ETV Bharat / bharat

ଜାଣନ୍ତୁ, କାହିଁକି ଟାର୍ଗେଟ୍ ହିଟ୍ କରିପାରିଲାନି ପାକ୍ ଲଢୁଆ ବିମାନ ? - amraam

ଭାରତୀୟ ବାୟୁ ସେନା ପାକିସ୍ତାନ ବାଲାକୋଟ ସ୍ଥିତ ଜେଇଏମ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃଆରୀ 27 ତାରିଖରେ ପାକିସ୍ତାନ ବାୟୁସେନା 20ଟି ଯୁଦ୍ଧ ବିମାନ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ ପାଇଁ ପ୍ରୟାସ କରିଥିଲା । କିନ୍ତୁ ପାକିସ୍ତାନ ଟାର୍ଗେଟ ହିଟ କରିବାରେ ଅସଫଳ ହୋଇଥିଲା ।

ଡିଜାଇନ ଫଟୋ
author img

By

Published : Mar 27, 2019, 5:22 PM IST

ନୂଆଦିଲ୍ଲୀ: ପାକିସ୍ତାନ ଘରେ ପଶି ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଷ୍ଟ୍ରାଇକ ପରେ ପାକିସ୍ତାନ ମଧ୍ୟ ଅନୁରୂପ ଭାବେ ଭାରତରେ ପଶି ଭାରତର ସାମରିକ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ ଲଞ୍ଚ କରିବାକୁ ଉଦ୍ୟମ କରିଥିଲା । ତେବେ ସତର୍କ ଏବଂ ସର୍ବଦା ସଜାଗ ଭାରତୀୟ ବାୟୁ ସେନା ପାଇଁ ପଡୋଶୀ ପାକର ଏହି ହୀନ ଯୋଜନା ପଣ୍ଡ ହୋଇଥିଲା ।

ଖବର ସରବରାହ ସଂସ୍ଥା ଏଏନଆଇର ଏକ ରିପୋର୍ଟରେ ପ୍ରକାଶ ପାଇଛି କାହିଁକି ଭାରତରେ ଟାର୍ଗେଟ ହିଟ କରିପାରିଲା ନାହିଁ ପାକିସ୍ତାନ । ଭାରତୀୟ ବାୟୁ ସେନା ପାକିସ୍ତାନ ବାଲାକୋଟ ସ୍ଥିତ ଜେଇଏମ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃଆରୀ 27 ତାରିଖରେ ପାକିସ୍ତାନ ବାୟୁସେନା ଆମେରିକା ନିର୍ମିତ ଏଫ୍-16, ଫ୍ରାନ୍ସ ନିର୍ମିତ ମିରାଜ-3 ଏବଂ ଚୀନ-ପାକିସ୍ତାନ ନିର୍ମିତ ଜେଏଫ୍-17 ଲଢୁଆ ବିମାନ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । 20ଟି ଯୁଦ୍ଧ ବିମାନ ସାହାଯ୍ୟରେ ପାକ୍ ଭାରତ ଉପରେ ଆକ୍ରମଣ ପାଇଁ ପ୍ରୟାସ କରିଥିଲା । ଏହା ସହିତ ପାକିସ୍ତାନ ବାୟୁସେନା 11ଟି ଏଚ-4 (ଏକ ହଜାର କେଜି)ର ବୋମା ମାଡ କରିଥିଲା ।

ତେବେ ପାକିସ୍ତାନ ଟାର୍ଗେଟ ହିଟ କରିବାରେ ଅସଫଳ ହୋଇଥିଲା । ଭାରତୀୟ ସୀମାର 50 କିମି ଦୂରତା ଭିତରକୁ ସମସ୍ତ ବୋମା ମାଡ କରିଥିଲା ପାକିସ୍ତାନ । ଏଚ-4 ବୋମାକୁ ମିରଜ-3 ମାଡ କରିଥିଲା । ଏଚ-4 ବୋମାକୁ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମିଳିତ ଉଦ୍ୟମରେ ନିର୍ମାଣ କରିଛନ୍ତି । ତେବେ ଏହି ବୋମା ଟାର୍ଗେଟ ହିଟ କରିନଥିଲା । ଜମ୍ମୁ କାଶ୍ମୀର ସ୍ଥିତ ସେନା ଘାଟି ଉପରେ ଏହି ବୋମା ଆକ୍ରମଣ ହୋଇଥିଲା କିନ୍ତୁ ବୋମାଟି ଏକ ଗଛ ଉପରେ ପଡିଥିଲା । ଫଳରେ ସେନା ଘାଟିର କୌଣସି କ୍ଷତି ଘଟିନାହିଁ ।ଏହି ସମୟରେ ଘାଟିରେ ଏକାଧିକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ବୋମା ପୁଞ୍ଚ ଏହାର ସଂଲଗ୍ନ ଅଞ୍ଚଳରେ ପଡିଥିଲା କିନ୍ତୁ ସେଭଳି କିଛି ବିଶେଷ କ୍ଷୟ କ୍ଷତି ଘଟିନାହିଁ ।

