ETV Bharat / bharat

ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାକୁ HRWର ଅନୁରୋଧ - ନାଗରିକତା ସଂଶୋଧନ ଆଇନକୁ ରଦ୍ଦ

ନ୍ୟୁୟର୍କ ସ୍ଥିତ ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ସ ୱାଚ୍(HRW) ତୁରନ୍ତ ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାକୁ ଭାରତ ସରକାରଙ୍କୁ କହିଛି ଓ ଏହା ସରକାର ନିଶ୍ଚିତ କରନ୍ତୁ ଯେ, ଆଗରୁ ଯେପରି କୌଣସି ଭେଦଭାବ ନହେଉ ।

Human Rights Watch
ନାଗରିକତା ସଂଶୋଧନ ଆଇନ
author img

By

Published : Apr 11, 2020, 1:32 PM IST

Updated : Apr 11, 2020, 4:43 PM IST

ନୂଆଦିଲ୍ଲୀ: ନ୍ୟୁୟର୍କ ସ୍ଥିତ ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ସ ୱାଚ୍(HRW) ତୁରନ୍ତ ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାକୁ ଭାରତ ସରକାରଙ୍କୁ କହିଛି ଓ ଏହା ସରକାର ନିଶ୍ଚିତ କରନ୍ତୁ ଯେ, ଆଗରୁ ଯେପରି କୌଣସି ଭେଦଭାବ ନହେଉ । ଜାତି, ଧର୍ମ ଆଧାରରେ କୌଣସି ଆଇନ ପ୍ରଣୟନ ନ କରି ଅନ୍ତର୍ଜାତୀୟ ଅଇନଗତ ମାନଦଣ୍ଡକୁ ପାଳନ କରନ୍ତୁ ।

ପ୍ରାୟ 82 ପେଜର ରିପୋର୍ଟ ପ୍ରସ୍ତୁତ କରି ଏହା କହିଛି HRW । ମାନବ ଅଧିକାର ସଂସ୍ଥାର ଦକ୍ଷିଣ ଏସିଆ ନିର୍ଦ୍ଦେଶକ ମୀନାକ୍ଷୀ ଗାଙ୍ଗୁଲି କହିଛନ୍ତି ଯେ, ଭାରତର ନୂତନ ନାଗରିକତା ସଂଶୋଧିତ ଆଇନ ଜାତି, ବର୍ଣ୍ଣ, ବଂଶ ଆଧାରରେ ନାଗରିକତ୍ବରୁ ବଞ୍ଚିତ କରୁଛି । ଏହା ଭାରତର ଆନ୍ତର୍ଜାତୀୟ ଦାୟିତ୍ବ କୁ ଉଲ୍ଲଂଘନ କରୁଛି । ଜନତାଙ୍କ ବିନା ପରାମର୍ଶ କିମ୍ବା ମତାମତରେ ଦେଶର ନାଗରିକତା ଯାଞ୍ଚ ନିୟମକୁ ତ୍ୟାଗ କରିବା ଉଚିତ୍ । ଏବଂ ଏହି ପ୍ରଣାଳିରେ ଗରିବ, ମହିଳା, ସଂଖ୍ୟାଲଘୁ ସମ୍ପ୍ରଦାୟ, ପ୍ରବାସୀଙ୍କୁ ଯେପରି କୌଣସି କ୍ଷତି ନହୁଏ ବୋଲି କହିଛି HRW ।

ନ୍ୟୁୟର୍କ ଭିତ୍ତିକ ସଂଗଠନ ଏହା ମଧ୍ୟ କହିଛି ଯେ, ନାଗରିକତ୍ବ ଯାଞ୍ଚ ପ୍ରକ୍ରିୟା କାରଣରୁ ଭାରତ ନାଗରିକତ୍ବ (ସଂଶୋଧନ) ଅଧିନିୟମକୁ ବିଲୋପ କରିବାକୁ ଚେଷ୍ଟା କରିଛି । ସରକାର ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହୃତ କରନ୍ତୁ । କାରଣ ଏହା ଅନ୍ତର୍ଜାତୀୟ ନିୟମକୁ ଉଲଂଘନ କରୁଛି । ଏହାସହ ନିୟମଭଙ୍ଗ କରିଥିବା ପୋଲିସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ HRW କହିଛି ।

କୋଭିଡ-19 ବିରୋଧରେ ମିଳିତ ଲଢେଇ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି, କିନ୍ତୁ ମୁସଲିମ ବିରୋଧୀ ହିଂସା ତଥା ଭେଦଭାବ ଲଢେଇରେ ଏପର୍ଯ୍ୟନ୍ତ ଏକତା ପାଇଁ ଆହ୍ବାନ କରିନାହାଁନ୍ତି ବୋଲି ମୀନାକ୍ଷୀ ଗାଙ୍ଗୁଲି କହିଛନ୍ତି ।

@PTI

Last Updated : Apr 11, 2020, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.