ହାଇଦ୍ରାବାଦ: ବିଶ୍ବ ମହିଳା ଦିବସ ଅବସରରେ ରବିବାର ତେଲେଙ୍ଗାନାର ପ୍ରସିଦ୍ଧ ଚିଲକୁର ବାଲାଜୀ ମନ୍ଦିରରେ ଦେଖିବାକୁ ମିଳିଥିଲା ମହିଳାଙ୍କ ଭିଡ଼ । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବହୁସଂଖ୍ୟକ ମହିଳା ଏକତ୍ରିତ ହୋଇ ମହିଳାଙ୍କୁ ସମ୍ମାନ ଦେବାର ଆବଶ୍ୟକତା ଉପରେ ସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ମନ୍ଦିରରେ ପହଞ୍ଚିଥିଲେ।
ଭାରତୀୟ ପରମ୍ପରା ଅନୁସାରେ ମହିଳାଙ୍କୁ ଦେବୀ ମହାଲକ୍ଷ୍ମୀଙ୍କର ଏକ ରୂପ ଭାବେ ବିବେଚନା କରାଯାଏ | କିନ୍ତୁ ଆଜିକାଲି ମହିଳାଙ୍କ ପ୍ରତି ଅନେକ ନିର୍ଯାତନା ଦିଆଯାଉଛି | ଯଦି ପୁରୁଷ-ମହିଳା ଅନୁପାତକୁ ଦେଖାଯାଏ, ତେବେ ମହିଳାଙ୍କ ସଂଖ୍ୟା କମ୍ ରହିଛି ଏବଂ ସେମାନଙ୍କୁ ସଠିକ୍ ଭାବେ ଗୁରୁତ୍ବ ଦିଆଯାଉ ନାହିଁ | ଯାହାକି ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି କହିଛନ୍ତି ମନ୍ଦିରର କମିଟି ସଦସ୍ୟ ସିଏସ ରଙ୍ଗରାଜନ ।
ଏଣୁ ମହିଳାଙ୍କ ପ୍ରତି ସମ୍ମାନ ଦେବା ଉଦ୍ଦେଶ୍ୟରେ ଉକ୍ତ ମହିଳାମାନେ ମନ୍ଦିରକୁ ଆସି ସମାଜକୁ ଏକ ସଚେତନତାର ବାର୍ତ୍ତା ଦେଇଛନ୍ତି । ସେହିପରି 2018 ମସିହାରେ ଚିଲକୁର ବାଲାଜୀ ମନ୍ଦିର କମିଟି ପକ୍ଷରୁ ଏକ ସରକାରୀ ସ୍କୁଲରେ ଆୟୋଜନ କରାଯାଇଥିଲା ‘କନ୍ୟା ବନ୍ଧନମ’ ନାମର କାର୍ଯ୍ୟକ୍ରମ । ଯେଉଁଥିରେ ଏହି ସ୍କୁଲର ସମସ୍ତ ଝିଅଙ୍କୁ ନୂତନ ପୋଷାକ ଏବଂ ଚୁଡି ପିନ୍ଧିବାକୁ କୁହାଯାଇଥିଲା । ସମସ୍ତ ଝିଅ ନୂଆ ଡ୍ରେସ ପରିଧାନ କରି ଆସିଥିଲେ । ଏହାସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ପୁଅମାନଙ୍କୁ ଝିଅଙ୍କୁ ସମ୍ମାନ ଦେବା ବିଷୟରେ ଉପଦେଶ ଦିଆଯାଇଥିଲା ।
@ANI