ହାଇଦ୍ରାବାଦ: କୋରୋନା ଭୂତାଣୁର ସଂକ୍ରମଣ ଆନ୍ତର୍ଜାତିକ ସ୍ତରରେ ଏକ ମହାମାରୀ ରୂପ ନେଇଛି। ଏପରି ଏକ ଜରୁରୀକାଳୀନ ସମୟରେ ଲୋକଙ୍କୁ ସତର୍କ ରଖିବାକୁ ଯାଇ ଗଣମାଧ୍ୟମରେ ଅନେକ ଅପ୍ଡେଟ୍ ତୁହାକୁ ତୁହା ପ୍ରସାରଣ ହେଉଛି। ଏସବୁ ଦେଖି ଜଣେ ସୁସ୍ଥ ମଣିଷ ବି ଆତଙ୍କିତ ହେବା ସ୍ଵଭାବିକ। ଭୟ, ଭାରକ୍ରାନ୍ତ ଏବଂ ଦୁଃଖ ପ୍ରଭୃତି ଏହି ସମୟରେ ଜଣେ ସାଧାରଣ ଲୋକ ଭୋଗିବାର ଆଶଙ୍କା ଥାଏ। ଉଭୟ ବୟସ୍କ ଓ ଶିଶୁମାନଙ୍କ କ୍ଷେତ୍ରରେ ଏହିସବୁ ଆଶଙ୍କା, ଭୟ ଓ ଦୁଃଖ ମାନସିକ ଅସନ୍ତୁଳନତା ସୃଷ୍ଟି କରିବାର ଆାଙ୍କା ରହିଛି।
ଗୋଟିଏ ଦୁଃଖ ସମୟରେ ବିପତ୍ତି ପ୍ରତି ସମସ୍ତେ ଭିନ୍ନ ଭିନ୍ନ ପ୍ରକାରେ ନିଜର ମନୋଭାବନା ପ୍ରକାଶ କରିଥାଆନ୍ତି। ଆପଣ କିପରି ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିବେ ତାହା ଆପଣଙ୍କ ପୃଷ୍ଠଭୂମି, ଆପଣଙ୍କ ପଡ଼ୋଶୀ, ସମ୍ପ୍ରଦାୟ ଏବଂ ଆପଣଙ୍କ ଲୋକସମ୍ପର୍କ କଳା ଉପରେ ନିର୍ଭର କରିଥାଏ। ଏହି ସମୟରେ ଏକ ଗୁରୁତ୍ଵପୂଣ୍ଣ ଆବଶ୍ୟକତା ହେଉଛି ଆପଣଙ୍କ ମାନସିକ ସନ୍ତୁଳନ ରକ୍ଷା କରିବା। ଅନେକ ସମାଜତତ୍ତ୍ଵବିତ୍ ଏ ପ୍ରସଙ୍ଗରେ ତାଙ୍କର ମନ୍ତବ୍ୟ ରଖିଛନ୍ତି। ଏପରି ଏକ ମହାମାରୀ ଓ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଲୋକଟିଏ ମାନସିକ ସନ୍ତୁଳନତା ରକ୍ଷା କରିବ ସେ ବିଷୟରେ ନିଜର ମତ ରଖିଛନ୍ତି।
ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ କ୍ରିସ୍ ଅଣ୍ଡରହିଲ୍ ଏ ବାବଦରେ ନିଜ ମନ୍ତବ୍ୟରେ କହନ୍ତି ଯେ, ଜଣେ ଘରୁ ଯଦି କାମ କରୁଥାଏ ତେବେ ତା’ର ମାନସିକ ସ୍ଥିତିରେ ପ୍ରଭାବ ପଡ଼ିପାରେ। ଏପରି ସ୍ଥଳରେ ସେ ବ୍ୟକ୍ତି ତା’ ଦୈନନ୍ଦିନ କାର୍ଯ୍ୟର ଏକ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ।
କେମିତି ମାନସିକ ଭାବେ ସୁସ୍ଥ ରହିପାରିବେ?
ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ବିପର୍ଯ୍ୟୟ ଛୁଇଁବା ପୂର୍ବରୁ ସାଧାରଣ ଦିନଟି ଯେମିତି ଆରମ୍ଭ କରୁଥିଲେ ସେମିତି ଆପଣ କାର୍ଯ୍ୟ କରନ୍ତୁ। ସେହି ସମୟରେ ସକାଳୁ ଉଠନ୍ତୁ। ଠିକଣା ସମୟରେ ଶୁଅନ୍ତୁ। ଖାଦ୍ୟ ପେୟ ସବୁ କିଛି ଠିକଣା ଭାବେ କରନ୍ତୁ । ଏହା ସହ ଆପଣ ଠିକଣା ସମୟୋ ଦାଢ଼ି କାଟିବା, ବ୍ରଶ୍ କରିବା କାର୍ଯ୍ୟ ମଧ୍ୟ ସମାପନ କରନ୍ତୁ।
ଏହା ସହ ଆପଣ ଘରେ ରହିଛନ୍ତି ବୋଲି ୨୪ ଘଣ୍ଟା କାମ କରିବା ଆବଶ୍ୟକ ନୁହେଁ। ଏକ ନିର୍ଦିଷ୍ଟ ସମୟ ଏଥିଲାଗି ସ୍ଥିର ହେବା ଦରକାର। ପୁଣି ଏହି କାମ କରୁଥିବା ସମୟରେ ମଝିରେ ମଝିରେ ବ୍ରେକ୍ ନେବା ବି ଜରୁରୀ। ଅଣ୍ଡ୍ରହିଲ୍ ଏହା ମଧ୍ୟ କହିଛନ୍ତି ଯେ, କାମ ସରିବା ପରେ ସମ୍ପୃକ୍ତ ବ୍ୟକ୍ତିଟି ବିଭିନ୍ନ ଘରୋଇ କାମ, ରେଷେଇ ପ୍ରଭୃତି କାମ କରିବା ଦରକା।ର ମ୍ୟୁଜିକ୍ ପ୍ରଶୁଣିବା, ଟିଭି ଦେଖିବା ପ୍ରଭୃତି କାର୍ଯ୍ୟ ମଧ୍ୟ ହାତକୁ ନେବା ଆବଶ୍ୟକ। ଏହି ସମୟରେ ନ୍ୟୁଜ୍ ଦେଖିବା ମାତ୍ରାକୁ କମାଇବବା ଦ୍ଵାରା ଆପଣଙ୍କ ଅବସାଦ ଆହୁରି ବଢ଼ିପାରେ।
ଅବସାଦରେ ଥିବା ବନ୍ଧୁ ଓ ପରିବାରବର୍ଗଙ୍କୁ କିପରି ସହାୟତା କରିହେବ?
କ୍ରାଇସିସ୍ ଟେକ୍ସଟଲାଇନ୍ର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ ଡେଟା ବୈଜ୍ଞାନିକ ବବ୍ ଫିଲ୍ବିନ୍ କହନ୍ତି, ବିଶତ୍ଵର
ପ୍ରତିକୋଣରେ ଏପରି ଅବସାଦ ଅନେକାଂଶରେ ବଢ଼ିଚାଲେ । କାରଣ କେତେବେଳେ କ’ଣ ହେବ କାହାକୁ ଜଣା ନଥାଏ।
ସେ କହନ୍ତି ଯେତେବେଳେ କେହି ଜଣେ ବ୍ୟକ୍ତି ନିଜେ ବିତାଇଥିବା ଅବସାଦର ମୁହୂର୍ତ୍ତଗଡ଼ିକୂ ଦିନ, ସପ୍ତାହ ବା ବର୍ଷ ହିସାବରେ କହନ୍ତି ସେତେବେଳେ ଶୁଣୁଥିବା ମନରେ ଏହି ବିଶ୍ଵାସ ଟିଏ ଜନ୍ମିବ ଯେ ଏଯେଉଁ କଷତଟ ଓ ବିଷାଦର ସମୟ ଚାଲିଛି ତାହାର ମଧ୍ୟ ଅନ୍ତ ହେବ। ଏହା ସବୁଦିନ ତିଷ୍ଠି ରହିପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ସମ୍ପୃକ୍ତ ଲୋକଟି ଏହା ମଧ୍ୟ ମୁଣ୍ଡରୁ ବାହାର କରିଦେବା ଦରକାର ଯେ, ସେ ଏ ବିଶ୍ଵରେ ଏକୁଟାଏ ଏପରି ବ୍ୟକ୍ତି ନୁହେଁ ଯେ ଏହି ପରି ସମସ୍ୟା ଭୋଗୁଛି।
ଜଣେ କେହି ବ୍ୟକ୍ତି ଭୋଗୁଥିବା କଷ୍ଟ ଏବଂ ଦୁର୍ଦଶା ଏକ ସାଧାରଣ ଘଟଣା ଏବେ ସେ ଏକୁଟିଆ ନୁହେଁ ତାଙ୍କ ଆଖ ପାଖରେ ଅନେକ ଲୋକ ଏପରି ସମସ୍ୟା ଭୋଗୁଛନ୍ତି ବୋଲି ଏକ ଭାବନା ସମ୍ପୃକ୍ତ ଅବସାଦରେ ଥିବା ଲୋକଟି ମନରେ ଅଣାଯାଇପାରିଲେ ତାହା ତାକୁ ଅନେକ ପରିମାଣରେ ଆଶ୍ଵସ୍ତ କରିପାରିବ।
