ETV Bharat / bharat

ପ୍ରତିରକ୍ଷା ବଜେଟ ସମ୍ପର୍କରେ...

ସଂସଦରେ ବଜେଟ୍‌ ଉପସ୍ଥାପନ ସମୟରେ ଜାତୀୟ ସୁରକ୍ଷାକୁ ଆମେ ସର୍ବାଧିକ ପ୍ରାଥମକିତା ଦେଉ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ....

Defence budget of India
ପ୍ରତିକାତ୍ମକ ଫଟୋ
author img

By

Published : Feb 6, 2020, 11:37 PM IST

ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଦ୍ଵାରା ବଜେଟ୍‌ ୨୦୨୦-୨୧ ସଂସଦରେ ଆଲୋଚନା ଓ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଏହି ବଜେଟ୍‌ର ବିଶେଷତ୍ଵ ବାବଦରେ ଆଲୋଚନା କରିବା ବେଳେ ସେମିତି କିଛି ସ୍ଵତନ୍ତ୍ରତା ନଜରକୁ ଆସେ ନାହିଁ। ବରଂ ପୂର୍ବ ବର୍ଷଗୁଡ଼ିକର ବଜେଟ୍‌ ସହ ଏହାର ଅନେକ ସାମଞ୍ଜସ୍ୟ ରହିଛି । ଯେମିତି ପ୍ରତିବର୍ଷ ବିଭାଗୀୟ ଖର୍ଚ୍ଚ ଅଟକଳରେ ବୃଦ୍ଧି ଘଟେ ଏଥର ବି ସେମିତି ସାମାନ୍ୟ ଅଭିବୃଦ୍ଧି ହୋଇଛି ।

Defence budget of India
ପ୍ରତିକାତ୍ମକ ଫଟୋ

ସେହିଭଳି ଜିଡିପି ଅନୁସାରେ ଖର୍ଚ୍ଚ ଆବଣ୍ଟନ ପରିମାଣ କମିବା, ରାଜସ୍ଵ ଖର୍ଚ୍ଚ ବଢ଼ିବା ପ୍ରଭୃତି ବିଷୟ ଏଥିରେ ସାମିଲ, ଯାହା ଆଧୁନିକୀକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ । ଯଦିଓ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍‌ ଉପସ୍ଥାପନ ସମୟରେ ଜାତୀୟ ସୁରକ୍ଷାକୁ ଆମେ ସର୍ବାଧିକ ପ୍ରାଥମକିତା ଦେଉ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କିନ୍ତୁ ବାସ୍ତବ ସ୍ଥିତିକୁ ଦେଖିଲେ ସରକାରଙ୍କ ସେହିଭଳି କିଛି ଆଭିମୁଖ୍ୟ ପରିଲକ୍ଷିତ ହେଉ ନାହିଁ । କାରଣ ସାମରିକ ବାହିନୀର ଆଧୁନିକୀକରଣ ତଥା ଜରୁରୀ ଖର୍ଚ୍ଚ ତୁଲାଇବାକୁ ଯେଉଁ ଆବଶ୍ୟକତା ଏବେ ରହିଛି ତାହା ଏଥିରେ ଦେଖିବାକୁ ମିଳୁ ନାହିଁ । ଏହି ପରିପ୍ରେକ୍ଷୀରେ ଦୁଇଟି ମତ ସୃଷ୍ଟି ହୁଏ । ପ୍ରଥମଟି ହେଲା ଭାରତ ଏଭଳି ଏକ ଦେଶ ଯାହା ନିଜର ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁଥିବା ପରିମାଣ ବିଶ୍ଵରେ ଚତୁର୍ଥ ସର୍ବାଧିକ ।

