ETV Bharat / bharat

ବଢୁଛି ବିପଦ, ଉଛୁଳୁଛି ଭୀମା ଓ କ୍ରିଷ୍ଣା ନଦୀ

ଲଘୁଚାପଜନିତ ବର୍ଷାରେ ତେଲେଙ୍ଗାନାରେ ଏକ ସପ୍ତାହ ହେବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷାରେ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଅଧିକ ପଢନ୍ତୁ:

author img

By

Published : Oct 19, 2020, 6:49 PM IST

ତେଲେଙ୍ଗାନା ଉପରେ ଇନ୍ଦ୍ରଦେବଙ୍କ କୋପ,ବଢୁଛି ଜଳସ୍ତର

ହାଇଦ୍ରାବାଦ: ଇନ୍ଦ୍ରଦେବ ସତେ ଯେମିତି ତେଲେଙ୍ଗାନାରେ କୋପ କରିଛନ୍ତି । ଏକ ସପ୍ତାହ ଧରି ତେଲେଙ୍ଗାନାରେ ଲଘୁଚାପଜନିତ ବର୍ଷା ଲୋକଙ୍କୁ ନାକେଦମ କଲାଣି । ପ୍ରବଳ ବର୍ଷା କାରଣରୁ ଭୀମ ଓ କ୍ରିଷ୍ଣା ନଦୀରୁ ବନ୍ୟାଜଳ ତେଲେଙ୍ଗାନା ଆଡକୁ ପ୍ରବାହିତ ହୋଇଛି ।

ପ୍ରବଳ ବର୍ଷା କାରଣରୁ ଭୀମା ଓ କୃଷ୍ଣା ନଦୀର ଜଳସ୍ତର ବୃଦ୍ଧି ପାଉଛି । ପାଣି ବଢିବା ଫଳରେ ଜୁରାଲା ଓ ଶ୍ରୀସୈଲମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୃଷ୍ଣା ନଦୀର ଅନ୍ୟତମ ପ୍ରମୁଖ ଉପନଦୀ ଭୀମାରେ ବର୍ତ୍ତମାନ ସୁଦ୍ଦା କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ଦେଓଙ୍ଗା ବ୍ରିଜରେ ରେକର୍ଡ ବନ୍ୟା ସ୍ତର ଅତିକ୍ରମ କରିସାରିଛି ।

କେନ୍ଦ୍ରୀୟ ଜଳ ନିଗମର କହିବାନୁସାରେ ଭୀମା ନଦୀର ବନ୍ୟାସ୍ତର 408.35 ମିଟର ଥିବାବେଳେ ବିପଦସ୍ତର 404.5ମିଟର ରହିଥିଲା । ତେଲେଙ୍ଗାନାରେ ଘୂର୍ଣ୍ଣିବଳୟର ପ୍ରଭାବରେ ପ୍ରବଳ ବର୍ଷା ଭୀମା ନଦୀର ଜଳସ୍ତର ବଢାଇଛି । ଗୋଦାବରୀ ଅବବାହିକାରେ ପ୍ରବଳ ବର୍ଷା ପାଇଁ ମହାରାଷ୍ଟ୍ରର ସିଙ୍ଗୁର, ନିଜାମସାଗର, ଶ୍ରୀରାମସାଗର, ମିଡ୍ ମାନେର୍, ଲୋୟର ମାନେର୍, ୟେଲାମପାଲିରେ ବନ୍ୟାଜଳ ଛଡା ଯାଇଛି । ତେବେ ଆସନ୍ତା ଦୁଇଦିନ ଯାଏଁ ଜଳସ୍ତର ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.