ETV Bharat / bharat

ନିଖୋଜଙ୍କ ପରିବାରକୁ ବାୟୁସେନା ମୁଖ୍ୟଙ୍କ ଆଶ୍ବାସନା

author img

By

Published : Jun 9, 2019, 3:24 AM IST

ବାୟୁସେନାର ବିମାନ AN-32ରେ ନିଖୋଜ ହୋଇଥିବା 13 ଜଣ କର୍ମଚାରୀଙ୍କ ପରିବାର ସହ କଥାହେବା ସହ ଆଶ୍ବାସନା ଦେଇଛନ୍ତି ବାୟୁସେନା ମୁଖ୍ୟ ବି.ଏସ ଧନୱା ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବାୟୁସେନାର ଯୁଦ୍ଧ ବିମାନ AN-32ରେ ନିଖୋଜ ଥିବା ପରିବାର ବର୍ଗଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ ମାର୍ସାଲ ବି.ଏସ ଧନୱା । ନିଖୋଜ ଥିବା ସମସ୍ତ 13ଜଣ କର୍ମଚାରୀଙ୍କ ପରିବାରକୁ ଆଶ୍ବାସନା ଦେବା ସହ ଯଥାଶୀଘ୍ର ସେମାନଙ୍କ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ।

ପ୍ରାୟ ସପ୍ତାହ ପାଖାପାଖି ବିମାନଟି ନିଖୋଜ ହୋଇପଡ଼ିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଖବର ପରିବାର ପାଖରେ ପହଞ୍ଚି ପାରିନାହିଁ । ଫଳରେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ସେମାନଙ୍କ ପରିବାର ।

ନିଖୋଜ ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନରେ ବାୟୁସେନାର ସୁଖୋଇ-30 ଓ C-130କୁ ନିୟୋଜିତ କରାଯାଇଛି । ପରେ ଇସ୍ରୋର ସ୍ୟାଟେଲାଇଟକୁ ମଧ୍ୟ ଅନୁସନ୍ଧାନ କରିବାରେ ବ୍ୟବହାର କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.