ETV Bharat / bharat

ଅଫିସରେ ବିଦେଶୀଙ୍କୁ ଆଶ୍ରୟ, ବନ୍ଧା ହେଲେ ହାଇଦ୍ରାବାଦ୍ ତବଲିଗୀ ଜମାତ ମୁଖିଆ

ସରକାରଙ୍କ କଡା ନିୟମକୁ ଫୁ କରି ବିଦେଶୀଙ୍କୁ ଘରେ ଆଶ୍ରୟ ଦେଇ ତବଲିଗୀ ଜମାତର ଜଣେ ସ୍ଥାନୀୟ ନେତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି।

author img

By

Published : Apr 13, 2020, 1:03 PM IST

Local Tablighi Jamaat leade
ଅଫିସରେ ବିଦେଶୀଙ୍କୁ ଆଶ୍ରୟ, ବନ୍ଧା ହେଲେ ହାଇଦ୍ରାବାଦ୍ ତବଲିଗି ଜାମାତର ମୁଖିଆ

ହାଇଦ୍ରାବାଦ୍: ଲକଡାଉନ ସମୟରେ ସରକାରଙ୍କ କଡା ନିୟମକୁ ଫୁ କରି ବିଦେଶୀଙ୍କୁ ଘରେ ଆଶ୍ରୟ ଦେଇ ତବଲିଗୀ ଜମାତର ଜଣେ ସ୍ଥାନୀୟ ନେତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି।

ଏହି ଧାର୍ମିକ ସଙ୍ଗଠନର ମୁଖିଆ ବିଦେଶୀଙ୍କ ସମେତ ପ୍ରାୟ 30-40 ଲୋକଙ୍କୁ ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରି ମାଲେପାଲି ମର୍କାଜ୍ (ତେଲେଙ୍ଗାନା ଜାମାତର ତେଲେଙ୍ଗାନା ମୁଖ୍ୟାଳୟ) ରେ ଆଶ୍ରୟ ଦେଇଥିଲେ।

ସୂଚନା ଥାଉକି, ତେଲେଙ୍ଗାନାରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 85 ପ୍ରତିଶତ ଆକ୍ରାନ୍ତ ନିଜାମୁଦ୍ଧିନ ଘଟଣା ସହ ଜଡିତ ଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ରବିବାର ଦିନ ରାଜ୍ୟରେ ମୋଟ ମାମଲା 531 ମାମଲା ଥିବା ବେଳେ, 16 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ରାଜ୍ୟବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିବା ବେଳେ ରାଜ୍ୟ

ହାବିବ ନାଗର ପୋଲିସ ଚଳିତ ମାସ ଆରମ୍ଭରେ ଜମାତର ନଅ ଜଣ ସଦସ୍ୟଙ୍କୁ ଏହାର ସଭାପତି ମହମ୍ମଦ ଇକ୍ରାମ ଅଲିଙ୍କ ସମେତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ସବିଶେଷ ତଥ୍ୟ ଅନୁଯାୟୀ ମହମ୍ମଦ ଇକ୍ରାମ ଅଲି ନାମକ ଏହି ନେତାଙ୍କୁ ଗିରଫ କରାଯାଇଛି। ରାଜ୍ୟରେ କରୋନାଭାଇରସ୍ ରୋଗ ସଂଖ୍ୟା ବଢିବା ସତ୍ତ୍ୱେ ବିଦେଶୀମାନଙ୍କୁ ସ୍ଥାନୀୟ କାର୍ଯ୍ୟାଳୟରେ ଆଶ୍ରୟ ଦେବା ଅତ୍ୟନ୍ତ ଚିନ୍ତାର ବିଷୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.