ETV Bharat / bharat

‘ଭାଲେଣ୍ଟାଇନ ଡେକୁ 'ବୀର ଯବାନ ଦିବସ' ଭାବେ ପାଳନ କର’

author img

By

Published : Feb 12, 2020, 9:48 AM IST

ଭାଲେନଣ୍ଟାଇନ ଡେ ପାଳନ ନ କରି ଏହି ଦିନରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତେଲେଙ୍ଗାନା ବଜରଙ୍ଗ ଦଳ ଲୋକଙ୍କୁ ନିବେଦନ କରିଛନ୍ତି । କାରଣ ଗତବର୍ଷ ଏହି ଦିନରେ ଜମ୍ମୁ ଓ କାଶ୍ମୀରର ପୁଲୱାମାରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଅଧିକ ପଢନ୍ତୁ...

hydrabad-bajarangdal-asks-people-to-not-celebrate-valentine-day-pay-tribute-to-pulwama-martyres
ଭାଲେନଣ୍ଟାଇନ ଡେ କୁ 'ବୀର ଯବାନ ଦିବସ' ପାଳନ କର

ହାଇଦ୍ରାବାଦ: ଭାଲେନଣ୍ଟାଇନ ଡେ ପାଳନ ନ କରି ଏହି ଦିନରେ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତେଲେଙ୍ଗାନା ରାଜ୍ୟ ବଜରଙ୍ଗ ଦଳ ଲୋକଙ୍କୁ ନିବେଦନ କରିଛନ୍ତି । କାରଣ ଗତବର୍ଷ ଏହି ଦିନରେ ଜମ୍ମୁ ଓ କାଶ୍ମୀରର ପୁଲୱାମାରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।

ତେଲେଙ୍ଗାନା ବଜରଙ୍ଗ ଦଳର ରାଜ୍ୟ ସହ ସଂଯୋଜକ ଏମ ସୁଭାଷ ଚନ୍ଦ୍ର କହିଛନ୍ତି ଏହାକୁ ନେଇ ଆମେ ତେଲେଙ୍ଗାନା ଡିଜିପିକୁ ଭେଟିଥିଲୁ । ହାଇଦ୍ରାବାଦ କୌଣସି ସ୍ଥାନରେ ଭାଲେଣ୍ଟାଇନ ଡେ ପାଳନ ନ କରିବା ପାଇଁ ନିବେଦନ କରିଛୁ । ଆମେ ଭଲପାଇବାକୁ ବିରୋଧ କରିବୁ ନାହିଁ କିନ୍ତୁ ନିଜ ସଂସ୍କୃତିକୁ ବଜାୟ ରଖିବାକୁ କହିଛୁ । ତେଲେଙ୍ଗାନାର ବିଶ୍ବହିନ୍ଦୁ ପରିଷଦର ମଧ୍ୟ ଭାଲେଣ୍ଟାଇନ ଡେ ପାଳନ ନ କରିବା ପାଇଁ ଯୁବଗୋଷ୍ଠୀକୁ କହିଛି କାରଣ ଏହା ଆମର ସଂସ୍କୃତି ନୁହେଁ । ଏହି ଦିନରେ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଚିତ ବୋଲି କହିଛନ୍ତି ।

ତେଲେଙ୍ଗାନାର ବିଭିନ୍ନ ହୋଟେଲ ,ପବ ଏବଂ ବିଭିନ୍ନ ମଲରେ ଭାଲେଣ୍ଟାଇନ ଡେ ପାଇଁ ବିପୁଳ ପରିମାଣରେ ବ୍ୟବସାୟ ଚାଲିଛି । ଆମେ ହୋଟେଲ ମାଲିକ ଓ କର୍ମକର୍ତ୍ତା ମାନଙ୍କୁ କହିଛୁ ଭାଲେଣ୍ଟାଇନ ଡେ ପାଳନ ନକରିବା ପାଇଁ ଯଦି ସେମାନେ କରିବେ ଆମେ ବନ୍ଦ କରିବୁ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି । ତେଲେଙ୍ଗାନା ବଜରଙ୍ଗ ଦଳ ଫେବୃୟାରୀ 14କୁ 'ବୀର ଯବାନ ଦିବସ' ଭାବରେ ପାଳନ କରିବା ପାଇଁ କହିଛନ୍ତି । ଗତ ବର୍ଷ ଫେବୃୟାରୀ 14ରେ ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ 40 ଜଣ ବୀର ସିଆରପିଏଫ ଜବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.