ହାଇଦ୍ରାବାଦ: କୋରୋନା ଭାଇରସକୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ, ଡାକ୍ତର ଏବଂ ବିଭିନ୍ନ ସମାଜସେବୀଙ୍କୁ ସଚେତନ କରାଉଛନ୍ତି । ଏହା ମଧ୍ୟରେ ହାଇଦ୍ରାବାଦର ଜଣେ 47 ବର୍ଷୀୟ ବ୍ୟକ୍ତି 20-30 କିଲୋମିଟର ସାଇକେଲ ଚଲାଇ ସହରର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ କୋରୋନା ସଚେତନ କରାଉଛନ୍ତି ।
ସେ ସହରର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କୁ ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ପିନ୍ଧିବା ବିଷୟରେ ଲୋକଙ୍କୁ ସଚେତନ କରାଉଛନ୍ତି । ତେବେ ସାଇକେଲ ଚାଳକ ଦୀନେଶ ଗୁପ୍ତାଙ୍କ କହିବା ଅନୁଯାୟୀ, ସେ ଗତ 15 ଦିନ ହେବ ହାଇଦ୍ରାବାଦ ସହରରେ ବୁଲି ବୁଲି ସାମାଜିକ ଦୂରତା ତଥା ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଉଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ବର୍ଷ ପାଇଁ ଆମକୁ ସତର୍କ ରହିବା ଉଚିତ । ମାସ୍କ ଆମ ସଂସ୍କୃତି ପାଇଁ କିଛି ନୂଆ ନୁହେଁ । କାରଣ ଏହା ପୂର୍ବରୁ ଲୋକମାନେ ବିଭିନ୍ନ ସଂକ୍ରମଣରୁ ବଞ୍ଚିତ ହେବାପାଇଁ ମାସ୍କ ପିନ୍ଧୁଥିଲେ । ଏଥିସହ ସେ କହିଛନ୍ତି, କୋରୋନାକୁ ହରାଇବା ପାଇଁ କେବଳ ଗୋଟିଏ ମାତ୍ର ଉପାୟ ହେଉଛି ସଚେତନତା ଏବଂ ପ୍ରତିକାର ।
ପ୍ରକାଶ ଥାଉକି, ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11,439ରେ ପହଞ୍ଚିଥିବା ବେଳେ 9756 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 1306ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 377 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।