ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ତେଲେଙ୍ଗାନା ସରକାର

author img

By

Published : Dec 9, 2019, 4:26 AM IST

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା । ଏନକାଉଣ୍ଟରକୁ ଫେକ ଦର୍ଶାଇ ସାଇବରାବାଦ ପୋଲିସ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଅଭିଯୋଗ ପରେ ତେଲେଙ୍ଗାନା ସରକାର ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି ।

Hyderabad encounter
ହାଇଦ୍ରାବାଦ ଏନକାଉଣ୍ଟରର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ

ହାଇଦ୍ରାବାଦ: ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ତଦନ୍ତ ପାଇଁ ତେଲେଙ୍ଗାନା ସରକାର ଏସଆଇଟି ଟିମ୍‌ ଗଠନ କରିଛନ୍ତି । ଏହି ଟିମ୍‌ର ନେତୃତ୍ବ ରଚାକେଣ୍ଡା ପୋଲିସ ଅଧିକାରୀ ମହେଶ ଏମ୍‌ ଭାଗବତ କରିବେ । ଏହି ଟିମ୍ ଉକ୍ତ ମାମଲାରେ ଜଡିତ ସବୁ ସାକ୍ଷୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବୟାନ ନେବ । ଏତତବ୍ୟତୀତ ଏନକାଉଣ୍ଟର ମାମଲାରେ ସାମିଲ ସମସ୍ତ ପୋଲିସ ଟିମ୍‌କୁ ପଚରାଉଚରା କରିବ ।

ରବିବାର ସାଇବରାବାଦ ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନକାଉଣ୍ଟର ଫେକ୍‌ ଥିବା କୁହାଯାଇଛି । ଏହି ଅଭିଯୋଗ ପରେ ତେଲେଙ୍ଗାନା ସରକାର ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଥିଲେ । ସେପଟେ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ମଧ୍ୟ ସକ୍ରିୟ ହୋଇଉଠିଛି । 4 ଅଭିଯୁକ୍ତଙ୍କ ମୃତଦେହକୁ ରଖାଯାଇଥିବା ହସ୍ପିଟାଲର ମଧ୍ୟ ପରିଦର୍ଶନ କରିଛି ଏନଏଚଆରସି ଟିମ୍ ।

ସୂଚନାଯୋଗ୍ୟ, ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତଦନ୍ତ ବେଳେ ପୋଲିସ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା । ମାତ୍ର ଅଭିଯୁକ୍ତମାନେ ପୋଲିସକୁ ତଦନ୍ତରେ ସହଯୋଗ କରିବା ବଦଳରେ ସେମାନଙ୍କ ହତିଆର ଛଡାଇ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୋଲିସକୁ ଉପରକୁ ଗୁଳି ଚାଳନା କରିଥିଲେ । ନିଜ ଆତ୍ମସୁରକ୍ଷା ପାଇଁ ଶେଷରେ ପୋଲିସ ଏନକାଉଣ୍ଟର କରିବା ପାଇଁ ବାଧ୍ୟ ହୋଇଥିଲା । ଯେଉଁଥିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଯେଉଁ ସ୍ଥାନରେ ଦିଶାଙ୍କୁ ଅଭିଯୁକ୍ତମାନେ ପୋଡି ମାରିଥିଲେ ସମାନ ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା । ଗୋଟିଏ ପଟେ ପୋଲିସର ଏନକାଉଣ୍ଟରକୁ କିଛି ଲୋକ ଖୁସି ପ୍ରଶଂସା କରିଥିବାବେଳେ ଅନେକ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.