କାଗରିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଅପରେସନକୁ ‘ଅପରେସନ ସଫେଦ ସାଗର' ନାମରେ ନାମିତ କରାଯାଇଥିଲା । 1999 କାରଗିଲ ଯୁଦ୍ଧ ସମୟରେ ଧନୋଆ 17 ସ୍କ୍ବାର୍ଡନରେ କମାଣ୍ଡିଂ ଅଧିକାରୀ ଥିଲେ । ସେ ଶ୍ରୀନଗରରୁ ଯୁଦ୍ଧ କାର୍ଯ୍ୟ ତଦାରଖ କରୁଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.