ଯେଉଁ ଦେଶ ସ୍ଵାସ୍ଥ୍ୟସେବା ଏବଂ ଶିକ୍ଷା ଲାଗି ସମୁଦାୟ ଜିଡିପିର ମାତ୍ର ୧ ପ୍ରତିଶତ ବି ଖର୍ଚ୍ଚ କରେ ନାହିଁ ଏବଂ ଏବେ ଦେଶ ଏମିତି ଏକ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଯେ, ତାହାକୁ ସୁଧାରିବା ଲାଗି ଅନେକ ପରୀକ୍ଷା ନିରୀକ୍ଷା ଚଳାଇଛି କିନ୍ତୁ ସଫଳତାର ବାଟ ପାଇପାରୁନି, ସେଠାରେ ସାମରିକ ବାହିନୀକୁ ମଜବୁତ କରିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ଚିନ୍ତା କରିବା ଏକ ଅବାସ୍ତବ ଆସ୍ଫାଳନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅର୍ଥାତ୍‌ ସାମ୍ପ୍ରତିକ ପରିସ୍ଥିତିରେ ଏହି ଦେଶ ପ୍ରତିରକ୍ଷା ପାଇଁ ଅଧିକ ରାଫେଲ୍‌ ଜେଟ୍‌ କିଣିବ, ଯାହାର ଦାମ ଗୋଟାକୁ ୧୬୦୦ କୋଟି ଟଙ୍କା, ତାହା ଆମେ ଭାବିବା ଉଚିତ ନୁହେଁ। ସେହିପରି ଆମେ ଏମିତି ଏକ ଦେଶ ଯେଉଁଠାରେ ପ୍ରାୟ ୫କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ଭିତରେ ଜୀବନ କାଟୁଛନ୍ତି ଯାହାଙ୍କ ମାସିକ ଆୟ ହେଉଛି ମାତ୍ର ୪୨୦୦ ଟଙ୍କା ବା ତାହାଠୁ କମ୍‌ ।

ଡିସେମ୍ବର ୨୦୧୯ ମସିହାରେ ପ୍ରକାଶିତ ମିଣ୍ଟ ରିପୋର୍ଟ ଅନୁସାରେ ଭାରତର ପ୍ରାୟ ୩ କୋଟି ଲୋକ ସରକାରୀ ଭାବେ ଘୋଷିତ ଦାରିଦ୍ର୍ୟ ସୀମାରେଖା ତଳେ କାଳାତିପାତ କରୁଛନ୍ତି। ଏମାନେ ଗଲା ୬ ବର୍ଷ ହେଲା ଏହି ପରିସ୍ଥିତିରେ ଜୀବନ କାଟୁଛନ୍ତି। ଏହିପରି ଏକ ସାମାଜିକ ତଥା ଅର୍ଥନୀତିକ ଅବସ୍ଥା ଭିତରେ ଆମେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାଲାଗି ଅଧିକ ବନ୍ଧୁକ କିଣିବା ଅପେକ୍ଷା ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇବା ଲାଗି ଆବଶ୍ୟକ ଜରୁରୀ ନୀତି ଆପଣାଇବା ଉଚିତ ନୁହେଁକି ? ଅପରପକ୍ଷେ ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା କରି ତଥା ବିଶ୍ଵସ୍ତରରେ ଯେଉଁଭଳି ଭାବେ ସୁରକ୍ଷାକୁ ପ୍ରତିହତ କରିବାଲାଗି ଶତ୍ରୁ ଦେଶମାନେ ଟେକ୍ନୋଲୋଜି ଆପଣାଉଛନ୍ତି ତାହାର ସମକକ୍ଷ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି ପାଇଁ ଆବଶ୍ୟକ ଖର୍ଚ ଆବଣ୍ଟନ କରିବା ।

