ETV Bharat / bharat

ଲକଡାଉନ ଇଫେକ୍ଟ, କୋଟି କୋଟି ଟଙ୍କାର କ୍ଷତି ସହୁଛି ଆଇସକ୍ରିମ

author img

By

Published : Jun 30, 2020, 5:45 PM IST

କୋରୋନା ସଂକ୍ରମଣକୁ ଆଖିରେ ରଖି ମାର୍ଚ୍ଚ 25ରୁ ସାରା ଦେଶକୁ ଲକଡାଉନ କରାଯାଇଥିଲା । ସାଧାରଣତଃ ଏହି ସମୟର ଆଇସକ୍ରିମର ଚାହିଦା ଅଧିକ ରହିଥାଏ । ଯେଉଁ କାରଣରୁ ଚଳିତବର୍ଷ ଆଇସକ୍ରିମ ବ୍ୟବସାୟ କୋଟି କୋଟି ଟଙ୍କା କ୍ଷତି ସହିଛି । ଅଧିକ ପଢନ୍ତୁ..

ଲକଡାଉନ ଇଫେକ୍ଟ, କୋଟି କୋଟି ଟଙ୍କାର କ୍ଷତି ସହୁଛି ଆଇସକ୍ରିମ
ଲକଡାଉନ ଇଫେକ୍ଟ, କୋଟି କୋଟି ଟଙ୍କାର କ୍ଷତି ସହୁଛି ଆଇସକ୍ରିମ

ହାଇଦ୍ରାବାଦ: ଖରା ଦିନ ସହ ଆଇସକ୍ରିମର ସମ୍ପର୍କ ପୁରୁଣା । ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପ୍ରଥମେ ଆଇସକ୍ରିମର କଥା ମନକୁ ଆସିଥାଏ । ମାତ୍ର ଏଥର ଖରା ଦିନ କେବଳ ଆଇସକ୍ରିମକୁ ମନେ ପକାଇ କଟୁଛି । କାରଣ ଏଥର ଗ୍ରୀଷ୍ମ ଋତୁ ଏକା ନଆସି ନିଜ ସହ କୋରୋନା ଏବଂ ଲକଡାଉନ୍ ଆଣିଛି । ତେଣୁ ଏପରି ପରିସ୍ଥିତିରେ ଆଇସକ୍ରିମକୁ ମନେ ପକାଇବା ଛଡା ଅନ୍ୟ ଉପାୟ ନାହିଁ ।

କୋରୋନା ସଂକ୍ରମଣକୁ ଆଖିରେ ରଖି ମାର୍ଚ୍ଚ 25ରୁ ସାରା ଦେଶକୁ ଲକଡାଉନ କରାଯାଇଥିଲା । ସାଧାରଣତଃ ଏହି ସମୟର ଆଇସକ୍ରିମର ଚାହିଦା ଅଧିକ ରହିଥାଏ । ଯେଉଁ କାରଣରୁ ଚଳିତବର୍ଷ ଆଇସକ୍ରିମ ବ୍ୟବସାୟ କୋଟି କୋଟି ଟଙ୍କା କ୍ଷତି ସହିଛି ।

ତେବେ ଆଇସକ୍ରିମ ଶିଳ୍ପ ସହ ଏହି ଲକଡାଉନ ପ୍ରବାସୀ ଶ୍ରମିକଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କାରଣ ଅଧିକାଂଶ ପ୍ରବାସୀ ଶ୍ରମିକ ଆଇସକ୍ରିମ ବିକ୍ରି କରି ନିଜ ପେଟ ପୋଷିଥାଆନ୍ତି । ଭାରତୀୟ ଆଇସକ୍ରିମ୍ ଉତ୍ପାଦକ ସଂଘର ମୁଖପାତ୍ର ଅନୁବ୍ରତ ଓବୋରଏ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଆଇସକ୍ରିମ୍ ଇଣ୍ଡଷ୍ଟ୍ରିରେ ଆସିବା ଦିନଠାରୁ ଏପରି ଅବସ୍ଥା ପ୍ରଥମ ଥର ଦେଖିଛନ୍ତି । ଯାହା ଏହି ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଛି । ପ୍ରତିବର୍ଷ ଜୁଲାଇ ଶେଷ ପର୍ଯ୍ୟନ୍ତ ଚାଲୁଥିବା ଆଇସକ୍ରିମ ସିଜନ ଚଳିତବର୍ଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସେ କହିଛନ୍ତି ।

ଭାରତୀୟ ଆଇସ୍କ୍ରିମ୍ ନିର୍ମାତାଙ୍କ ମଧ୍ୟରେ ଭାରତୀୟ ଆଇସକ୍ରିମ ଉତ୍ପାଦକ ସଂସ୍ଥା ହେଉଛି ସବୁଠାରୁ ବଡ ଆସୋସିଏସନ୍ । ସମସ୍ତ ପ୍ରମୁଖ ଆଇସ୍କ୍ରିମ୍ ବ୍ରାଣ୍ଡ ନିର୍ମାତା ଯେପରି, କ୍ବାଲିଟି ୱାଲ୍, କ୍ରିମ୍ ବେଲ୍, ଅରୁଣ ଏବଂ ନାଚୁରାଲ ମାମା ମିୟାଙ୍କ ସମେତ 80 ଜଣ ଆସୋସିଏସନର ସଦସ୍ୟ ଅଛନ୍ତି ।

ଯଦିଚ ବର୍ତ୍ତମାନ ପରିସ୍ଥିତି ଧିରେଧିରେ ସ୍ବଭାବିକ ହେଉଛି । ମାତ୍ର ଏହା ପୂର୍ବଅବସ୍ଥାକୁ ଫେରିବାକୁ ଆହୁରି ସମୟ ନେଇପାରେ । କାରଣ ବର୍ତ୍ତମାନ ମଧ୍ୟ ଲୋକଙ୍କ ଉପରେ ଅନେକ କଟକଣା ରହିଛି । ରାତି 9ଟା ପରେ ସବୁକିଛି ବନ୍ଦ ରହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.