ETV Bharat / bharat

କୋରୋନା ପଜିଟିଭ ଜାଣିବା ପରେ ଗର୍ଭବତୀ ସ୍ତ୍ରୀକୁ ଚିହ୍ନିପାରିଲାନି ସ୍ବାମୀ

ୟୁପିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଏକ ଗର୍ଭବତୀ ସ୍ତ୍ରୀକୁ କୋରୋନା ହୋଇଥିବା ଜାଣିବା ପରେ ମେଡିକାଲରେ ତାକୁ ଚିହ୍ନିନଥିବା କହି ଛାଡି ଆସିଲା ସ୍ବାମୀ । ଅଧିକ ପଢନ୍ତୁ...

କୋରୋନା ପଜିଟିଭ ଜାଣିବା ପରେ ଗର୍ଭବତୀ ସ୍ତ୍ରୀକୁ ଚିହ୍ନିପାରିଲାନି ସ୍ବାମୀ
କୋରୋନା ପଜିଟିଭ ଜାଣିବା ପରେ ଗର୍ଭବତୀ ସ୍ତ୍ରୀକୁ ଚିହ୍ନିପାରିଲାନି ସ୍ବାମୀ
author img

By

Published : Jul 20, 2020, 5:01 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ତାଙ୍କୁ ଚିହ୍ନିନଥିବା କହିଛନ୍ତି । କୁହାଯାଉଛି ଯେ ମହିଳା ଜଣକ ଗର୍ଭବତୀ ଥିଲେ, କିନ୍ତୁ ଠିକ ସମୟରେ ଅସ୍ତ୍ରୋପଚାର ନ ହେବାରୁ ଶିଶୁଟିର ମା’ପେଟରେ ମୃତ୍ୟୁ ଘଟିଥିଲା। ଏହା ପରେ ଉପସ୍ଥିତ ଥିବା ଲୋକମାନେ ସ୍ୱାମୀଙ୍କ ଏପରି ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ସୂଚନାନୁସାରେ, ଲକ୍ଷ୍ନୌର ଇନ୍ଦିରାନଗର ନିବାସୀ 24 ବର୍ଷିୟ ହିନାଙ୍କ ବିବାହ ଫେବୃଆରୀ 2019ରେ ଚାନ୍ଦନ ଗାଁର ବାସିନ୍ଦା ଫକରୁଲଙ୍କ ସହ ହୋଇଥିଲା । ଜୁଲାଇ 4ରେ ତାଙ୍କର ପ୍ରସବ ପାଇଁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଡାକ୍ତରମାନେ ହେନାଙ୍କର ନମୁନା ନେଇ କୋରୋନା ପରୀକ୍ଷା କରିଥିଲେ। ଯାଞ୍ଚ ରିପୋର୍ଟରେ ସେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ଡାକ୍ତରଖାନା କର୍ମଚାରୀମାନେ ତାଙ୍କ ସ୍ୱାମୀ ଫକରୁଲଙ୍କୁ ଏ ବିଷୟରେ ଜଣାଇଥିଲେ। ସେ ଏହା ଜାଣିବା ମାତ୍ରେ ତାଙ୍କ ପତ୍ନୀ ହିନାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ତାଙ୍କୁ ଡାକ୍ତରଖାନାରେ ଛାଡି ପଳାଇ ଯାଇଥିଲେ।

ଏହା ପରେ ମହିଳାଙ୍କ ବାପା ଫକରୁଲଙ୍କ ନମ୍ବରକୁ ଫୋନ କରିଥିଲେ। ଫକରୁଲ କହିଥିଲେ ଯେ, କୋରୋନାରେ ପୀଡିତ ତାଙ୍କ ପତ୍ନୀଙ୍କ ସହ ତାଙ୍କର କୋଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି । ଏହା ପରେ ହେନାଙ୍କ ଭଉଣୀ ତାଙ୍କ ଯତ୍ନ ନେବାକୁ ଆସିଥିଲେ ଏବଂ ଉଭୟଙ୍କୁ ଲୋକବନ୍ଧୁ ଡାକ୍ତରଖାନାକୁ ପଠାଯାଇଥିଲା।

ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାରରେ ବିଳମ୍ବ ହେତୁ ଶିଶୁଟିର ମାତୃ ଗର୍ଭରେ ମୃତ୍ୟୁ ଘଟିଥିଲା। ତେବେ ଏହା ସତ୍ତ୍ବେ ମହିଳା ସାହସ ହରାଇ ନଥିଲେ ଏବଂ କୋରୋନା ସହ ଲଢି ସୁସ୍ଥ ହୋଇଥିଲେ। ଏହି ସମୟରେ ତାଙ୍କୁ ଡାକ୍ତରଖାନାରେ 8 ଦିନ ରହିବାକୁ ପଡିଲା। ଏବେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ କୋର୍ଟକୁ ଯିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.