ଏହିକ୍ରମରେ ଦେଖିବାକୁ ଗଲେ ଦକ୍ଷିଣ ଏସିଆ ବର୍ତ୍ତମାନ ବିଶ୍ଵର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ହେଉଛି। ସେହି ଅଞ୍ଚଳରେ ଏକ ଶକ୍ତି କେନ୍ଦ୍ର ଭାବେ ଭାରତ ପଶ୍ଚିମରେ ନିଜର ପଡ଼ୋଶୀ ଶତ୍ରୁ ଏବଂ ଉତ୍ତରରେ କ୍ଷମତା ଲାଳାୟିତ ଏକ ବିଶାଳ ଶକ୍ତିକୁ ସମ୍ମୁଖୀନ ହେଉଛି। ଏହି ଦୁଇଟିଯାକ ପ୍ରତିଦ୍ଵନ୍ଦ୍ଵୀଙ୍କ ଶତ୍ରୁତା ଆଗକୁ ବଢ଼ିବାର ଆଶଙ୍କା ବି ରହିଛି। ଏଭଳି ଏକ ପରିସ୍ଥିତିରେ ଆସନ୍ତା ଦଶକ ଭାରତର ପ୍ରତିରକ୍ଷା ଆଗରେ ଅନେକ ପ୍ରଶ୍ନ ସୃଷ୍ଟି କରେ। ଯଦିଓ ଆମର ରାଜନୀତିକ ବିଶ୍ଳେଷଣରେ ପାକିସ୍ତାନ ଭାରତର ଭୂଖଣ୍ଡକୁ ଅକ୍ତିଆର କରି ରଖିଛି କିନ୍ତୁ ଆଗକୁ ଆମର ସାମରିକ ଶକ୍ତି ପାକିସ୍ତାନକୁ ଆୟତ୍ତ କରିବାରେ ସକ୍ଷମ। ହେଲେ ଚୀନ ଆମ ପାଇଁ ଅତ୍ୟନ୍ତ ଉଦବେଗର କାରଣ । ଚୀନର ପ୍ରତିରକ୍ଷା ବଜେଟ୍‌ ହେଉଛି ବର୍ଷକୁ ୨୫୦ ବିଲିଅନ୍‌ ଡଲାର। ଏହା ଭାରତର ପ୍ରତିରକ୍ଷା ବଜେଟ୍‌ଠାରୁ ୪ଗୁଣା ଅଧିକ ।

ଆଗକୁ ଏହି ପ୍ରଭେଦ ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ୟୁରୋପୀୟ କମିଶନଙ୍କ ଏକ ଗବେଷଣା ରିପୋର୍ଟ ଅନୁସାରେ ୨୦୩୦ ବେଳକୁ ଭାରତ ଏବଂ ଚୀନ ପ୍ରତିରକ୍ଷା ବଜେଟ୍‌ ଯଥାକ୍ରମେ ୨୧୩ ବିଲିୟନ ଡଲାର ଏବଂ ୭୩୬ ବିଲିୟନ୍‌ ଡଲାରରେ ପହଞ୍ଚିବ । ଅର୍ଥାତ୍‌ ଏହି ଦୁଇ ଦେଶ ଭିତରେ ପ୍ରତିରକ୍ଷା ବାବଦ ଖର୍ଚ ଅଟକଳରେ ୫୦୦ ବିଲିୟନ ଡଲାରର ପ୍ରଭେଦ ରହିବ। ଚୀନର ଉତ୍‌ଥାନ ଆଗକୁ ଭାରତ ପାଇଁ ଶାନ୍ତିପୂର୍ଣ୍ଣ ହେବାରେ ନାହିଁ। ଏହା ବିଗତ ଦିନଗୁଡ଼ିକରେ ଲକ୍ଷ୍ୟ କରାଯାଇଛି। ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟପଟରେ ଚୀନ ଭିତରେ ଏକ ଟେକ୍ନୋଲୋଜି ଓ ବ୍ୟବସାୟିକ ଯୁଦ୍ଧ ଜାରି ରହିଛି।

