ETV Bharat / bharat

‘ହାଓ୍ବଡି ମୋଦି’: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିବ ଏନଆରଜି ଷ୍ଟାଡିୟମ - ହାଓ୍ବଡି ମୋଦି

ହୋଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ‘ହାଓ୍ବଡି ମୋଦି’ କାର୍ଯ୍ୟକ୍ରମ । ତେବେ ଏହା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ 400 କଳାକାର ଅଂଶଗ୍ରହଣ କରିବେ।

ଡିଜାଇନ ଫଟୋ
author img

By

Published : Sep 21, 2019, 12:41 PM IST

ୱାଶିଂଟନ ଡିସି: ଆମେରିକାର ହୋଷ୍ଟନ ସହରରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଓ୍ବଡି ମୋଦି’କାର୍ଯ୍ୟକ୍ରମ। ଏହା ପୂର୍ବରୁ ପାଖାପାଖି ଦେଢ ଘଣ୍ଟାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 'ବୋବନ' ନାମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ 400 କଳାକାର ଦିନରାତି ଲାଗି ପଡିଛନ୍ତି। ଏଥିରେ ଭାଗ ନେବାକୁ ଯାଉଥିବା କଳାକାରଙ୍କୁ 27ଟି ଟିମରେ ଭାଗ କରାଯାଇଛି।

ବୋବନରେ ଗୀତ, ନୃତ୍ୟ ସହ ମଲ୍ଟିମିଡିଆ ଓ ଲେଜର ଶୋ ଆୟୋଜିତ ହେବ। ହୋଷ୍ଟନ ଷ୍ଟାଡିୟମରେ ଉପସ୍ଥିତ 50 ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ପୁରାତନ ଭାରତୀୟ ସଂସ୍କୃତି ଓ ଆଧୁନିକତାର ସମ୍ମିଶ୍ରଣକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯିବ। ଦେଢ ଘଣ୍ଟାର ଏହି କାର୍ଯ୍ୟକ୍ରମ ପାଇଁ ମୌଳିକ ସଙ୍ଗୀତର ରଚନା ମଧ୍ୟ କରାଯାଇଛି । ଏହି ଗୀତ ଆମେରିକାରେ ରହୁଥିବା ଦ୍ବିତୀୟ ଓ ତୃତୀୟ ପିଢି ଭାରତୀୟଙ୍କ ସଂଘର୍ଷର କାହାଣୀ ପ୍ରଦର୍ଶନ କରାଯିବ।

ଏହା ସହ ନୃତ୍ୟ ଓ ସଙ୍ଗୀତର ପ୍ରସ୍ତୁତିରେ ଭାରତୀୟ ଏକତାର ଝଲକ ନଜର ଆସିବ। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଯୋଗ ଦେବେ ଭାରତର ବଢୁଥିବା ଶକ୍ତିର ପ୍ରତୀକ ବୋଲି କୁହାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.