ETV Bharat / bharat

କେମିତି ଟ୍ରମ୍ପ୍‌ ଭୁଲ କରି ବସିଲେ - coronavirus

ନିଜକୁ ଯୁଦ୍ଧକାଳୀନ ରାଷ୍ଟ୍ରପତି ରୂପେ ବର୍ଣ୍ଣନା କରୁଥିବା ଟ୍ରମ୍ପ୍‌, କୋରୋନା ଭୂତାଣୁର ପ୍ରାଦୁର୍ଭାବ ସଂପର୍କିତ ସମସ୍ତ ବିଜ୍ଞାନସମ୍ମତ ପ୍ରମାଣ ଏବଂ ତଥ୍ୟକୁ ଆରମ୍ଭରୁ ଅଣଦେଖା କରିଥିଲେ । ଅଧିକ ପଢନ୍ତୁ...

how trump made a mistake
ଫାଇଲ ଫଟୋ
author img

By

Published : Apr 11, 2020, 10:45 PM IST

ସେମାନଙ୍କ ପାଖରେ ଶକ୍ତି ଓ କ୍ଷମତା ଅଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ସାରା ବିଶ୍ବରେ ଶ୍ରେଷ୍ଠ । ତଥାପି, ଏକ ଅଣୁଜୀବ ସାରା ଦେଶକୁ ଥରହର କରିଦେଇଛି । ବିଶ୍ବର ଶ୍ରେଷ୍ଠତମ ଶକ୍ତି, ଏବେ ଏମିତି ଛଟପଟ ହେଉଛି, ଯେମିତି ଆଗରୁ କେବେ ହୋଇ ନଥିଲା । ମହାମାରୀ ମୁକାବିଲା ପ୍ରସ୍ତୁତି ସୂଚକରେ 83.5 ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଯୁକ୍ତରାଷ୍ଟ୍ର ଆମେରିକା, କୋଭିଡ୍‌-19 ଆଗରେ ଶୋଚନୀୟ ଭାବେ ବିଫଳ ହୋଇଛି । ସର୍ବବ୍ୟାପୀ ମହାମାରୀ ସଂପର୍କିତ ସମସ୍ତ ପୂର୍ବ ସଙ୍କେତ ଏବଂ ଚେତାବନୀ ପାଇଥିବା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ବ୍ୟାପ୍ତିକୁ ନିୟନ୍ତ୍ରଣ କରିପାରି ନାହିଁ । ବିଶ୍ଲେଷକମାନଙ୍କ ମତରେ, ଅର୍ଥନୈତିକ ମାନ୍ଦାବସ୍ଥାର ଆଶଙ୍କା, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସେମାନଙ୍କର ଅତ୍ୟଧିକ ଆତ୍ମବିଶ୍ବାସ ଏବଂ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ନେବାରେ ବିଳମ୍ବ ହିଁ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନର କାରଣ । ନିଜକୁ ଯୁଦ୍ଧକାଳୀନ ରାଷ୍ଟ୍ରପତି ରୂପେ ବର୍ଣ୍ଣନା କରୁଥିବା ଟ୍ରମ୍ପ୍‌, ଏହି ଭୂତାଣୁର ପ୍ରାଦୁର୍ଭାବ ସଂପର୍କିତ ସମସ୍ତ ବିଜ୍ଞାନସମ୍ମତ ପ୍ରମାଣ ଏବଂ ତଥ୍ୟକୁ ଆରମ୍ଭରୁ ଅଣଦେଖା କରିଥିଲେ । ତାଙ୍କର ଦୁର୍ବଳ ପଦକ୍ଷେପ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଘୋର ସଂକଟରେ ପଡ଼ିଛି ।

