ନୂଆଦିଲ୍ଲୀ: କୋରୋନା ପାଇଁ ଝିଅର ପ୍ରଥମ ଜନ୍ମଦିନ ପାଳିଲେନି ପିତା। କର୍ମ ଓ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେଇ ସେ ନିଜର ପିତା ସ୍ନେହକୁ ପଛରେ ପକାଇଦେଇଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି, ଶ୍ୟାମ ଅହମ୍ମଦ। ସେ ଏମିତି ଜଣେ ଦରଦୀ ବନ୍ଧୁ ଯିଏ ସେବା ପାଇଁ ସବୁ ଭୁଲିଯାଇଛନ୍ତି।
କୋରୋନା ମହାମାରୀ ଅତ୍ୟାବଶକୀୟ ଦୋକାନ ସବୁ ଖୋଲା ରହୁଥିବାରୁ ଲୋକଙ୍କୁ ଏହି ମହାମାରୀରେ ସେବା ଯୋଗାଇ ଦେବାକୁ ସେ ଗ୍ଲୋବସ,ମାସ୍କ, ଆବଶ୍ୟକୀୟ ଔଷଧ ସକାଳ ସମୟରୁ ରାତି 10 ଟା ପର୍ଯ୍ୟନ୍ତ ଝିଅର ଜନ୍ମଦିନରେ ବିକ୍ରି କରୁଥିଲେ।
ଶ୍ୟାମ ଅହମ୍ମଦ 15 ବର୍ଷ ଦୋକାନ କରିବା ଭିତରେ ସେ ଅନେକ ଉତ୍ସବ ଓ ପାରିବାରିକ କାର୍ଯ୍ୟରୁ ବଞ୍ଚିତ ରହିଛନ୍ତି। ହେଲେ ଏ ବର୍ଷ ସବୁ ପରେ ବି ନିଜ ଦୋକାନକୁ ଗୋଟିଏ ଦିନ ବନ୍ଦ ପାଇଁ ସ୍ଥିର କରିଥିଲେ ହେଲେ ତାହାକୁ ମଧ୍ୟ ପାଳନ କରି ନାହାଁନ୍ତି।
ତାଙ୍କ କହିବା ଅନୁସାରେ,'' ଏପ୍ରିଲ 2 ତାରିଖରେ ଦୋକାନ ଜଲଦି ବନ୍ଦ କରିବାକୁ ସ୍ଥିର କରିଥିଲି। ହେଲେ ଗ୍ରାହକଙ୍କ ଭିଡ ଓ ଆବଶ୍ୟକତା ପାଇଁ ଖୋଲା ରଖିବାକୁ ବାଧ୍ୟ ହେଲି। ରାତି 10 ପରେ ଘରେ ପହଞ୍ଚି ଝିଅକୁ ଭେଟିବାକୁ ଗଲା ବେଳେ ସେ ଶୋଇ ପଡିଥିଲା।''
ତେଣୁ ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ଏକ କଠିନ ପରିସ୍ଥିତି ଆଣି ଦେଇଛି। ଉତ୍ସବ ଓ ପର୍ବ ଅପେକ୍ଷା ମଣିଷ ଜୀବନ ମୂଲ୍ୟବାନ। ଜୀବନରେ ବଞ୍ଚିଥିଲେ ଏମିତି ଅନେକ ଜନ୍ମଦିନ ଆସିବ ଓ ଆମେ ପାଳନ କରିପାରିବା ବୋଲି ଶ୍ୟାମ କହିଛନ୍ତି। ତେବେ ଶ୍ୟାମଙ୍କ ଏହି ଚନ୍ତାଧାରା ଆଜି ତାଙ୍କୁ ସମସ୍ତଙ୍କ ପ୍ରଶଂସାର ପାତ୍ର କରିଦେଇଛି। ଏହିପରି ମନୋଭାବ ରଖି ସମସ୍ତେ ଆଗେଇ ଆସିଲେ କୋରୋନା ମହାମାରୀ ହାରିବା ସହ ମାନବ ଜାତିର ବିଜୟ ହେବ।