ତେବେ ସଜାଗ ଭାରତୀୟ ବାୟୁସେନା ପାଇଁ ପାକିସ୍ତାନର ସମସ୍ତ ଦୁଃସାହସ ଏବଂ ହୀନ ପ୍ରୟାସ ପଣ୍ଡ ହୋଇଥିଲା । ପାକିସ୍ତାନର ଆକ୍ରମଣକୁ ମୁକାବିଲା କରିବାକୁ ଭାରତୀୟ ବାୟୁ ସେନାର ଫାଇଟର ଜେଟ ସୀମାରେ ପଇନ୍ତରା ମାରିବା ସହିତ ସର୍ବାଧିକ ଦୃତ ଗତିରେ ଉଡାଣ ଭରୁଥିଲେ । ଫଳରେ ପାକିସ୍ତାନର ଲଢୁଆ ବିମାନ ଟାର୍ଗେଟକୁ ହିଟ କରିବାରେ ଅସଫଳ ହୋଇଥିଲା । ପାକିସ୍ତାନ ମିରାଜ-3ରୁ ବୋମା ମାଡ କରିଥିବା ବେଳେ ଆକାଶରୁ ଆକାଶ ମିସାଇଲ ଲଞ୍ଚ କିରବା ପାଇଁ ଏଫ୍-16କୁ ମୁତୟନ କରିଥିଲା । ଫଳରେ ମିରାଜ-21 ଉଡାଉଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଆର-73 ମିସାଇଲ ମାଡ କରି ଗୋଟିଏ ଏଫ୍-16କୁ ଖସାଇ ଦେଇଥିଲେ ।

ଏହା ସହିତ ରିପୋର୍ଟ ମୁତାବକ, ଭାରତ ବାୟୁ ସୀମାର ପ୍ରତିରକ୍ଷା ପାଇଁ ସୁଖୋଇକୁ ମୁତୟନ କରିଥିଲା । ପାକ୍ ଏଫ୍-16ର ଆମରାମ୍ ମାସାଇଲ ମାଡକୁ ପ୍ରତିହତ କରିବାକୁ ଭାରତ ଏହି ଯୋଜନା କରିଥିଲା । ତେବେ ଭାରତୀୟ ବାୟୁ ସେନାର ସଜାଗ ପାଇଁ ପାକିସ୍ତାନ ଟାର୍ଗେଟ ହିଟ୍ କରିବାରେ ଅସଫଳ ହୋଇଥିଲା ।

Intro:Body:

ଅଧର୍ମର ହେବ ବିନାଶ, ଧର୍ମର ହେବ ଜୟ: ସମ୍ବିତ ପାତ୍ର

ବ୍ରହ୍ମଗିରି: ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ବ୍ରହ୍ମଗିରି ଗସ୍ତ କରିଥିଲେ। ଏହି ଅବସରରେ ଆରାଧ୍ୟ ବାବା ଅଲାରନାଥଙ୍କୁ ଦର୍ଶନ କରିବା ସହ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ।

ଗୋରୁଆଳ ଛକ ଠାରୁ ଶତାଧିକ ବିଜେପି କର୍ମୀଙ୍କ ସହ ସମ୍ବିତ୍ ପାତ୍ର, ଲଳିତେନ୍ଦୁ ଓ ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଶୋଭାଯାତ୍ରାରେ ଗଡ଼ରୋଢଙ୍ଗ ସ୍ଥିତ ଲୁଲୁଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ନେତା ସେମାନଙ୍କୁ ସମ୍ବୋଧିତ କରିଥିଲେ।

ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ସାକ୍ଷୀଗୋପାଳ ଠାରେ ଦଳୀୟ ଶୋଭାଯାତ୍ରା କରୁଥିବା ବେଳେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ହାତରେ ଧରିଥିଲେ। ଏହାକୁ ବିରୋଧ କରି ପୁରୀରେ ସେବକ ମାନେ ସମ୍ବିତଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ।

ଏହି ବିରୋଧର ଉତ୍ତର ରଖି ସମ୍ବିତ୍ କହିଥିଲେ 'ଶୋଭାଯାତ୍ରା ସମୟରେ ଜଣେ ତାଙ୍କୁ ଉପହାର ଦେଇଥିଲେ ତାଙ୍କୁ ଗ୍ରହଣ କରି ମୂଁ ମୋ ମଥାରେ ଲଗାଇଥିଲି। ମୁଁ ଭଗବାନଙ୍କୁ ମଥାରେ ଲଗାଇବା କଣ ଭୁଲ ବୋଲି ସେ ପ୍ରଶ୍ନ କରିଥିଲେ? 

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.