ETV Bharat / bharat

ମୁଁ ଏନସିପିରେ ଥିଲି ଏବଂ ରହିବି: ଅଜିତ ପାୱାର - Ajit Pawars reaction

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଅଜିତ ପାୱାର । ଜାଣନ୍ତୁ ସେ କ'ଣ କହିଛନ୍ତି..

Ajit-Pawar
ଫାଇଲ ଫଟୋ
author img

By

Published : Nov 27, 2019, 12:48 PM IST

Updated : Nov 27, 2019, 2:38 PM IST

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଅଜିତ ପାୱାର । ବିଧାୟକ ପଦର ଶପଥ ଗ୍ରହଣ ପରେ ସେ କହିଛନ୍ତି, ‘ମୁଁ ଏନସିପିରେ ଥିଲି ଏବଂ ରହିବି । ନୂଆ ସରକାରରେ ମୋ ଭୂମିକା କ'ଣ ରହିବ ତାହା ଦଳ ନିଷ୍ପତ୍ତି ନେବ । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିଲି । ଏହାପରେ ମୁଁ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲି। ’

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ସହିତ ମୋତେ ଦଳରୁ ବହିଷ୍କାର କରିବାର ଲିଖିତ ପ୍ରମାଣ ଆପଣ ମାନଙ୍କ ପାଖରେ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଅଜିତ । ଏହା ପୂର୍ବରୁ ନୂଆ ସରକାରରେ ଅଜିତ ପାୱାରଙ୍କ ଭୂମିକାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତ । ନୂଆ ସରକାରରେ ଅଜିତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ । ସେ ବହୁତ ବଡ କାମ କରିଛନ୍ତି ବୋଲି ସଞ୍ଜୟ ରାଉତ କହିଥିଲେ । ତେବେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ବ କିଏ ସମ୍ଭାଳିବ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Intro:Body:

BLANK

Conclusion:
Last Updated : Nov 27, 2019, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.