ଚଳିତ ବର୍ଷ ଚୀନ ଏବଂ ଆମେରିକା ବାଣିଜ୍ୟ ଯୁଦ୍ଧରେ ଅନେକ ଜୁଆର ଓ ଭଟ୍ଟା ବିଶ୍ଵ ଅର୍ଥନୀତି ଦେଖିଛି । ଦୁଇ ବିଶାଳ ବିଶ୍ଵ ଶକ୍ତିର ଏପରି ମୁହାମୁହିଁ ମଧ୍ୟରେ ଭାରତ ଦୋଳି ପରି ଝୁଲୁଛି । ପୁଣି ଏଭଳି ଏକ ପରିସ୍ଥିତିରେ ବିଶ୍ଵ ପ୍ଲାଟ୍‌ଫର୍ମରେ ଏକ ଚତୁର ଖେଳାଳି ହେବାକୁ ହେଲେ ଭାରତକୁ ଶକ୍ତ କ୍ଷମତା କେନ୍ଦ୍ରରେ ବିଶ୍ଵାସ କରିବାକୁ ହେବ । ନରମ ଶକ୍ତି ଉପରେ ଏହା ଭରସା କରିବା ଅନୁଚିତ । ହେଲେ ବିଗତ କିଛି ଦିନ ହେଲା ଏହା ନରମପନ୍ଥୀ ଆଡ଼କୁ ଗତି କରୁଥିବା ଜଣାପଡ଼ୁଛି। ଏହି ଦୁଇ ବିପରୀତ ମୁଖୀ ଦୃଷ୍ଟିକୋଣକୁ ଆମେ କିପରି ଅନୁଶୀଳନ କରିବା ? ଏ ପ୍ରଶ୍ନ ବାବଦରେ ବିଚାର କରିବା ପୂର୍ବରୁ ଆମକୁ ଏହା ନିଶ୍ଚିତ ହେବରକୁ ପଡ଼ିବ ଯେ, କଠୋର ପରିସ୍ଥିତି ତଥା ସ୍ଵଳ୍ପ ବଜେଟ୍‌ ଭିତରେ ଆମ ମିଲିଟାରୀକୁ ବଞ୍ଚିବାକୁ ହେବ। ପୁଣି ମିଲିଟାରୀ ଉପରେ ଏବେ ସବୁଠାରୁ ଅଧିକ ଆର୍ଥିକ ବୋଝ ଯେଉଁଟି, ତାହା ହେଲା କର୍ମଚାରୀଙ୍କ ଦରମା ଏବଂ ପୂର୍ବତନ କର୍ମଚାରୀଙ୍କ ପେନ୍‌ସନ୍‌ । ଆମେ କିନ୍ତୁ ଏହାକୁ କମାଇପାରିବ ନାହିଁ। କାରଣ ପ୍ରତିରକ୍ଷା ପରି ଏକ କଠୋର ପେସା ପାଇଁ ଯୁବ ପ୍ରତିଭାଙ୍କୁ ଆକର୍ଷିତ କରିବାକୁ ହେଲେ ସେହିଭଳି ଆକର୍ଷକ ଦରମା ବ୍ୟବସ୍ଥା କରିବା ଦରକାର।

ଖାଲି ଆମ ଦେଶରେ ଯେ ପ୍ରତିରକ୍ଷା ଖର୍ଚ୍ଚରେ ଦରମା ଓ ପେନ୍‌ସନ ଏକ ବୋଝ ହୁଏ ତାହା ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ସମାନ ସମସ୍ୟା ରହିଛି। ସେଠାରେ ସମୁଦାୟ ବଜେଟ୍‌ର ୪୦ ପ୍ରତିଶତ ଅର୍ଥ ଦରମା ଓ ପେନ୍‌ସନ୍‌ ବାବଦ ଖର୍ଚ ହୋଇଥାଏ। ପେନ୍‌ସନ୍‌ ଖର୍ଚ୍ଚକୁ ମଧ୍ୟ ସମାନ ଗୁରୁତ୍ଵ ଦିଆଯିବା ଦରକାର। କାରଣ ଯେଉଁମାନେ ଦେଶ ପାଇଁ ନିଜର କର୍ମ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ସେମାନଙ୍କ ପରିଣତ ବୟସରେ ଦେଶ ସେମାନଙ୍କ ପାଖରେ ଠିଆ ହେବା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମ ଦେଶରେ ପ୍ରତିରକ୍ଷା କର୍ମଚାରୀଙ୍କ ପେନ୍‌ସନ୍‌ ବିଶ୍ଵର ଅନ୍ୟ ଦେଶଗୁଡ଼ିକ ସହ ପାଖାପାଖି ସମାନ। ଏହି ପରିପ୍ରେକ୍ଷୀରେ ଉତ୍ତର ହେଉଛି ଆମର ସାମରିକ ବାହିନୀର ଆକାର ଓ ଗଠନରେ ପରିବର୍ତ୍ତନ ଆଣିବା। ଦିର୍ଘ ୪୦ ବର୍ଷ ହେଲା ଭାରତୀୟ ସେନା ବାହିନୀରେ କାର୍ଯ୍ୟକରିବା ପରେ ମୁଁ ଏତିକି କହିବି ଯେ, ଆମେ ମାନବସମ୍ବଳକୁ କମାଇବାକୁହେବ।

