ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: ମୋ ସ୍ବାମୀଙ୍କ ଭଳି ମୋତେ ବି ମାରିଦିଅ କହିଲେ ମୃତ ଅଭିଯୁକ୍ତଙ୍କ ସ୍ତ୍ରୀ

author img

By

Published : Dec 7, 2019, 5:20 AM IST

ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତ ଏନକାଉଣ୍ଟର ଘଟଣାରେ ଅଭିଯୁକ୍ତ ଚେନ୍ନାକେଶାବୁଲୁର ସ୍ତ୍ରୀଙ୍କ ପ୍ରତିକ୍ରିୟା । ମୋ ସ୍ବାମୀଙ୍କ ଯେଉଁଠି ମାରିଛି ମୋତେ ବି ସେଇଠି ନେଇ ମାରିଦିଅ ।

Hyderabad encounter
ମୋ ସ୍ବାମୀଙ୍କ ଭଳି ମୋତେ ବି ମାରିଦିଅ

ହାଇଦ୍ରାବାଦ: ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତ ଏନକାଉଣ୍ଟରରେ ମରିବା ପରେ ସେମାନଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନକାଉଣ୍ଟରକୁ ନେଇ ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫର ମା' କହିଛନ୍ତି ଯେ, ତାଙ୍କ ପୁଅ ଚାଲିଯାଇଛି । ପୂର୍ବରୁ ଆରିଫ୍‌ର ବାପା କହିଥିଲେ ଯେ, ଯଦି ତାଙ୍କ ପୁଅ ଅପରାଧ କରିଛି ତେବେ ତାକୁ କଠୋର ଦଣ୍ଡ ମିଳିବା ଦରକାର ।

ଅନ୍ୟପଟେ ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ ଚେନ୍ନାକେଶାବୁଲୁର ପତ୍ନୀ କହିଛି ଯେ, ଯେଉଁଠି ମୋ ସ୍ବାମୀଙ୍କୁ ମାରି ଦିଆଯାଇଛି । ମୋତେ ମଧ୍ୟ ସେହି ସ୍ଥାନକୁ ନେଇ ମାରି ଦିଆଯାଉ । ସ୍ବାମୀ ଯିବା ପରେ ମୋ ପାଖରେ କରିବାକୁ କିଛି ବି ନାହିଁ । ସେ ଏହା ମଧ୍ୟ କହିଛି, ତାକୁ ଭରସା ଦିଆଯାଇଥିଲା ତା' ସ୍ବାମୀର କିଛି ହେବନାହିଁ ଏବଂ ସେ ଶୀଘ୍ର ଫେରି ଆସିବେ । ହେଲେ ତାଙ୍କ ମୃତ୍ୟୁ ପରେ ମୁଁ କଣ କରିବି ମୁଁ ନିଜେ ଜାଣିପାରୁନାହିଁ । ସୂଚନାଯୋଗ୍ୟ, ନିକଟରେ ହିଁ ଚେନ୍ନାକେଶାବୁଲୁର ବିବାହ ହୋଇଥିଲା ।

ସେହିପରି ଅଭିଯୁକ୍ତ ଶିବାର ବାପା କହିଛନ୍ତି ଯେ, ହୋଇପାରେ ମୋ ପୁଅ ଅପରାଧ କରିଥାଇପାରେ ହେଲେ ତାର ଏମିତି ଅନ୍ତ ହେବାର ନଥିଲା । ଅନେକ ଲୋକ ଭୁଲ କରୁଛନ୍ତି କିନ୍ତୁ କାହାକୁ ଏମିତି ହତ୍ୟା କରାଯାଇନାହିଁ । ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏନକାଉଣ୍ଟରେ ମୃତ 4 ଅଭିଯୁକ୍ତ ଗରିବ ଶ୍ରେଣୀର ଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସେମାନଙ୍କର ବହୁତ କମ୍‌ ଥିଲା । ତଥାପି ଭଲ ରୋଜଗାର କରି ବିଳାସମୟ ଜୀବନ ଅତିବାହିତ କରୁଥିଲେ ।

ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାର ଜାକଲେର ନିବାସୀ 26 ବର୍ଷୀୟ ଆରିଫ ଟ୍ରକ ଡ୍ରାଇଭର ହେବା ପୂର୍ବରୁ ପେଟ୍ରୋଲ ପମ୍ପରେ କାମ କରୁଥିଲା । ସେହିପରି 20 ବର୍ଷୀୟ ଜୋଲ୍ଲୁ ଶିବା ଓ ଜୋଲ୍ଲୁ ନବୀନ ସେହି ଜିଲ୍ଲାର ଗୁଡିଗଡାଲ ଗାଁର ଥିଲେ । ଉଭୟ କ୍ଲିନର ଭାବେ କାମ କରୁଥିଲା । ଅନ୍ୟଜଣେ 20 ବର୍ଷୀୟ ଚେନ୍ନାକେଶାବୁଲୁ ମଧ୍ୟ ଟ୍ରକ ଚାଳକ ଥିଲା । ସେ ମଧ୍ୟ ଗୁଡିଗାନ୍ଦଲା ଗାଁର ଥିଲା ।

