ETV Bharat / bharat

ସିବିଏସଇ ପାଠ୍ୟକ୍ରମ ହ୍ରାସକୁ ନେଇ ବିବାଦ, ସ୍ପଷ୍ଟିକରଣ ଦେଲେ ରମେଶ ପୋଖରିଆଲ - ସିବିଏସଇ ପାଠ୍ୟକ୍ରମ ହ୍ରାସକୁ ନେଇ ବିବାଦ

ସିବିଏସଇ ସିଲାବସରୁ କିଛି ବିଷୟ ହଟାଇବା ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଏଥିରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ।

 ରମେଶ ପୋଖରିଆଲ
ରମେଶ ପୋଖରିଆଲ
author img

By

Published : Jul 9, 2020, 5:08 PM IST

ନୂଆଦିଲ୍ଲୀ: ସିବିଏସଇ ସିଲାବସରୁ କିଛି ବିଷୟ ହଟାଇବା ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଏଥିରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ। ମିଥ୍ୟା ମନ୍ତବ୍ୟ ଦେଇ ଭୁଲ ଆଲୋଚନା ପ୍ରସାର କରାଯାଉଛି ବୋଲି ସେ କହିଛନ୍ତି।

କୋରୋନା ସଂକ୍ରମଣ ପରିସ୍ଥିତି କାରଣରୁ ସିବିଏସଇର ସିଲାବସ ହ୍ରାସକୁ ନେଇ ବିବାଦ ମଧ୍ୟରେ ମନ୍ତ୍ରୀଙ୍କ ବିବୃତ୍ତି ଆସିଛି। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ଆଗକୁ ନେବା ପାଇଁ ଭାରତର ଗଣତନ୍ତ୍ର ଓ ବହୁଳତାବାଦର ଶିକ୍ଷାକୁ ହଟାଯାଉଛି। ଏହି ପରିପ୍ରେକ୍ଷୀରେ ନିଶଙ୍କ ଅନେକ ଟ୍ବିଟ୍ କରିଥିଲେ।

ସେ ଲେଖିଛନ୍ତି, ସିବିଏସଇର ସିଲାବସରେ କିଛି ବିଷୟ ହଟାଇବା ନେଇ ଅନେକ ମନ୍ତବ୍ୟ ଦିଆଯାଉଛି। ଏହି ମନ୍ତବ୍ୟ ଦେବାରେ ସମସ୍ୟା ହେଉଛି ଯେ, ସେମାନେ ଭୁଲ ତଥ୍ୟ ପ୍ରସାର କରିବା ପାଇଁ ସମ୍ବେଦନଶୀଳତା ସୃଷ୍ଟି କରୁଛନ୍ତି। ସେ କହିଛନ୍ତି, ‘ଜାତୀୟତା, ସ୍ଥାନୀୟ ସରକାର, ସଂଘବାଦ ଇତ୍ୟାଦି ତିନି-ଚାରିଟି ପ୍ରସଙ୍ଗକୁ ଭୁଲ ଭାବରେ ବ୍ୟାଖ୍ୟା କରି ବକ୍ତବ୍ୟ ସୃଷ୍ଟି କରିବା ସହଜ । ଯଦି ଆମେ ବିଭିନ୍ନ ପ୍ରସଙ୍ଗକୁ ଭଲ ଭାବରେ ଦେଖିବା ତେବେ ଦେଖାଯିବ ଯେ ସମସ୍ତ ବିଷୟ ଉପରେ କିଛି ଜିନିଷକୁ ବାଦ୍ ଦିଆଯାଇଛି ’ । ସେ ଏହା ମଧ୍ୟ କହିଛନ୍ତି ଯେ, ସିଲାବସରେ ବିଷୟ ହ୍ରାସ କରିବା କୋରୋନା ସଂକ୍ରମଣରେ ଏକ ପଦକ୍ଷେପ ।

ସେ କହିଛନ୍ତି, ସିଲାବସରେ 30 ପ୍ରତିଶତ ହ୍ରାସ କରିବାର ଉଦ୍ଦେଶ୍ୟ ହେଲା ଛାତ୍ରମାନଙ୍କ ଚାପକୁ ହ୍ରାସ କରିବା । ଆମର ‘Syllabus Fourstudents 2020’ ଅଭିଯାନ ମାଧ୍ୟମରେ ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ଓ ସୁପାରିଶ ଉପରେ ବିଚାର କରିବା ପରେ ଏହି ପଦକ୍ଷେପ ନିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.