ପ୍ରତିରକ୍ଷାର ଏମିତି ଅନେକ କ୍ଷେତ୍ର ରହିଛି ଯେଉଁଠାରେ ଅତ୍ୟଧିକ ମାନବସମ୍ବଳ ମୁତୟନ ଅଛନ୍ତି । ଭିନ୍ନ ଭିନ୍ନ ବାହିନୀରେ ଏକା କାମ ଏକା ସ୍ଥାନ ପାଇଁ ନିୟୋଜିତ ହୋଇଛନ୍ତି । ଏଣୁ ଏ ଦିଗରେ ଧ୍ୟାନ ଦେବାକୁ ହେବ । ପୁଣି ମିଳିତ ଅପରେସନ୍‌, ଟ୍ରେନିଂ ଓ ପରିବହନ ଖର୍ଚ୍ଚ ମଧ୍ୟ କମାଯାଇପାରିବ । ଏ ବାବଦରେ ନବ ନିଯୁକ୍ତ ସିଡିଏସ୍‌ କାର୍ଯ୍ୟ କରୁଥିବା ଜାଣି ବିଶେଷ ଖୁସି ଅନୁଭବ ହେଉଛି ।

ଆମକୁ ସେନା ବାହିନୀର ଅନେକ ୟୁନିଟ୍‌ରେ ରକ୍ଷଣଶୀଳ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏହାଦ୍ଵାରା ଆମେ ଅନେକ ମାନବ ସମ୍ବଳ ଖର୍ଚ୍ଚରୁ ମୁକ୍ତି ପାଇବା । ଏବେ ଏୟାର୍‌ଫୋର୍ସ ଏବଂ ନେଭି ନିଜର ସମ୍ପ୍ରସାରଣ ପାଇଁ ଯୋଜନା ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ଏହାଦ୍ଵାରା ଅଧିକରୁ ଅଧିକ ଏୟାରଫୋର୍ସ ସ୍କ୍ଵାଡ୍ରନ୍‌ ଏବଂ ନୌବାହିନୀ ତିଆରି ହେବ। ୪୪ ଏୟାରଫୋର୍ସ ସ୍କ୍ଵାଡ୍ରନ୍‌ ଓ ୨୦୦ ଯାହାଜ ପାଇଁ ଏବେ ଭାରତ ଆଶା ରଖିଛି । ଏହାଦ୍ଵାରା ଖର୍ଚ ଯଥେଷ୍ଟ ବଢ଼ିବ । ଏଣୁ ଏ ଦିଗରେ ଆଉ ଥରେ ବିଚାର କରିବା ଆବଶ୍ୟକ । ଖାଲି ଆମେ ଯେ ଏଥିପାଇଁ ଆଉଥରେ ଚିନ୍ତା କରିବାକୁ କହୁଛୁ ତାହା ନୁହେଁ, ଆମେରିକା ମଧ୍ୟ ଏହା ପୂର୍ବରୁ ଏମିତି ସମସ୍ୟା ସମ୍ମୁଖୀନ ହୋଇଛି। ଯାହାଫଳରେ ଏହି ଦେଶ ତାହାର ସ୍କ୍ଵାର୍ଡନ, ଯାହାଜ ସଂଖ୍ୟା କମାଇଛି । ୧୯୮୭ ମସିହାରେ ଆମେରିକା ପାଖରେ ୬୦୦ ପାଣି ଯାହାଜ ମୁତୟନ ଥିଲା ଏବେ ସେହି ସଂଖ୍ୟା ୩୦୦କୁ ଖସିଛି । ସେହିପରି ୭୦ଟି ସକ୍ରିୟ ଫାଇଟର ସ୍କ୍ଵାର୍ଡନ ଏବଂ ମାତ୍ର ୩୨ଟି ଡେଜର୍ଟ ଷ୍ଟର୍ମରେ ସୀମିତ ରହିଛି।

