ETV Bharat / bharat

ଲକଡାଉନ 2.0: ଆତଙ୍କିତ ନୁହେଁ ଆଶ୍ବାସନାର ସମୟ - lockdown news

କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଭବିଷ୍ୟତ କଥା ଭାବନ୍ତୁ ନାହିଁ । ବର୍ତ୍ତମାନ କଥା ଭାବନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ 2.0: ଆତଙ୍କିତ ନୁହେଁ ଆଶ୍ବାସନାର ସମୟ
ଲକଡାଉନ 2.0: ଆତଙ୍କିତ ନୁହେଁ ଆଶ୍ବାସନାର ସମୟ
author img

By

Published : Apr 28, 2020, 12:05 AM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା ଆତଙ୍କ । ଏପର୍ଯ୍ୟନ୍ତ 28 ହଜାରରୁ ଉର୍ଦ୍ଧ୍ବ ମାମଲା ସାମନାକୁ ଆସି ସାରିଛି । ସଂକ୍ରମଣ ରୋକିବାକୁ ସରକାର ନେଇଛନ୍ତି କଠୋର ପଦକ୍ଷେପ । 21 ଦିନ ପରେ ପୁଣି 19 ଦିନ ଯାଏଁ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଛି ।

ତେବେ ଏହି ସମୟରେ ବିଭିନ୍ନ ଖବରକୁ ନେଇ ଲୋକେ ଆତଙ୍କିତ ହେବା ସ୍ବାଭାବିକ । ସଂକ୍ରମଣର ଡର ସାଙ୍ଗକୁ ଲକଡାଉନରେ ଖାଦ୍ୟ ସାମଗ୍ରୀ ନମିଳିବାର ଚିନ୍ତା । ସେପଟେ ବାହାରେ ରହୁଥିବା ଲୋକଙ୍କ ପାଇଁ ପରିବାରଲୋକେ ଭୟଭୀତ ହେବା ଆହୁରି ଚିନ୍ତାଜନକ । ରାଜ୍ୟ ବାହାରେ କିମ୍ବା ବିଦେଶରେ ରହୁଥିବା ପିଲାଙ୍କ ପାଇଁ ଘରଲୋକେ ଅଯଥା ଟେନସନ ନିଅନ୍ତି । ତେବେ ଏପରି ସମୟରେ ଆତଙ୍କିତ ନହୋଇ ଆଶ୍ବାସନା ଦେବାର ସମୟ ।

କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଭବିଷ୍ୟତ କଥା ଭାବନ୍ତୁ ନାହିଁ । ବର୍ତ୍ତମାନ କଥା ଭାବନ୍ତୁ । ନ୍ୟୁଜ ଓ ସରକାରଙ୍କ ଗାଇଡଲାଇନ ଉପରେ ଧ୍ୟାନ ଦିଅନ୍ତୁ । ଏହାକୁ ମାନିବା ସହ କିପରି ଉପଯୁକ୍ତ ପଦକ୍ଷେପ ନେବେ ତାହା ଚିନ୍ତା କରନ୍ତୁ । ଅତ୍ୟଧିକ ଭୟଙ୍କର ଖବର ଦେଉଥିବା ମିଡିଆଠାରୁ ଦୂରରେ ରହନ୍ତୁ । ଭବିଷ୍ୟତକୁ ନେଇ ଡରାଉଥିବା ଖବରକୁ ଅଣଦେଖା କରି ବର୍ତ୍ତମାନ କଣ କରିବେ ତାହା ଉପରେ ତର୍ଜମା କରନ୍ତୁ । ସତର୍କ ରହିବା ସହ ନିଜକୁ ବହିପଢା, ଗୀତ ଶୁଣା କିମ୍ବା ରୋଷେଇ କରିବାରେ ବ୍ୟସ୍ତ ରଖନ୍ତୁ । ନିଜ ପରିବାର ଲୋକଙ୍କୁ ଆଶ୍ବାସନା ଦିଅନ୍ତୁ । ଆପଣ ରହୁଥିବା ସ୍ଥାନରେ ସରକାରଙ୍କ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସେମାନଙ୍କୁ ଜଣାନ୍ତୁ ।