ଏହି ଭୂତାଣୁ ସଂକ୍ରମଣ କାରଣରୁ ଅନେକ ସମୃଦ୍ଧ ଓ ଅତ୍ୟାଧୁନିକ ରାଷ୍ଟ୍ର ଆଜି ଟଳମଳ ସ୍ଥିତିରେ ଅଛନ୍ତି । ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ସ୍ପେନ୍‌ ଏବଂ ଫ୍ରାନ୍‌ସ । ସମୀକ୍ଷକ ମାନେ କହନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଶାସନତନ୍ତ୍ରରେ ଶିଥିଳତା, ରୋଗ ପରୀକ୍ଷଣ ସରଞ୍ଜାମ ଏବଂ ଉପକରଣର ଅଭାବ ଏବଂ ସଂଘୀୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବ ହିଁ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି । ଗତ ସପ୍ତାହ ଶେଷ ସୁଦ୍ଧା, ଦକ୍ଷିଣ କୋରିଆରେ ପ୍ରତି 10,00000 ଲୋକଙ୍କ ମଧ୍ୟରୁ 8,000 ଜଣଙ୍କର ପରୀକ୍ଷଣ ହୋଇଥିବା ବେଳେ ଆମେରିକାରେ ମାତ୍ର 3,300 ବ୍ୟକ୍ତିଙ୍କର ପରୀକ୍ଷଣ ହୋଇଥିଲା । ଏହି ଭୂତାଣୁ ବିରୋଧରେ ଲଢ଼ିବାକୁ ସାରା ଦେଶରେ ଲାଗୁ ହେଲା ଭଳି ଗୋଟିଏ ହେଲେ ଜାତୀୟ ନୀତି ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଆମେରିକାର ଅନେକ ରାଜ୍ୟରେ ଏ ପର୍ଯ୍ୟନ୍ତ ଲକଡାଉନ ବା ତାଲାବନ୍ଦ ମଧ୍ୟ ଘୋଷଣା କରାଯାଇନାହିଁ ।

