ETV Bharat / bharat

ବଢିବ ସେନାର ଶକ୍ତି, ଖୁବଶୀଘ୍ର ଭାରତକୁ ମିଳିବ 200 ମେଡ୍‌ ଇନ ଇଣ୍ଡିଆ ହୋବିତଜର - made in india howitzers

ସେନାର ଆବଶ୍ୟକତା ପୁରା କରିବା ପାଇଁ ମାତ୍ର 18 ମାସରେ 200ରୁ ଅଧିକ ସ୍ବଦେଶୀ ତଥା ମେଡ ଇନ ଇଣ୍ଡିଆ ଆଡଭାନ୍ସ ଟାୱାର ଆର୍ଟିଲାରୀ ଗନ ସିଷ୍ଟମ(ATAGS) ତିଆରି କରିବ ଡିଆରଡିଓ । ଅଧିକ ପଢନ୍ତୁ...

ବଢିବ ସେନାର ଶକ୍ତି, ଖୁବ ଶିଘ୍ର ଭାରତକୁ ମିଳିବ 200 ମେଡ୍‌ ଇନ ଇଣ୍ଡିଆ ହୋବିତଜର

author img

By

Published : Dec 7, 2020, 9:31 PM IST

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ମଧ୍ୟରେ କ୍ରମାଗତ ଭାବରେ ନିଜ ଶକ୍ତି ବଢାଇ ଚାଲିଛି ଭାରତ । ବର୍ତ୍ତମାନ ସ୍ଥିତିରେ ଭାରତୀୟ ସେନାକୁ ଆବଶ୍ୟକ ରହିଛି 400ରୁ ଅଧିକ ଆର୍ଟିଲାରୀ ବନ୍ଧୁକ । ଏଭଳି ସ୍ଥିତିରେ ଇସ୍ରାଏଲକୁ ଅଣାଯିବାକୁ ଥିବା ହୋବିତଜର ତୁଳନାରେ ଭାରତରେ ତିଆରି ତୋପ ଉତ୍କୃଷ୍ଠ ବିକଳ୍ପ ସାବ୍ୟସ୍ତ ହୋଇପାରିବ ।

ଇସ୍ରାଏଲରୁ ଅଣାଯିବାକୁ ଥିବା ହୋବିତଜର ଉତ୍ପାଦନରେ ଲାଗିପାରେ ଲମ୍ବା ସମୟ । ତେବେ ସେନାର ଆବଶ୍ୟକତା ପୁରା କରିବା ପାଇଁ ମାତ୍ର 18 ମାସରେ 200ରୁ ଅଧିକ ସ୍ବଦେଶୀ ତଥା ମେଡ ଇନ ଇଣ୍ଡିଆ ଆଡଭାନ୍ସ ଟାୱାର ଆର୍ଟିଲାରୀ ଗନ ସିଷ୍ଟମ(ATAGS) ତିଆରି କରିବ ଡିଆରଡିଓ । ମହାରାଷ୍ଟ୍ରର ଅହମଦନଗରରେ ଏହାର ଟ୍ରାଏଲ ବି ଆରମ୍ଭ ହୋଇସାରିଛି ।

ସୂଚନା ଅନୁଯାୟୀ ଭାରତୀୟ ସେନା ଭାରତରେ ନିର୍ମିତ ଏକ ଇସ୍ରାଏଲ ବନ୍ଧୁକ ପାଇଁ ବିକଳ୍ପ ଖୋଜୁଛି, କାରଣ ଇସ୍ରାଏଲ ହୋବିତଜର ଉତ୍ପାଦନ ପାଇଁ ବହୁତ ସମୟ ଲାଗିବ । ହେଲେ ଏହି ସମୟ ମଧ୍ୟରେ ଡିଆରଡିଓ ଶୀଘ୍ର ଭାରତୀୟ ସେନା ପାଇଁ ମେଡ ଇନ୍ ଇଣ୍ଡିଆ ATAGS ହୋବିତଜର ସଂପୂର୍ଣ୍ଣ କରିପାରେ।

ଡିଆରଡିଓର ପରିକଳ୍ପିତ ATAGS ନିଜ ପରିସରର ଦୀର୍ଘତମ ରେଞ୍ଜ ହୋବିତଜର | ତେବେ କିଛି ମାସ ପୂର୍ବେ ଜୈସଲମେର ମରୁଭୂମିରେ ପରୀକ୍ଷା ସମୟରେ ଏକ ଛୋଟ ଦୁର୍ଘଟଣା ଘଟିଥିଲା । ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ ପରୀକ୍ଷା ସମୟରେ ସମ୍ମୁଖୀନ ହୋଇଥିବା ବିଫଳତାକୁ ଦେଖି ମନୋବଳ କେବେ ହ୍ରାସ କରିବା ଉଚିତ ନୁହେଁ ବରଂ ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ । ଏହା ବ୍ୟତୀତ ସେ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ବାରୋପ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.