ETV Bharat / bharat

10 ଟଙ୍କାରେ ମିଳୁଛି ଶାଢୀ, ଜାଣନ୍ତୁ କେଉଁଠି ? - saree

10 ଟଙ୍କାରେ ଟିଫନ ମିଳୁନି । ହେଲେ ଶାଢୀ ମିଳୁଛି । କଥାଟା ଅଜବ ଲାଗିଲେ ବି ସତ । ହାଇଦ୍ରାବାଦ ସିଦ୍ଦିପେଟର ଏକ ସପିଂ ମଲରେ 10 ଟଙ୍କାରେ ଶାଢୀ ମିଳୁଛି । ଯାହାକୁ ନେଇ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ଯାହାର ଫାଇଦା ମଧ୍ୟ ଉଠାଉଛନ୍ତି ଚୋର ଓ ପକେଟମାର ।

ସପିଂ ମଲ
author img

By

Published : Feb 17, 2019, 12:25 PM IST

ହାଇଦ୍ରାବାଦ: ଦୋକାନ ଆଗରେ ନାହିଁ ନଥିବା ଭିଡ । ହଜାର ହଜାର ଲୋକ ପରିବାର ନେଇ ଆସୁଛନ୍ତି । ତେବେ ଏହି ଭିଡ ଲାଗିଛି ଶାଢୀ ପାଇଁ, ମାତ୍ର 10 ଟଙ୍କାରେ ମିଳୁଛି ଦାମି ଶାଢୀ । ହାଇଦ୍ରାବାଦ ସିଦ୍ଦିପେଟର ଏକ ସପିଂ ମଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 10 ଟଙ୍କିଆ ଶାଢୀ ପାଇଁ ମଲରେ ।

ତେବେ ଏହି ଭିଡର ଫାଏଦା ଉଠାଉଛନ୍ତି ଚୋର ଓ ପକେଟମାର । ମହିଳାଙ୍କ ବେକରୁ ସୁନାଗହଣା ଓ ପୁରୁଷଙ୍କ ପକେଟ ଉପରେ ଏମାନଙ୍କ ଲକ୍ଷ୍ୟ । ମଲରେ ଏତେ ଭିଡ ଯେ ନିୟନ୍ତ୍ରଣ କରିବା ଅସମ୍ଭବ । ତେବେ ଏହି ଭିଡରେ ଜଣେ ମହିଳାଙ୍କର ସୁନା ଚେନ, ଡେବିଟ କାର୍ଡ ଏବଂ 6 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରବଳ ଭିଡ ଯୋଗୁଁ ଅନେକ ଗ୍ରାହକ ଏଥିରେ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

Intro:Body:

ଯୋଗ ଶିବିରରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଗଜପତି: ପାରଳାଖେମୁଣ୍ଡିରେ ଅଘଟଣ । ଯୋଗ କରୁଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ପାରଳାଖେମୁଣ୍ଡି ହାଇଟେକ ପଡିଆରେ ଆୟୋଜିତ ହୋଇଥିବା ତିନି ଦିନିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ଉକ୍ତ ବ୍ୟକ୍ତି । ଯୋଗ କରୁଥିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ତେବେ ଆଶ୍ଚର୍ଯ୍ୟରେ ବିଷୟ ଯେ ଶିବିରର ଆୟୋଜକ ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଘଟଣା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । କି ଘଟଣାସ୍ଥଳରେ ପୋଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗର କେହି ମଧ୍ୟ ଉପସ୍ଥିତ ନଥିଲେ ।   

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.