ହାଇଦ୍ରାବାଦ: ମାଟି ଓ କୀଟନାଶକ ଔଷଧ ବିନା ଚାଷ ହେଉଛି ପନିପରିବା । ଏଭଳି କମାଲ କରୁଛନ୍ତି ହାଇଦ୍ରାବାଦର ଏକ ଦମ୍ପତି। ହାଇଡ୍ରୋପୋନିକ୍ସ ପ୍ରକ୍ରିୟା ଜରିଆରେ ସେମାନେ ଚାଷ କରୁଛନ୍ତି ଭଳିକିଭଳି ପନିପରିବା ।
ହାଇଡ୍ରୋପୋନିକ୍ସ ଚାଷ କରିବାର ଏକ ଅତ୍ୟାଧୁନିକ କୌଶଳ । ଏଥିରେ ଚାଷ ପାଇଁ ମାଟି ଓ କୀଟନାଶକ ଔଷଧର ଆବଶ୍ୟକତା ପଡି ନଥାଏ । କେବଳ ଜଳୀୟ ଅଂଶ ଓ ପୋଷକ ତତ୍ତ୍ବ ସାହାଯ୍ୟରେ ଚାଷ ହୋଇଥାଏ ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ ସାକ୍ଷାତକାର ବେଳେ ଚାଷୀ ଡ. ସତ୍ୟ ନାରାୟଣ ରେଡ୍ଡୀ କହିଛନ୍ତି କି, ହାଇଡ୍ରୋପୋନିକ୍ସ ହେଉଛି ଜଳୀୟ ଆଧାରିତ ପୋଷକ ତତ୍ତ୍ବ । ଚାଷ ବେଳେ ଗଛର ଚେରକୁ ମାଟିର ଆବଶ୍ୟକତା ପଡି ନଥାଏ । ସେ ଆହୁରି କହିଛନ୍ତି, ଚିରାଚରିତ ଡଙ୍ଗରେ ଚାଷ କରିବା ଅପେକ୍ଷା ହାଇଡ୍ରୋପୋନିକ୍ସ ପ୍ରଣାଳୀରେ ଚାଷ କଲେ 90 ପ୍ରତିଶତ ଜଳ ଆମେ ସଞ୍ଚୟ କରିପାରିବା । ଏହାସହ ବିନା କୀଟନାଶକ ପନିପରିବା ମଧ୍ୟ ମିଳି ପାରିବ । ଫଳରେ ମାଟି ଯୋଗୁଁ ହେଉଥିବା ରୋଗରୁ ମଧ୍ୟ ମୁକ୍ତି ମିଳିବ ।
ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