ଲୋକଙ୍କ ଅନିୟନ୍ତ୍ରିତ ଭିଡ଼ କାରଣରୁ ଭୂତାଣୁର ପ୍ରାଦୁର୍ଭାବ ଦ୍ରୁତ ହାରରେ ବଢ଼ିଛି । ଫ୍ଲୋରିଡାରେ ଗତ ସପ୍ତାହରେ ହିଁ ଲକଡାଉନ କାର୍ଯ୍ୟକାରୀ କରାଯାଇଛି । ଏହି ସର୍ବବ୍ୟାପୀ ମହାମାରୀ ଲୋକଙ୍କ ଜୀବନ ନେବା ଆରମ୍ଭ କରିବା ପରେ ହିଁ ଟ୍ରମ୍ପ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ନେଲେ । ସରକାର ଏକ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରିବା ସହିତ ଅନ୍ୟାନ୍ୟ ଦେଶରୁ ମାସ୍କ୍‌, ଭେଣ୍ଟିଲେଟର ଏବଂ ଔଷଧପତ୍ର ଆମଦାନି ଆରମ୍ଭ କଲେ । ସେନା ମୁତୟନ କରାଗଲା । ନ୍ୟୁୟର୍କ ଭଳି ଅତ୍ୟଧିକ ଭୂତାଣୁ ସଂକ୍ରମିତ ଅଞ୍ଚଳ ବା ହଟ୍‌ସ୍ପଟ୍‌କୁ ସାମରିକ ବାହିନୀର 3,000 ଡାକ୍ତର ପଠାଗଲା । ସାମରିକ ବାହିନୀର ଇଞ୍ଜିନିୟରମାନେ ନ୍ୟୁୟର୍କର ଜାଭିଟ୍‌ସ କନ୍‌ଭେନ୍‌ସନ୍‌ ସେଣ୍ଟରକୁ ଅନ୍ୟତମ ବୃହତ୍ତମ ହାସ୍ପିଟାଲରେ ପରିଣତ କଲେ । 18ଟି ରାଜ୍ୟରେ 22ଟି ଅସ୍ଥାୟୀ ହାସ୍ପିଟାଳ ନିର୍ମାଣ କରାଯାଉଛି । ବିଭିନ୍ନ ହାସ୍ପିଟାଲ ସଂକ୍ରମଣ ପରୀକ୍ଷଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି । ସରକାର କହନ୍ତି ଯେ, ସମଗ୍ର ଦେଶର ବିଭିନ୍ନ ସ୍ଥାନକୁ 1 କୋଟି 17 ଲକ୍ଷ ଏନ-95 ମାସ୍କ, 2 କୋଟି 65 ଲକ୍ଷ ସର୍ଜିକାଲ ମାସ୍କ, 23 ଲକ୍ଷ ଫେସ୍‌ ମାସ୍କ, 44 ଲକ୍ଷ ସର୍ଜିକାଲ୍‌ ଗାଉନ୍‌ ଏବଂ 2 କୋଟି 26 ଲକ୍ଷ ହ୍ୟାଣ୍ଡ ଗ୍ଲୋଭ୍‌ସ ପଠାଯାଇଛି । ବିଭିନ୍ନ ଦେଶରୁ 20ଟି ସାମରିକ ବିମାନରେ ଏହି ସବୁ ସାମଗ୍ରୀ ଆମଦାନୀ କରାଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେମାନଙ୍କୁ ବାଟବଣା କରିଛି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ ହେଁ ଚିକିତ୍ସା ବିଜ୍ଞାନ ବିଶେଷଜ୍ଞମାନଙ୍କ ମତାମତକୁ ସେ ଗୁରୁତ୍ବ ଦେଇ ନଥିଲେ ବୋଲି ସମାଲୋଚନା କରାଯାଉଛି । ଜାନୁଆରୀ 21 ତାରିଖ ଦିନ ଆମେରିକାରେ ପ୍ରଥମ କୋଭିଡ୍‌-19 ସଂକ୍ରମଣ ରେକର୍ଡ କରାଯାଇଥିଲା । ଜାନୁଆରୀ 23 ତାରିଖ ଦିନ, ଏହି ଭୂତାଣୁର କେନ୍ଦ୍ରସ୍ଥଳ ଉହାନରେ ଚୀନ୍‌ ଲକ୍‌ଡାଉନ୍‌ କରିଥିଲା । ଫେବ୍ରୁଆରୀ 28ରେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍‌-19ଜନିତ ପ୍ରଥମ ମୃତ୍ୟୁ ହୋଇଥିଲା । ଯେହେତୁ ଏହି ମୃତ୍ୟୁ ଗୋଷ୍ଠୀ ସଂକ୍ରମଣ କାରଣରୁ ହୋଇଥିଲା, ତେଣୁ ଏହା ସତର୍କ ଘଣ୍ଟି ସଦୃଶ ଥିଲା । ସେଇ ସପ୍ତାହରେ ଟ୍ରମ୍ପ୍‌ ଘୋଷଣା କଲେ ଯେ, କରୋନା ଭାଇରସ୍‌ ଆଶ୍ଚର୍ଯ୍ୟଜନକ ଭାବେ ଅଦୃଶ୍ୟ ହୋଇଯିବ । ସରକାର ଠିକ୍‌ ସମୟରେ ପଦକ୍ଷେପ ନେବାରେ ବିଫଳ ହେଲେ ଏହି ଭୂତାଣୁ ଯୁକ୍ତରାଷ୍ଟ୍ର ଆମେରିକାର 81 ପ୍ରତିଶତ ଲୋକଙ୍କୁ ସଂକ୍ରମଣ କରିବ ବୋଲି ମାର୍ଚ୍ଚ 6 ତାରିଖରେ ଲଣ୍ଡନରେ ଅବସ୍ଥିତ ଇମ୍ପିରିଆଲ୍‌ କଲେଜ୍‌ର ଏକ ମହାମାରୀ ଚିକିତ୍ସା ବିଶେଷଜ୍ଞ ଟିମ ଚେତାଇ ଦେଇଥିଲେ । ତା’ପରେ ମଧ୍ୟ ଦେଶ ସୁରକ୍ଷିତ ଅଛି ବୋଲି ଟ୍ରମ୍ପ କହିବାରେ ଲାଗିଥିଲେ ।