ଯଦିଓ ଏକାନ୍ତରେ ରହିବା ଆମ ସମସ୍ତଙ୍କ ପାଇଁ ଏକ କଷ୍ଟକର ସମୟ କିନ୍ତୁ ଅନେକ ଲୋକଙ୍କ ପାଇଁ ଏହା ବିପଜ୍ଜନକ ହୋଇଥାଏ। ଏହାର ନକାରାତ୍ମକ ପ୍ରତିକ୍ରିୟା ଅନେକ ରହିଛି। ଯେଉଁମାନେ ଶିଶୁ ନିର୍ଯାତନା ଏବଂ ଘରୋଇ ହିଂସାର ଶିକାର ହୋଇଥାଆନ୍ତି ସେମାନେ ମଧ୍ୟ ଏହି ସମସ୍ୟାରେ ପଡ଼ି ଥାଆନ୍ତି।
ଆମକୁ ମିଳିଥିବା ତଥ୍ୟ ଅନୁସାରେ ଅର୍ଥ ଏବଂ ଆର୍ଥିକ ସ୍ଥିତି ବି ଏହିପରି ପରିସ୍ଥିତିରେ ପ୍ରଭାବ ପକାଇଥାଏ। ଏଣୁ ଏହି ବିପର୍ଯ୍ୟୟ ପରେ ଯେଉଁ ଲୋକମାନଙ୍କର ଚାକିରି ଚାଲିଯିବାର ଭୟ ଥାଏ ବା ସେମାନଙ୍କ ଜୀବନ ଜୀବୀକା ଉଜୁଡ଼ିବା ଭୟ ଥାଏ ସେମାନଙ୍କ ଯତ୍ନ ନେବା ଆବଶ୍ୟକ ବୋଲି ଫିଲିବିନ୍ କହିଛନ୍ତି।
କର୍ମଚାରୀଙ୍କ ମାନସିକ ସ୍ଥିତିରେ କିପରି ସହାୟକ ହୋଇପାରିବା?
ଯେହେତୁ ଏହି ବିପର୍ଯ୍ୟୟ ରୂପୀ ମାହାମାରୀ ଆମ ନିଯୁକ୍ତି କ୍ଷେତ୍ର ଓ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି, ଆମ ନିଯୁକ୍ତିଦାତାମାନେ କର୍ମଚାରୀଙ୍କ ସ୍ଥିତିକୁ ଭଲ ଭାବେ ବୁଝିବା ଆବଶ୍ୟକ। ସେମାନଙ୍କ ଭଲ ପାଇ: କାମ କରିବା ଦରକାର।
ଉଦାହରଣ ସ୍ଵରୂପ: ୱର୍କଇଟ୍ ହେଲ୍ଥଏହାର କର୍ମଚାରୀଙ୍କ ପାଇଁ ଏପରି ବୀମା ବ୍ୟବସ୍ଥା କରିଛନ୍ତି ଯେଉଁଥିରେ କର୍ମଚାରୀଙ୍କ ପାଖରେ ନିରାପଦ ବାସସ୍ଥାନ, ପରିବହନ, କିମ୍ବା ନିଜ ପାଇଁ ଉପଯୁକ୍ତ ନିରାପଦ ସ୍ଥାନକୁ ଯିବା ବିକଳ୍ପ ରହିଛି।
ଚିନ୍ତା ଓ ଅବସାଦ ତଥା ମାନସିକ ସନ୍ତୁଳନ କ୍ଷେତ୍ରରେ ଗବେଷଣା କରୁଥିବା ପ୍ରଫେସନାଲ୍ମାନେ କହିଛନ୍ତି ଯେ, ନିଜ ବନ୍ଧୁ, ପରିବାରଙ୍କ ସଙ୍ଗେ ସମ୍ପର୍କରେ ରହିଲେ ଅନେକ ଅବସାଦ ଦୂର ହୋଇଯାଇଥାଏ। ପୁଣି ବିପର୍ଯ୍ୟୟ ଦ୍ଵାରା ଆସିଥିବା ସମସ୍ୟା ସନ୍ତୁଳିତ ହୋଇଥାଏ। ଏଣୁ ଏମାନଙ୍କ ସହ ସମ୍ପର୍କରେ ରହିବା ଆବଶ୍ୟକ। ଯେହେତୁ ସଂଯୋଗରେ ରହିବା ଗୁରୁତ୍ଵପୂଣ୍ଣ, ଏଠାରେ କିଛି ଟିପ୍ସ ଉପସ୍୍ଥାପନ କରାଯାଉଛି ଯାହା ଏହି ସମୟରେ ଉନପଯୋଗୀ ହୋଇପାରିବ।
ଯଦି ଆପଣ ଏମିତି କାହାକୁ ଜାଣିଛନ୍ତି ଯିଏ ଏକାନ୍ତରେ ରହିଛନ୍ତି ତାଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ଆପଣଙ୍କ ଉପସ୍ଥିତି ଆବଶ୍ୟକ। ଏହା ଆପଣ ତାଙ୍କୁ ପଚାରନ୍ତୁ ଯେ, ସେ ଠିକଣା ଭାବେ ନିଜର ଯତ୍ନ ନେଉଛନ୍ତି ନା ନାହିଁ?
