ନୂଆଦିଲ୍ଲୀ: ଆଜି ସାରା ଦେଶରେ ଆନନ୍ଦ ଓ ଉତ୍ସାହର ମାହୋଲ ଭରି ରହିଛି । ଭାଇ ଭଉଣୀର ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ପାଳୁଛନ୍ତି ସଭିଏଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ଅନ୍ଦାଜରେ ଏହି ପର୍ବକୁ ପାଳନ କରିଛନ୍ତି । ପ୍ରଥମେ ରାହୁଲ ନିଜ ଟ୍ବିଟରେ ପ୍ରିୟଙ୍କା ସହ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଦେଇଥିଲେ । ଏହା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ କରି ଭାଇ ରାହୁଲଙ୍କ ବିଷୟରେ କିଛି ଏମିତି କହିଛନ୍ତି ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ବିଟରରେ, ଏହି ପବିତ୍ର ପର୍ବରେ ଦେଶର ସମସ୍ତ ଭାଇଭଉଣୀଙ୍କୁ ହୃଦୟ ଭରା ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ସେ କହିଛନ୍ତି, ଭାଇ ରାହୁଲଙ୍କ ଠାରୁ ଭଲ ପାଇବା, ଧୈର୍ଯ୍ୟ, ସତ୍ୟ ଶିଖିଛନ୍ତି । ଏମିତି ଭାଇ ପାଇ ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।
ଏଥିସହ ପ୍ରିୟଙ୍କା ଗାନ୍ଧୀ ଦୁହିଁଙ୍କର ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିଲେ ।ଯେଉଁଥିରେ ଦୁଇ ଜଣ ସାଥିରେ ଚାଲୁଥିବାର ଦେଖିବାକୁ ମିଳିଛି । ଆଜି ସକାଳୁ ରାହୁଲ ପ୍ରଥମେ ଏକ ପ୍ରିୟଙ୍କା ଓ ତାଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ଦୁଇ ଭାଇ ଭଉଣୀ ପରସ୍ପରକୁ ଆଲିଙ୍ଗନ କରିଥିଲେ ।
@ANI