Intro:ବରଗଡ ଜିଲ୍ଲା ମସ୍ୟ ବିଭାଗ ରେ ସରକାରଙ୍କ ବହୁ ଅର୍ଥ ହରିଲୁଟ କରାଯାଉଥିବା ସାମନାକୁ ଆସିଛି | ମସ୍ୟ ଚାଷୀଙ୍କ ପାଇଁ ରହିଥିବା ବହୁ ଯୋଜନାରେ ମିଳୁଥିବା ସବସିଡି ଅର୍ଥକୁ ଲୁଟ କରୁଛନ୍ତି ଖୋଦ ମଶ୍ୟ ବିଭାଗର ଅଧିକାରୀ | ଚାଷୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ବସୁଲି କରାଯାଇ ବହୁ ବେଆନ କାରବାର କରୁଥିବା ଅଭିଯୋଗ ହୋଇଛି | ଚାଷୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଉଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ସୋସିଆଲ ମିଡିଆରେ | ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ମସ୍ୟ ବିଭାଗ ଅଧିକାରୀ ରମେଶ ସେଠୀ ଙ୍କ ନାମରେ |
Body:ପାଇକମାଳ ବ୍ଲକ ଅନ୍ତର୍ଗତ ମହୁଲପାଳି ଗ୍ରାମର ବଇଲୋଚନ ପ୍ରଧାନ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ତାଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ଙ୍କ ନାମରେ ଏକ ମାଛ ପୋଖରୀ ଖୋଲିବା ପାଇଁ 6 ଲକ୍ଷ 80 ହଜାର ଟଙ୍କାର ମଞ୍ଜୁରୀ ପାଇଥିଲେ | ତେବେ ଏହି ଯୋଜନାରେ ସରକାରଙ୍କ 3 ଲକ୍ଷ 40 ହଜାର ଟଙ୍କା ରିହାତି ମୂଲ୍ୟକୁ ଦେବାପାଇଁ ପାଇକମାଳ ମସ୍ୟ ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଲାଞ୍ଚ ଦାବିକରିଥିଲେ | ତେବେ ବଇଲୋଚନ ବିଭିନ୍ନ ପର୍ଯ୍ୟାୟରେ ସମୁଦାୟ 1 ଲକ୍ଷ 20 ହଜାର ଟଙ୍କା ଲାଞ୍ଚ ଦେଇଥିବା ପରେ ମଧ୍ୟ ମସ୍ୟ ଅଧିକାରୀ ରମେଶ ସେଠୀ ଆହୁରି ଅର୍ଥ ଦାବି କରିଥିଲେ | କେବଳ 95 ହଜାର ଟଙ୍କା ରିହାତି ଅର୍ଥ ମିଳିଥିବା ବେଳେ ଆବାସିଷ୍ଠ ରିହାତି ଅର୍ଥ ଦିଆଯାଇନାହି | ଆହୁରି ଅର୍ଥ ଲାଞ୍ଚ ନଦେଲେ ରିହାତି ଟଙ୍କା ଆଦୌ ଦିଆଯିବ ନାହିଂ ବୋଲି ଶ୍ରୀ ସେଠୀ କହିଥିବା ଅଭିଯୋଗ ଆଣିଛନ୍ତି ବଇଲୋଚନ ପ୍ରଧାନ | ବଇଲୋଚନ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଯାଇ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି ଫଳରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟା କରିବେ ବୋଲି ଜଣାଇଦେଇଛନ୍ତି ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି |
ତେବେ ପାଇକମାଳ ମସ୍ୟ ଅଧିକାରୀ ବଇଲୋଚନ ଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବାପରେ ମସ୍ୟ ବିଭାଗରେ ଚାଲିଥିବା ଏପରି କାରନାମା ବିଷୟ ପଦାକୁ ଆସିଛି | ରାଜ୍ୟ ସରକାରଙ୍କ 5T ଯୋଜନା ପାଇକମାଳ ମସ୍ୟ ବିଭାଗରେ କୌଣସି ପ୍ରଭାବ ପକାଇପାରି ନାହି | ଏଠାରେ ବିନା ପିସି କାରବାରରେ କୌଣସି କାମ କରାଯାଉ ନଥିବା ଅଭିଯୋଗ ହୋଇଛି |
ବାଇଟ 1- ବଇଲୋଚନ ପ୍ରଧାନ ( ଚାଷୀ ) MOJO ରେ ଯାଇଛି |
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.