ମାର୍ଚ୍ଚ 16 ତାରିଖ ଦିନ ଟ୍ରମ୍ପଙ୍କ ଟାସ୍କ୍‌ ଫୋର୍ସ୍‌ର କରୋନା ଭାଇରସ୍‌ ରେସ୍‌ପନ୍‌ସ କୋଅର୍ଡିନେଟର ଡେବୋରା ବିର୍କ୍‌ସ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଲେ ଯେ ଗୋଟିଏ ସ୍ଥାନରେ 10 ଜଣରୁ ଅଧିକ ଲୋକ ରୁଣ୍ଡ ହେବା ଉଚିତ ନୁହେଁ । ସେତେବେଳେ ତାଙ୍କ ପାଖରେ ଠିଆ ହୋଇଥିବା ଟ୍ରମ୍ପ ଏହି ମତାମତକୁ ବିରୋଧ କରିଥିଲେ । ସେ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ରାଜ୍ୟରେ ଏହି ଭୂତାଣୁର ଚିହ୍ନବର୍ଣ୍ଣ ନାହିଁ । ପରବର୍ତ୍ତୀ ସମୟରେ ସଂକ୍ରମିତ ଓ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଆକାଶଛୁଆଁ ହେବାରୁ ତାଙ୍କ ସରକାର ସର୍ବାଧିକ ସଂଖ୍ୟକ ଲୋକଙ୍କ ରୋଗ ପରୀକ୍ଷଣ କରିବ ବୋଲି ସେ ଘୋଷଣା କଲେ । ତାଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇ ନଥିବା କାରଣରୁ ଦେଶରେ ପରୀକ୍ଷଣ ଉପକରଣ ବା କିଟ୍‌ର ଅଭାବ ଦେଖାଦେଇଥିଲା ।

2018 ମସିହାରେ, ହ୍ବାଇଟ୍‌ ହାଉସ୍‌ ପରିଚାଳିତ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ପ୍ରତିରକ୍ଷା ନିମନ୍ତେ ଜାତୀୟ ସୁରକ୍ଷା ପରିଷଦ ନିର୍ଦ୍ଦେଶାଳୟ (ନ୍ୟାସନାଲ୍‌ ସିକ୍ୟୁରିଟି କାଉନ୍‌ସିଲ ଡାଇରେକ୍ଟୋରେଟ୍‌ ଫର ଗ୍ଲୋବାଲ ହେଲ୍‌ଥ ସିକ୍ୟୁରିଟି ଆଣ୍ଡ ଡିଫେନ୍‌ସ)କୁ ରାଷ୍ଟ୍ରପତି ଟ୍ରମ୍ପ ଭଙ୍ଗ କରିଦେଇଥିଲେ । ନିର୍ଦ୍ଦେଶାଳୟର ଲକ୍ଷ୍ୟ ଥିଲା ଯେ, ପରବର୍ତ୍ତୀ ସମୟରେ କୌଣସି ରୋଗର ପ୍ରାଦୁର୍ଭାବ ରୋକିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ କ୍ଷମତା ଏବଂ ସମ୍ବଳ ପରିସରରେ ଯଥାସମ୍ଭବ ପ୍ରସ୍ତୁତି କରିବା । ଟ୍ରମ୍ପଙ୍କ ନିର୍ଦ୍ଦେଶାଳୟ ଭଙ୍ଗ ନିଷ୍ପତ୍ତି ଅଧିକାରୀମାନଙ୍କୁ ସ୍ତବ୍‌ଧ କରିଦେଇଥିଲା । 1999 ମସିହାରେ ଗଠିତ ଜରୁରୀକାଳୀନ ଜନସ୍ବାସ୍ଥ୍ୟ ପାଣ୍ଠି ଦୀର୍ଘ ଦିନ ହେଲା ଖାଲି ପଡ଼ିଥିଲା । ଗୋଟିଏ ସମୟରେ ସରକାର କହିଲେ ଯେ, ଏହି ପାଣ୍ଠିରୁ ବିଭିନ୍ନ ରାଜ୍ୟକୁ ଔଷଧପତ୍ର ଯୋଗାଇ ଦିଆଯାଇ ପାରିବ ନାହିଁ । ମାର୍ଚ୍ଚ 13 ତାରିଖ ଦିନ କୋଭିଡ୍‌-19କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଜରୁରୀକାଳୀନ ସ୍ଥିତି ବୋଲି ଟ୍ରମ୍ପ ଘୋଷଣା କରିଥିଲେ ଏବଂ ସବୁ ରାଜ୍ୟ ନିଜେ ନିଜେ ଔଷଧ ସଂଗ୍ରହ କରନ୍ତୁ ବୋଲି ସେ କହିଥିଲେ । ଟ୍ରମ୍ପ ସରକାର ଏହି ପାଣ୍ଠିକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗ ସହ ସଂଯୋଗ କରିଦେଇଥିଲେ । ଏହି ପଦକ୍ଷେପ ଯୋଗୁଁ ଜରୁରୀକାଳୀନ ପାଣ୍ଠିର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ବୋଲି ସମାଲୋଚନା କରାଯାଇଥିଲା ।