ବର୍ଷକୁ ୭୫୦ ବିଲିୟନ୍‌ ଡଲାର ପ୍ରତିରକ୍ଷା ବାବଦରେ ବଜେଟ୍‌ ଖର୍ଚ୍ଚ କରୁଥିବା ଦେଶ ଯଦି ଏଭଳି ଖର୍ଚ କାଟ୍‌ ପାଇଁ ନିଜର ୟୁନିଟ୍‌ ସଂଖ୍ୟା କମାଉଛି ତେବେ ଆମେ କାହିଁକି ଏ ଦିଗରେ ଚିନ୍ତା ନକରିବା ? ଅନେକ କେହି ଏହା ଯୁକ୍ତି ବାଢ଼ିପାରନ୍ତି ଯେ, ଖର୍ଚ୍ଚ କାଟ୍‌ ପାଇଁ ଆମେ ମାନବ ସମ୍ବଳ ହ୍ରାସ କରିବା ଦ୍ଵାରା ଆମ ସେନା ବାହିନୀ ଦୁର୍ବଳ ହେବ, ତାହା ଠିକ୍‌ ନୁହେଁ । ଗୋଟିଏ ସୁସଜ୍ଜିତ, ଆଧୁନିକ ଅସ୍ତ୍ରଧାରୀ ସେନା ପାରମ୍ପରିକ ହତିଆରରେ ସଜ୍ଜିତ ସେନାଠାରୁ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ଏ ବାବଦରେ ଚୀନ୍‌କୁ ଉଦାହରଣ ଦିଆଯାଇପାରେ । ଚୀନ୍‌ ୨୦୧୫ ମସିହାରୁ ଏଯାଏ ନିଜ ସେନା ବାହିନୀରୁ ୩ ଲକ୍ଷ ଲୋକଙ୍କ ନିଯୁକ୍ତିକୁ ସଙ୍କୁଚିତ କରିଛି ।

ଏହାଦ୍ଵାରା ପିଏଲ୍‌ଏର ଶକ୍ତି କମି ନାହିଁ, ବରଂ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଏହା ଅଧିକ ଶକ୍ତିଶାଳୀ ହୋଇପାରିଛି। ପ୍ରତିରକ୍ଷା ବଜେଟ୍‌ରେ ଖର୍ଚ୍ଚ ଆବଣ୍ଟନକୁ ଦେଖି ସେନାରେ ଅସନ୍ତୋଷ ଦେଖାଦେଇଛି । ଏବେ ବି ସମୟ ରହିଛି ସେନାର ବରିଷ୍ଠ ଅଧିକାରୀମାନେ ଏନେଇ ଚିନ୍ତା କରିବା ଦରକାର । ସେନା ବାହିନୀର ଗଠନରେ ସଂସ୍କାର ପାଇଁ ବ୍ୟବସ୍ଥା ଆପଣାଇବା ଆବଶ୍ୟକ। ଏହା ମନରେ ରଖିବା ଉଚିତ ଯେ, ବଜେଟ୍‌ର ଆକାର ଏବଂ ସେନା ବାହିନୀର ଆକାର ଏକାଠି ଚାଲିପାରିବ ନାହିଁ ।

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଦା

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.