ETV Bharat / bharat

ସୋସିଆଲ ମିଡିଆ ଗୁଜବକାରୀକୁ ବାନ୍ଧିଲା ପୋଲିସ - ହାଇଦ୍ରାବାଦ ପୋଲିସ

ସୋସିଆଲ ମିଡିଆ ମାଧ୍ୟମରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଯେଉଁମାନେ ଏହି ବ୍ୟକ୍ତିଙ୍କୁ ଚିହ୍ନିବାରେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଟ୍ବିଟର ମାଧ୍ୟରେ କୃତଜ୍ଞତା ଜଣାଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନି କୁମାର । ଅଧିକ ପଢନ୍ତୁ...

Hyderabad police traces origin of fake news
ସୋସିଆଲ ମିଡିଆ ଗୁଜବକାରୀକୁ ବାନ୍ଧିଲା ପୋଲିସ
author img

By

Published : Mar 11, 2020, 4:42 AM IST

ହାଇଦ୍ରାବାଦ: ଆଜି କାଲି ସୋସିଆଲ ମିଡିଆରେ କିଛି ମନ୍ଦ ପ୍ରକୃତିର ଲୋକମାନେ ଗୁଜବ ଏବଂ ମିଥ୍ୟା ଖବର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ କିଛି ବ୍ୟକ୍ତି ମିଥ୍ୟା ଖବର ପ୍ରଚାର କରୁଥିଲେ । ଏନେଇ 48 ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନି କୁମାର । ଯେଉଁମାନେ ଏହି ବ୍ୟକ୍ତିଙ୍କୁ ଚିହ୍ନିବାରେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଟ୍ବିଟର ମାଧ୍ୟରେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ଅଞ୍ଜନି କୁମାର ।

ସୋମବାର ଠାରୁ ହ୍ବାଟସ୍ଆପରେ ମିଥ୍ୟା ଖବର ସହିତ ଏକ ଅଡିଓ ବାର୍ତ୍ତା ପ୍ରଚାରିତ ହେଉଥିଲା। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଅଡିଓ ବାର୍ତ୍ତାର ଉତ୍ପତ୍ତି ଜାଣିବା ପାଇଁ ପୋଲିସର ସାଇବର କ୍ରାଇମ ସେଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ବର୍ତ୍ତମାନ କିଛି ଲୋକଙ୍କ ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରିଥିବା ଜଣାପଡ଼ିଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.