ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନରେଲା ଅନ୍ତର୍ଗତ ଭୋରଗଡ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳର ଏକ କାରଖାନାରେ ନିଆଁ ଲାଗିଯାଇଛି। ନିଆଁ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ କାରଖାନାର 2 ମହଲା ଜଳି ଯାଇଛି । କାରଖାନାରେ ଥିବା ପ୍ଲାଷ୍ଟିକ୍ ଏବଂ ରବର ଜିନିଷ ଯୋଗୁଁ ନିଆଁ କିଛି ମିନିଟ୍ ମଧ୍ୟରେ ସମଗ୍ର ବିଲ୍ଡିଂରେ ବ୍ୟାପିଗଲା ।
ଅନ୍ୟପକ୍ଷେ କାରଖାନା ମାଲିକ ଏବଂ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମ ବିଭାଗ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚିନଥିଲା, ଫଳରେ ନିଆଁ ବ୍ୟାପିଯାଇଥିଲା । ଧୂଆଁ ସମଗ୍ର ଶିଳ୍ପାଞ୍ଚଳରେ ବ୍ୟାପିଯାଇଛି ।
ନିକଟସ୍ଥ କାରଖାନାଗୁଡ଼ିକରେ ମଧ୍ୟ ନିଆଁ ଲାଗିବାର ସମ୍ଭାବନା ରହିଥିଲା। ବର୍ତ୍ତମାନ ଅଗ୍ନିଶମ ବିଭାଗର ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛି । ଏପର୍ଯ୍ୟନ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇ ନାହିଁ। ନିଆଁ ଆରମ୍ଭରେ କାରଖାନା କର୍ମଚାରୀମାନେ ବାହାରକୁ ଆସିଯାଇଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