ଆପଣଙ୍କ ସଂଘର୍ଷ କଥା ଭାବନ୍ତୁ । ଅତୀତରେ ଯଦି କୌଣସି କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତେବେ ସେଥିରୁ କିପରି ବାହାରିଛନ୍ତି ସେହି କଥା ଭାବନ୍ତୁ । କିପରି ସେହି ସମୟକୁ ସାମନା କରି ଆଗେଇଛନ୍ତି ତାହା ଚିନ୍ତା କରନ୍ତୁ । ଘର ଲୋକଙ୍କ ଆଗରେ ସେହି ସଫଳତାର ବାର୍ତ୍ତା ବଖାଣନ୍ତୁ । ଏକାଠି କିପରି କୋରୋନାକୁ ମୁକାବିଲା କରିବେ ସେକଥା ପରିବାରବର୍ଗଙ୍କୁ ବୁଝାନ୍ତୁ । ଆପଣଙ୍କ ପ୍ରେରଣାଦାୟୀ କଥା ସେମାନଙ୍କୁ ନିଶ୍ଚୟ ଉତ୍ସାହ ଦେବ । ଅଫିସରେ ଆପଣଙ୍କ ସଫଳତାର କାହାଣୀ ଘର ଲୋକଙ୍କୁ ଶୁଣାନ୍ତୁ । ସେମାନେ ଉତ୍ସାହିତ ହେବେ ଆଉ ଆପଣଙ୍କ ସମୟ କଟିଯିବ ।

ଦିନର ଆରମ୍ଭରୁ ମସ୍ତିଷ୍କ ଥଣ୍ଡା ରଖନ୍ତୁ । ଅତ୍ୟନ୍ତ ଶାନ୍ତ ଭାବେ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ । ମନେରଖନ୍ତୁ ଚାପ ସମୟରେ ହିଁ ମନରେ ଅନେକ ଖରାପ ଚିନ୍ତା ଘୂରିବୁଲେ । ନକରାତ୍ମକ ଚିନ୍ତାଧାରା କୋରୋନା ଭୂତାଣୁ ଭଳି ହୋଇଥାଏ । ସୁଯୋଗ ପାଇବା ମାତ୍ରେ ଆପଣଙ୍କୁ ଆଟାକ୍‌ କରିଥାଏ । ତେଣୁ ସୁସ୍ଥ ଓ ଥଣ୍ଡା ମନରେ ସମସ୍ତ ସମସ୍ତ କାମର ଆରମ୍ଭ କରନ୍ତୁ, ଦେଖିବେ ସଫଳ ହେବେ । ସୁସ୍ଥ ମନ ପାଇଁ ସୁସ୍ଥ ଖାଦ୍ୟ ଜରୁରୀ । ତେଲ, ମସଲା, ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ । ଫଳ ଓ ପ୍ରୋଟିନଯୁକ୍ତ ଆହାର ଗ୍ରହଣ କରନ୍ତୁ ।

ଘରେ କଣ କରିବେ ତାହାର ଏକ ତାଲିକା ବନାନ୍ତୁ । ଏଥିରେ ନିଜର ଦୁର୍ବଳତା ମଧ୍ୟ ଲେଖନ୍ତୁ । କିପରି ଏହାକୁ ଦୂର କରିବେ ତାହାକୁ ଧ୍ୟାନ ଦିଅନ୍ତୁ । ଯେପରି ଆପଣଙ୍କ ଅବସର ସମୟ ସରିବାବେଳେ ଆପଣ ଆଗ ଅପେକ୍ଷା ଅଧିକ ଦୃଢତାର ସହ କାମ କରିପାରିବେ । ଏକା ରହନ୍ତୁ ନାହିଁ । ସବୁବେଳେ ଘର ଲୋକଙ୍କ ସହ ସମୟ କାଟନ୍ତୁ । ବିଭିନ୍ନ ବିଷୟରେ କଥା ହୁଅନ୍ତୁ । ଜୀବନର ସଫଳତା ଓ ବିଫଳତାର କାହାଣୀ ଘନିଷ୍ଠ ଲୋକଙ୍କୁ ଶୁଣାନ୍ତୁ । ଆପଣଙ୍କ ଇଚ୍ଛା ଯେଉଁଥିରେ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ନିଜର ହବିକୁ ପୁଣି ସାମନାକୁ ଆଣନ୍ତୁ । ଡରନ୍ତୁ ନାହିଁ, ସୁସ୍ଥ ଓ ସତର୍କ ରହନ୍ତୁ । ଅନ୍ୟକୁ ସଚେତନ କରନ୍ତୁ ଏବଂ ଏହି ସମୟକୁ ଉପଭୋଗ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.