ଯେହେତୁ ତାଙ୍କ ପାଖକୁ ଯିବା ସମ୍ଭବ ନୁହେଁ ତାଙ୍କୁ ତାଙ୍କ ବିଷ୍ରରେ ପଚାରିବା ପାଇଁ ମୋବାଇଲ୍ରେ ମେସେଜ୍ ପଠାଇବା ଜରୁରୀ। ସେମାନେ ଠିକଣା ଭାବେ ନିଜର ପରୀକ୍ଷଣ କରିଛନ୍ତି ନା ନାହିଁ ସେ ବିଷୟରେ ଅନୂୁଧ୍ୟାନ କରିବା ଦରକାର। ସେମାନଙ୍କ ଘର ଦୁୖାର ମୁହଁରେ କିଛି ନୋଟ୍ ଛାଡ଼ନ୍ତୁ। ନିଜ ଭିତରେ ତାଙ୍କ ମନ ଭିତରେ ଏକ ଆଶା ଜାଗ୍ରତ କରିବା ପାଇ:ଁ ଯେଉ: ଶକ୍ତିତ ରହିଛି ତାହାକୁ ଅଣଦେଖା କରନ୍ତୁ ନାହିଁ।
ଶିଶୁମାନଙ୍କୁ ସହଯୋଗ କରିବା ଲାଗି ଆପଣ ଯାହା କରିପାରିବେ?
ଅ ପ୍ରଥମ କଥା ହେଉଛି ଶିଶୁମାନଙ୍କୁ ଏ ସମ୍ପର୍କରେ ବୁଝାଇବା। ଏଥିଲାଗି ଆପଣ କିଛି ସମୟ କାଢ଼ନ୍ତୁ ଏବଂ ପିଲାମାନଙ୍କୁ କୋଭିଡ୍ ୧୯ବାବଦରେ ବୁଝାଇବା ସହ ବର୍ତ୍ତମାନର ସ୍ଥିତି ବାବଦରେ ଅବଗତ କରନ୍ତୁ। ଏହାଦ୍ଵାରା ଆପଣଙ୍କ ଶିଶୁ ବା ଟିନ୍ ଏଜ ପୁଅ ବା ଝିଅଟି ପରିସ୍ଥିତି ବାବଦରେ ଜାଣିପାରିବ।
ନିଜର ପିଲାମାନଙ୍କୁ ଆପଣ ନିଶ୍ଚିତ କରାନ୍ତୁ ଯେ, ଆପଣ ନିରାପଦ ରହିଛନ୍ତି। ସେମାନେ ଯଦି ପରିସ୍ଥିତିକୁ ନେଇ ନଦୁଃଖିତ ତେବେ ତାହା ସ୍ଵଭାବିକ ବୋଲି ତାଙ୍କୁ କହନ୍ତୁ। ପୁଣି ତାଙ୍କୁ ଏହି ପରିସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ବତାନ୍ତୁ। ସବୁଠାରୁ ବଡ଼ କଥା ହେଲା ଆପଣଙ୍କ ପରିବାରକୁ ଅଧିକ ନ୍ୟୁଜ୍ ବୁଲେଟିନ୍ ଓ କଭରେଜ୍ ପ୍ରତି ସାବଧାନ ରଖିବାକୁ ହେବ। ସେମାନେ ଯେମିତି ଅଧିକ ମାତ୍ରାରେ ଟିଭି ନ୍ୟୁଜ୍ ଏବଂ ସୋଶାଲ୍ ମିଡିଆରେ ବୁଡ଼ି ନ ରହନ୍ତି ତାହା ବିଚାର କରିବାକୁହେବ। ପିଲାମାନେଯାହା ଶୁଣୁଛନ୍ତି ତାହାକୁ ହୁଏତ ବିଶ୍ଵାସ କରିପାରନ୍ତି। ପୁଣି ଯାହା ବୁଝି ପାରନ୍ତି ନାହିଁ ସେଥିରେ ଭୟଭୀତ ହୋଇପାରନ୍ତି।