ETV Bharat / bharat

ଲକଡାଉନରେ ପଡୋଶୀଙ୍କ ସହ ଖେଳିବାକୁ ପୋଲିସର ବାରଣ

ହାଇଦ୍ରାବାଦ ପୋଲିସ ଲୋକଙ୍କୁ ସତର୍କ କରାଇଛି । ବିଶେଷ କରି ପଡୋଶୀଙ୍କ ସହ ଖେଳିବାବେଳେ ସାବଧାନ ଅବଲମ୍ବନ କରିବାକୁ ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି । ଅଧିକ ପଢନ୍ତୁ...

ଲକଡାଉନରେ ପଡୋଶୀଙ୍କ ସହ ଖେଳିବାକୁ ପୋଲିସର ବାରଣ
ଲକଡାଉନରେ ପଡୋଶୀଙ୍କ ସହ ଖେଳିବାକୁ ପୋଲିସର ବାରଣ
author img

By

Published : Apr 29, 2020, 7:21 PM IST

ହାଇଦ୍ରାବାଦ: ଲକଡାଉନରେ କୌଣସି କାମ ନାହିଁ କି ବାହାରକୁ ଯିବାର ସୁଯୋଗ ନାହିଁ । ଘରେ ଚୁପଚାପ ବସିବା ପିଲାଙ୍କ ପକ୍ଷେ ଅସମ୍ଭବ । ଯୁବପିଢି ପାଇଁ ଏହା ବୋରିଂ । ତେବେ ଏହି ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ଇଣ୍ଡୋର ଗେମ୍ସ । ଏହି ସମୟରେ କ୍ୟାରୋମ, ଚେସ, ଲୁଡୋ, ପୋକର ଭଳି ଖେଳରେ ପିଲାମାନେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଏପରିକି ବ୍ୟାଡମିଣ୍ଟନ ଭଳି ଆଉଟଡୋର ଗେମରେ ନିଜକୁ ବ୍ୟସ୍ତ ରଖୁଛନ୍ତି ବୟସ୍କ ବ୍ୟକ୍ତି ।

ତେବେ ଏସବୁ ଖେଳବେଳେ କୋରୋନା ସଂକ୍ରମଣ ଅଧିକ ରହିଛି । ଏନେଇ ହାଇଦ୍ରାବାଦ ପୋଲିସ ଲୋକଙ୍କୁ ସତର୍କ କରାଇଛି । ବିଶେଷ କରି ପଡୋଶୀଙ୍କ ସହ ଖେଳିବାବେଳେ ସାବଧାନ ଅବଲମ୍ବନ କରିବାକୁ ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି । ଲକଡାଉନରେ ଖେଳିବବେଳେ ସାବଧାନ ଓ ସତର୍କ ରହିବା ସହ ଯଦି ସମ୍ଭବ ହେଉଛି ଆଦୌ ନ ଖେଳିବାକୁ ପୋଲିସ କହିଛି । କାରଣ ନିକଟରେ 2ଟି ଘଟଣା ଯୋଗୁଁ ଅନେକ ଲୋକ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ପ୍ରଥମ ଘଟଣାରେ ସୂରୟାପେଟର ଏକ ମହିଳା ବୋର୍ଡ ଗେମ ଖେଳୁଥିବାବେଳେ 31 ଲୋକଙ୍କୁ ସଂକ୍ରମଣ କରିଥିଲେ । ସେହିପରି ଜଣେ ଲରି ଡ୍ରାଇଭର ପୋକର ଖେଳୁଥିବାବେଳେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁକୁ ବ୍ୟାପିବାରେ ସାହାଯ୍ୟ କରିଥିଲେ । ଏଥିପାଇଁ ପୋଲିସ କୌଣସି ଏକ ଗେମରେ 4 ଜଣରୁ ଅଧିକ ଖେଳାଳିଙ୍କୁ ଭାଗ ନେବାକୁ ମନା କରିଛି । କୋରୋନା ଦ୍ବାରା ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ଏହି ଭୂତାଣୁ ଆରାମରେ ସଂକ୍ରମଣ କରିପାରେ । କାରଣ ଖେଳୁଥିବା ବୋର୍ଡ, କ୍ୟାରୋମ କଏନ ଅବା ପୋକର କାର୍ଡ୍ସକୁ ବାରମ୍ବାର ଛୁଇଁବା ଦ୍ବାରା ଏହା ସଂକ୍ରମଣ ହୋଇଥାଏ ।

ଆଉଟଡୋର ଗେମ୍ସରେ ମଧ୍ୟ ସମାନ ଭାବେ କୋଭିଡ 19 ବ୍ୟାପିପାରେ । ତେବେ ଗୋଟିଏ ପରିବାରର ଲୋକେ ସାମାଜିକ ଦୂରତ୍ବ ରକ୍ଷା କରି ଏହି ଖେଳ ଖେଳିପାରିବେ । କିନ୍ତୁ ପଡୋଶୀଙ୍କ ସହ ଏହି ସମୟରେ ଖେଳିବା ବିପଦଜନକ ହୋଇପାରେ । ବିଭିନ୍ନ ଆପାର୍ଟମେଣ୍ଟ ଓ ସୋସାଇଟିର ମୁଖ୍ୟ ତଥା ସଭାପତିଙ୍କୁ ପୋଲିସ ଏହିପରି ଭୟାବହତା ତଥ୍ୟ ଦେବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ପଡୋଶୀଙ୍କ ସହ ଲକଡାଉନରେ ଖେଳିବାକୁ ଏହା ବାରଣ କରିଛି । ରୋଚାକୋଣ୍ଡା ପୋଲିସ କମିଶନର ମହେଶ ଭାଗୱତ କହିଛନ୍ତି ଯେ ଗ୍ରୁପ ଗେମ୍ସ ଓ ଆଉଟଡୋର ସ୍ପୋର୍ଟ୍ସ ଅଧିକ ବିପଦପୂର୍ଣ୍ଣ । ଏହା କଟକଣା ଭାଙ୍ଗିବା ସହ ଅଧିକ ସଂକ୍ରମଣର ଆଶଙ୍କା ବଢାଇଥାଏ । ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.