ETV Bharat / bharat

45000 ଏଚଇଆଇ ମୁଖ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

author img

By

Published : May 29, 2020, 9:16 AM IST

ଗତ ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ବେଙ୍ଗାଲୁରୁର ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ଏନଏଏସି) ଦ୍ୱାରା ଆୟୋଜିତ ଏକ ୱେବିନିନାର ମାଧ୍ୟମରେ 45000ରୁ ଉର୍ଦ୍ଧ୍ବ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ମୁଖ୍ୟଙ୍କ ସହ କଥାବାର୍ତ୍ତା କରିଛନ୍ତି।

hrd minister
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର 45000 ଉର୍ଦ୍ଧ୍ବ ଉଚ୍ଚଶିକ୍ଷା ପ୍ରତିଷ୍ଠାନ(ଏଚଇଆଇ) ମୁଖ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଗତ ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ବେଙ୍ଗାଲୁରୁର ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ଏନଏଏସି) ଦ୍ୱାରା ଆୟୋଜିତ ଏକ ୱେବିନିନାର ମାଧ୍ୟମରେ 45000ରୁ ଉର୍ଦ୍ଧ୍ବ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ମୁଖ୍ୟଙ୍କ ସହ କଥାବାର୍ତ୍ତା କରିଛନ୍ତି।

ଏକ ଅଫିସିଆଲ ପ୍ରକାଶରେ ସେ କହିଛନ୍ତି, ସେ ସମସ୍ତ ବିଶ୍ୱବିଦ୍ୟାଳୟକୁ ସ୍ବତନ୍ତ୍ର ସେଲ ଗଠନ କରିବାକୁ କହିଛନ୍ତି । ଯାହାଦ୍ବାରା କୋରୋନା କାରଣରୁ ଏକାଡେମିକ କ୍ୟାଲେଣ୍ଡର ଏବଂ ପରୀକ୍ଷା ସମ୍ବନ୍ଧୀୟ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ କ୍ଷମତା ପ୍ରାପ୍ତ ହେବ। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୟୁଜିସି ଏବଂ ଏନସିଇଆରଟିରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି।

କୋରୋନା ମହାମାରୀ ସମୟରେ ଏନଏଏସି ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସନୀୟ କହିଛନ୍ତି । ଏଥିସହ ମନ୍ତ୍ରୀ ଏଚଇଆଇକୁ ଡାକି ବର୍ତ୍ତମାନର ପରିସ୍ଥିତିକୁ ସିଷ୍ଟମରେ ସୀମିତ ଦୂର କରିବାର ସୁଯୋଗ ଭାବରେ ଗ୍ରହଣ କରିବାକୁ କହିଛନ୍ତି ।

ସେ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଅନଲାଇନ୍ ପଦ୍ଧତିକୁ ସ୍ବିଚ କରିବା ଏବଂ ଅଧିକାଂଶ ପରିସ୍ଥିତି ସୃଷ୍ଟି କରିବାକୁ କହିଛନ୍ତି । ଯାହା ଦ୍ବାରା ଛାତ୍ରଛାତ୍ରୀ ଏବଂ ଏଚଇଆଇର ଏକାଡେମିକ୍ ଅଧିବେଶନ ବାଧାପ୍ରାପ୍ତ ନହୁଏ।

ଏଥିସହ ସେ କହିଛନ୍ତି, ଭାରତରେ ଅନଲାଇନ ଇକୋସିଷ୍ଟମର ଉନ୍ନତି ହେବା ଆବଶ୍ୟକତା ରହିଛି । ଶିକ୍ଷାବିତ୍ମାନେ ଏହାର ବୃଦ୍ଧିରେ ସହଯୋଗ କରିବା ଉଚିତ । ଯାହା ଦ୍ବାରା ଅନଲାଇନ ଶିକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ପହଞ୍ଚିବ।

ଏକ ଆଲୋଚନାରେ ମନ୍ତ୍ରୀ ଏକାଡେମିକ୍ କ୍ୟାଲେଣ୍ଡର, ଅନଲାଇନ୍ ଶିକ୍ଷା, ପରୀକ୍ଷା, ଫି, ଛାତ୍ରମାନଙ୍କର ମାନସିକ ସ୍ବାସ୍ଥ୍ୟ, ଛାତ୍ରଛାତ୍ରୀମାନଙ୍କ ସମସ୍ୟା, ଫେଲୋସିପ୍ ଏବଂ ନିଟ୍ ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏଥିସହ ସ୍ବୟମ ପ୍ରଭା, ଦୀକ୍ଷାରାମ୍ଭ ଏବଂ ପରମର୍ଶଙ୍କ ବିଷୟରେ ସରକାର ନେଇଥିବା ପଦକ୍ଷେପ ବିଷୟରେ ସେ କହିଥିଲେ।

https://aninews.in/news/national/general-news/hrd-minister-asks-universities-to-form-special-cells-to-address-academic-issues-of-students-due-to-covid-1920200529002340/

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.