ନିମ୍ନରେ ଆମେରିକାରେ କ୍ଷମତାସୀନ ବିଶିଷ୍ଟ ବ୍ୟକ୍ତିମାନଙ୍କର କେତେକ ଟ୍ବିଟ୍‌ ଦିଆଗଲା: ଏହି ଅଦୃଶ୍ୟ ଶତ୍ରୁ ସଂପର୍କରେ ଆମେ ବହୁତ କିଛି ଶିଖୁଛୁ । ଏହା କଠୋର ଏବଂ ବିଚକ୍ଷଣ, କିନ୍ତୁ ଆମେ ତା’ଠାରୁ ଅଧିକ କଠୋର ଏବଂ ଅଧିକ ବିଚକ୍ଷଣ ! – ଡୋନାଲ୍‌ଡ ଟ୍ରମ୍ପ୍‌ ଏହା ଆମେରିକାର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଶତାବ୍ଦୀର ସବୁଠାରୁ ବଡ଼ ବିପର୍ଯ୍ୟୟ ରୂପରେ ପରିଗଣିତ ହେବ । ଏହି ବିପର୍ଯ୍ୟୟର ମୂଳ କାରଣ ହେଉଛି ଯେ କେଉଁଠି, କେମିତି ଏବଂ କେତେବେଳେ ଏହି ରୋଗ ବ୍ୟାପୁଛି ତାହା ବୁଝିବା ଲାଗିପ୍ରସ୍ତୁତିର ଅଭାବ - ଏରିକ୍‌ ଟୋପୋଲ, ଆମେରିକାର ହୃଦ୍‌ରୋଗ ଏବଂ ବଂଶବିଜ୍ଞାନ ବିଶେଷଜ୍ଞ

ଯେଉଁ ସବୁ ଦେଶ ବିପଦ ସମ୍ଭାବନାର ଆକଳନ କରିପାରିଲେ ଏବଂ ତ୍ୟାଗ କରିବାକୁ ପ୍ରସ୍ତୁତ ରହିଲେ ସେମାନଙ୍କର କମ କ୍ଷତି ହେଲା । ଏହି ଦୃଷ୍ଟିକୋଣରୁ ଆମେରିକା ବିଫଳ ହୋଇଛି । କୌଣସି ସର୍ବବ୍ୟାପୀ ମହାମାରୀ ବିରୋଧରେ ପଦକ୍ଷେପ ନେବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର 6-8 ସପ୍ତାହ ଅପେକ୍ଷା କରିବ – ଜେରେମୀ କୋନିନଡାଇକ୍‌, ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପମେଣ୍ଟ୍‌ର ସିନିଅର ପଲିସି ଫେଲୋ । ଏହାସହ ଟ୍ରମ୍ପ ତାଙ୍କର କେତେକ ସମର୍ଥକଙ୍କୁ ଜଳବାୟୁ ପରିବର୍ତ୍ତନ ବିଷୟରେ ବୁଝାଇ ଦେଇଛନ୍ତି, ତେଣୁ ସ୍ବାଭାବିକ ଭାବେ ସେମାନେ କରୋନା ଭାଇରସ୍‌ର ଆତଙ୍କକୁ ମଧ୍ୟ ଅନୁରୂପ ଭାବେ ଅତିରଞ୍ଜିତ କରାଯାଉଥିବା କଥାକୁ ଗ୍ରହଣ କରିନେଉଛନ୍ତିବୋଲି କହିଛନ୍ତି ନାଓମି ଓରେସ୍‌କେସ୍‌, ହାବାର୍ଡ ବିଶ୍ବବିଦ୍ୟାଳୟରେ ବିଜ୍ଞାନ ଇତିହାସକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.